ଓଡିଶା

odisha

ETV Bharat / bharat

TOP NEWS AT 5PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଆଜିର ଟପ ଖବର

ନଜର ପକାନ୍ତୁ 5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS AT 5PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS AT 5PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Aug 26, 2022, 5:00 PM IST

୧.ନାବାଳିକାକୁ ଗର୍ଭବତୀ କରାଇ ସମ୍ପର୍କୀୟ ଜେଜେ ଫେରାର, ଥାନାରେ ମାମଲା

କେନ୍ଦ୍ରାପଡ଼ା ଆଳି ବ୍ଲକ ଅଞ୍ଚଳରେ ନାବାଳିକାକୁ ଗର୍ଭବତୀ କରାଇଲା ସମ୍ପର୍କୀୟ ଜେଜେ । ଏପରି କରି ଅଭିଯୁ୍କ୍ତ ଜଣକ ଫେରାରଥିବା ଜଣାପଡ଼ିଛି ।

୨.ଜଗତସିଂହପୁର କୁଜଙ୍ଗରେ 1476 ହଜାର ହେକ୍ଟର ଚାଷଜମି ନଷ୍ଟ, ଚିନ୍ତାରେ ଚାଷୀ

ଜଗତସିଂହପୁର କୁଜଙ୍ଗରେ 1476 ହଜାର ହେକ୍ଟର ଚାଷଜମି ନଷ୍ଟ, ଚିନ୍ତାରେ ଚାଷୀ । ଜମି ବାଲିଚର ଯୋଗୁଁ ଉଜୁଡି ଯାଇଛି ପରିବା ଚାଷ । ବନ୍ୟା ଯୋଗୁଁ ଦୋହଲି ଯାଇଛି ଚାଷୀର ମେରୁଦଣ୍ଡ ।

୩.ବ୍ରହ୍ମପୁର MKCG ମେଡିକାଲ ପ୍ଲାଷ୍ଟିକ୍ ସର୍ଜରୀ ଓ୍ୱାର୍ଡରେ ଅଗ୍ନିକାଣ୍ଡ

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ଏମକେସିଜି (MKCG) ମେଡିକାଲରେ ଅଗ୍ନିକାଣ୍ଡ ।

୪.ଭୂଗୋଳ ବହିରେ ମାଛକୁଣ୍ଡ ଆନ୍ଧ୍ରର, ସଭାପତି କହିଲେ ସଂଶୋଧନ କରାଯିବ

ଦଶମ ଶ୍ରେଣୀ ଭୂଗୋଳ ବହିରେ ସାଂଘାତିକ ତ୍ରୁଟି । ବହିରେ ମାଛକୁଣ୍ଡ ଆନ୍ଧ୍ରପ୍ରଦେଶର ବୋଲି ଉଲ୍ଲେଖ ରହିଛି ।

୫.କଳାହାଣ୍ଡିରେ ଚାଞ୍ଚଲ୍ୟ, ଜଙ୍ଗଲରୁ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

ସୁନାମୁଖୀ ଜଙ୍ଗଲରୁ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ପରେ କଟାମୁଣ୍ଡ ଖୋଜୁଛି ପୋଲିସ । ଏହା ଏକ ହତ୍ୟାକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

୬.ଗୁଲାମ ନବୀଙ୍କ ପରେ କଂଗ୍ରେସରୁ ରଜିନ୍ଦର ସିଂହ ଚିବ୍‌ଙ୍କ ଇସ୍ତଫା

ନବୀଙ୍କ ପରେ କଂଗ୍ରେସରୁ ରଜିନ୍ଦର ସିଂହ ଚିବ୍‌ଙ୍କ ଇସ୍ତଫା । କଂଗ୍ରେସ ନେତା ରଜିନ୍ଦର ସିଂହ ଚିବ୍‌ଙ୍କ ଦଳର ପ୍ରାଥମିକ ସଦସ୍ୟତା ସହ ଅନ୍ୟ ପଦ ପଦବୀରୁ ଇସ୍ତଫା ପ୍ରଦାନ ।

୭.କୁକୁଡାକୁ ହତ୍ୟା ନେଇ ଥାନାରେ ଅଭିଯୋଗ କଲେ ମାଲିକ, ଆରମ୍ଭ ହେଲା ପୋଷ୍ଟମର୍ଟମ

କୁକୁଡାକୁ ହତ୍ୟା ଅଭିଯୋଗ ଆଣି ଥାନାରେ ଅଭିଯୋଗ କଲେ ମାଲିକ । ମୃତ୍ୟୁର କାରଣ ଜାଣିବାକୁ କୁକୁଡାର ପୋଷ୍ଟମର୍ଟମ କରାଯାଇଛି ।

୮.ଗୋରୁଗାଈଙ୍କୁ ଯାନରେ ସ୍ଥାନାନ୍ତରଣ ବେଆଇନ ନୁହେଁ, ଆଲ୍ଲାବାଦ ହାଇକୋର୍ଟ

ଗାଈଗୋରୁଙ୍କୁ ଯାନରେ ସ୍ଥାନାନ୍ତରଣ କରିବା ବେଆଇନ ନୁହେଁ । ଏକ ମାମଲାର ଶୁଣାଣିବେଳେ ଏହି ରାୟ ଶୁଣାଇଛନ୍ତି ଆଲ୍ଲାବାଦ ହାଇକୋର୍ଟ ।

୯.ଆଦାନୀ ଗ୍ରୁପର ଖୋଲା ଅଫର୍‌ ପରେ NDTV ଶେୟାରରେ ୫ ପ୍ରତିଶତ ବୃଦ୍ଧି

NDTV ଅଂଶଧନ କିଣିବା ନେଇ ଆଦାନୀ ଗ୍ରୁପର ଘୋଷଣା ପରେ ପୁଞ୍ଜି ବଜାରରେ ଏହାର ଉତ୍ସାହଜନକ ପ୍ରଦର୍ଶନ । ଶେୟାର ମୂଲ୍ୟରେ ଏକାଥରେ ୫ ପ୍ରତିଶତି ବୃଦ୍ଧି ।

୧୦.କଟକରେ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ରାଙ୍କିଙ୍ଗ ପ୍ରତିଯୋଗିତା ଆରମ୍ଭ

ସିଲଭରସିଟି କଟକରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ରାଙ୍କିଙ୍ଗ ପ୍ରତିଯୋଗିତା । ଆସନ୍ତା ୩ ଦିନ ଧରି ଷ୍ଟାଡିୟମରେ ଏହି ପ୍ରତିଯୋଗିତା ଆୟୋଜିତ ହେବ ।

ABOUT THE AUTHOR

...view details