ଓଡିଶା

odisha

Top News AT 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Oct 19, 2022, 3:06 PM IST

ନଜର ପକାନ୍ତୁ NEWS AT 3PM ର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

Top News AT 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
Top News AT 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. କଂଗ୍ରେସର ନୂଆ ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ

ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ୍‌ଗେ ହେଲେ କଂଗ୍ରେସର ନୂଆ ସଭାପତି

2.ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଧନଦାତ୍ରୀ, ମେଲାଣି ଦେଉଛନ୍ତି ଢେଙ୍କାନାଳବାସୀ

ଆଜି ମାଆ ଲକ୍ଷ୍ମୀଙ୍କୁ ମେଲାଣି ଦେଉଛନ୍ତି ଢେଙ୍କାନାଳବାସୀ । ପରମ୍ପରା ମୁତାବକ ମାଆ ଲକ୍ଷ୍ମୀଙ୍କ ମିଳିତ ଭସାଣି ଉତ୍ସବ କରାଯାଉଛି

3.ବିଜେଡିରୁ ବିଦା ହେଲେ ରାଜେନ୍ଦ୍ର ଦାସ

ବିଜେଡିରୁ ବିଦା ହେଲେ ରାଜେନ୍ଦ୍ର ଦାସ । ଦଳ ବିରୋଧି କାର୍ଯ୍ୟ ପାଇଁ ବହିଷ୍କୃତ କଲେ ବିଜେଡି ସୁପ୍ରିମୋ ।

4.EDରେ ହାଜର ହେଲେ ପ୍ରଦୀପଙ୍କ ପତ୍ନୀ, ସୁଜାତା ପାଣିଗ୍ରାହୀଙ୍କୁ ଚାଲିଛି ଜେରା

ଇଡିରେ ହାଜରେ ହେଲେ ସୁଜାତା ପାଣିଗ୍ରାହୀ । ଗୋପାଳ‌ପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଆର୍ଥିକ କାରବାର ମାମଲାରେ ସୁଜାତା ପାଣିଗ୍ରାହୀ ହାଜର ହୋଇଛନ୍ତି ।

5.ନୃଶଂସ ସ୍ବାମୀର ଉନ୍ମକ୍ତ କାଣ୍ଡ, ସ୍ତ୍ରୀ ନଫେରିବାରୁ ଶ୍ବଶୁର ଘର ଲୋକଙ୍କୁ ଜୀଅନ୍ତା ଜାଳିଦେଲା

ପଞ୍ଜାବର ଜଳନ୍ଧର ଜିଲ୍ଲା ମେହେଟପୁର ଅଞ୍ଚଳରେ ଲୋମଟାଙ୍କୁରା ଘଟଣା । ପତ୍ନୀ ଘରକୁ ନଫେରିବାରୁ ଶ୍ବଶୁର ଘରର ସମସ୍ତ ପରିବାରକୁ ଜୀବନ୍ତ ଜାଳିଦେଲା ଜ୍ବାଇଁ ।

6. ସ୍କୁଲରେ ୪ ବର୍ଷର ଝିଅକୁ ଯୌନ ନିର୍ଯାତନା, ପ୍ରିନ୍ସିପାଲଙ୍କ ଡ୍ରାଇଭର ଗିରଫ

ସ୍କୁଲ ଭିତରେ ୪ ବର୍ଷର ଝିଅକୁ ଯୌନ ନିର୍ଯାତନା । ସ୍କୁଲ ପ୍ରିନ୍ସିପାଲଙ୍କ ଡ୍ରାଇଭର ବିରୁଦ୍ଧରେ ଅଭିଯୋଗ କଲେ ପରିବାର ଲୋକେ ।

7.ଜୟଲଳିତା ମୃତ୍ୟୁ ପାଇଁ ଶଶିକଳା ଦାୟୀ ! କମିଶନର ତଦନ୍ତ ରିପୋର୍ଟକୁ ଖଣ୍ଡନ

ଜୟଲଳିତାଙ୍କୁ ମୃତ୍ୟୁ ଘଟଣାରେ ଶଶିକଳାଙ୍କ ସମେତ ୪ ଜଣଙ୍କ ଭୂମିକାରେ ସନ୍ଦେହ ପ୍ରକଟ କଲା ତଦନ୍ତ କରୁଥିବା ଅରୁମୁଘସ୍ବାମୀ କମିଶନ । ନିଜ ବିରୁଦ୍ଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କଲେ ଶଶୀକଳା ।

8.Himachal Election 2022: ୬୨ ସିଟ୍‌ରେ ପ୍ରାର୍ଥୀ ଘୋଷଣା କଲା ବିଜେପି

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ୬୨ ସିଟ୍‌ରେ ପ୍ରାର୍ଥୀ ଘୋଷଣା କଲେ ବିଜେପି ।

9.Denmark Open: ଶ୍ରୀକାନ୍ତଙ୍କ ବିଜୟ ଅଭିଯାନ

ଡେନମାର୍କ ଓପନର ସୁପର 750 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତ କିଦାମ୍ବ ଶ୍ରୀକାନ୍ତ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି ।

10.କାର ଇନ୍‌ସୁରାନ୍ସ ସମୟ ସୀମା ଶେଷ ନେଇ ଟ୍ରୋଲ ହେଲେ ରଣଭୀର, ଜାଣନ୍ତୁ ସତ କଣ ?

ରଣଭୀର ସିଂଙ୍କ କାର ଇନ୍‌ସୁରାନ୍ସ ସମୟ ସୀମା ଶେଷ ହୋଇଛି ବୋଲି ଦାବି କେତେ ସତ୍ୟ ? ଏହାର ପ୍ରମାଣ ସାମ୍ନାକୁ ଆସିଛି ।

ABOUT THE AUTHOR

...view details