ଓଡିଶା

odisha

By

Published : Aug 7, 2023, 11:00 PM IST

ETV Bharat / bharat

ETV Bharat correspondent Passed Away: ବରିଷ୍ଠ ସାମ୍ବାଦିକ ଲେନିନ୍ ରେଚାହାନାଥନଙ୍କ ହୃଦଘାତରେ ପରଲୋକ

ETV Bharat ବରିଷ୍ଠ ସାମ୍ବାଦିକ ଲେନିନ୍ ରେଚାହାନାଥନଙ୍କ ମାତ୍ର 38 ବୟସରେ ହୃଦଘାତରେ ପରଲୋକ । ଶୋକ ପ୍ରକାଶ କଲା ଇଟିଭି ଭାରତ, ଚେନ୍ନାଇ ପ୍ରେସକ୍ଲବ । ପଲିଟିକାଲ କଭରେଜ ପାଇଁ ଥିଲେ ଲୋକପ୍ରିୟ । ଅଧିକ ପଢନ୍ତୁ

ETV Bharat ବରିଷ୍ଠ ସାମ୍ବାଦିକ ଲେନିନ୍ ରେଚାହାନାଥନଙ୍କ ହୃଦଘାତରେ ପରଲୋକ
ETV Bharat ବରିଷ୍ଠ ସାମ୍ବାଦିକ ଲେନିନ୍ ରେଚାହାନାଥନଙ୍କ ହୃଦଘାତରେ ପରଲୋକ

ଚେନ୍ନାଇ: ହୃଦଘାତରେ ଆଖି ବୁଜିଲେ ଦେଶର ସର୍ବବୃହତ ଡିଜିଟାଲ ନ୍ୟୁଜ ନେଟଓ୍ବାର୍କ ‘ଇଟିଭି ଭାରତ’ର ବରିଷ୍ଠ ସମ୍ବାଦଦାତା ଲେନିନ୍ ରେଖାନାଥନଙ୍କ । ଆଜି ସଂଧ୍ୟାରେ ହୃଦଘାତରେ 38 ବର୍ଷୀୟ ଲେନିନ୍ ରେଖାନାଥନଙ୍କର ବିୟୋଗ ହୋଇଯାଇଛି । ଇଟିଭି ଭାରତ ତାମିଲନାଡୁ ଡେସ୍କ ପାଇଁ ସେ ଜଣେ ବରିଷ୍ଠ ସମ୍ବାଦଦାତା ଭାବେ ସେ କାର୍ଯ୍ୟରତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର 38 ବୟସ ହୋଇଥିଲା ।

ତାମିଲନାଡୁର ପୁଡୁକୋଟାଇ ଜିଲ୍ଲାର ଆରାନ୍ତାଙ୍ଗିର ବାସିନ୍ଦା ଥିଲେ ଲେନିନ୍ ରାଚାହାନାଥନ । ସେ ଇଟିଭି ଭାରତର ଚେନ୍ନାଇ ବ୍ୟୁରୋରେ ଜଣେ ବରିଷ୍ଠ ସମ୍ବାଦଦାତା ଭାବରେ କାର୍ଯ୍ୟ କରୁଥିଲେ । ରାଜ୍ୟ ରାଜନୀତିକୁ ରିପୋର୍ଟିଂ କରିବାରେ ତାଙ୍କର ବେଶ ଦକ୍ଷତା ଥିଲା । ସେ ତାମିଲନାଡୁ ରାଜନୈତିକ ବ୍ୟାପାର ସମ୍ପର୍କିତ ଉଚ୍ଚକୋଟିର ରିପୋର୍ଟିଂ ପାଇଁ ଦର୍ଶକୀୟ ଆଦୃତି ମଧ୍ୟ ପାଇଥିଲେ । ଯୁବ ବୟସରେ ଜଣେ ଉତ୍ସାହୀ ସାମ୍ବାଦିକ ଭାବେ ତାଙ୍କର ବେଶ ଭଲ ପରିଚୟ ରହିଥିଲା । ରାଜନୈତିକ ରିପୋର୍ଟିଂ, ପାରିବେଶିକ ଖବର ସହ ବିଭିନ୍ନ ସାମାଜିକ ମୁଦ୍ଦାକୁ ମଧ୍ୟ ନିଜ ସମ୍ବାଦିକତାରେ ସ୍ଥାନ ଦେଇଥିଲେ ।

ଇଟିଭି ଭାରତ ଚେନ୍ନାଇ ବ୍ୟୁରୋରେ ଜଣେ ବରିଷ୍ଠ ପତ୍ରକାର ଭାବେ କାର୍ଯ୍ୟ କରୁଥିବା ଲେନିନ୍ ପୂର୍ବରୁ ଏକାଧିକ ଜାତୀୟ ଗଣମାଧ୍ୟମ ସଂସ୍ଥାରେ ମଧ୍ୟ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି । ସେ ପୂର୍ବରୁ ଇଣ୍ଡିଆନ୍ ଏକ୍ସପ୍ରେସ୍, ଡିଟି ନେକ୍ସଟ ଏବଂ ଡେକାନ୍ କ୍ରୋନିକଲ୍ ପରି ଲୋକପ୍ରିୟ ଇଂରାଜୀ ଖବରକାଗଜରେ ମଧ୍ୟ କାର୍ଯ୍ୟ କରିଥିଲେ । ଆଜି ସଂଧ୍ୟାରେ ସେ ହଠାତ ହୃଦଘାତର ଶିକାର ହୋଇ ଆଖି ବୁଜିଛନ୍ତି ।

ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ଚେନ୍ନାଇ ପ୍ରେସ କ୍ଲବ ପକ୍ଷରୁ ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ ପାଇଛି । ଇଟିଭି ଭାରତ ନ୍ୟୁଜ ନେଟଓ୍ବାର୍କର ବରିଷ୍ଠ କାର୍ଯ୍ୟକର୍ତ୍ତା, ସମସ୍ତ କର୍ଯ୍ୟରତ ସାମ୍ବାଦିକ ଓ ଅନ୍ୟ ବୈଷୟିକ କର୍ମଚାରୀମାନେ ମଧ୍ୟ ତାଙ୍କ ଅକାଳ ଦେହାନ୍ତରେ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଆସନ୍ତାକାଲି ତାଙ୍କର ପୈତୃକ ଗ୍ରାମରେ ଶେଷକୃତ୍ୟ ସମ୍ପନ୍ନ ହେବ ।

ଏହା ମଧ୍ୟ ପଢନ୍ତୁ:-କାର ଧକ୍କାରେ ଇଟିଭି ଭାରତ ସାମ୍ବାଦିକା ମୃତ, ଜଣେ ଗୁରୁତର

ଏହା ପୂର୍ବରୁ ଗତବର୍ଷ (2022) ନଭେମ୍ବର 21 ତାରିଖରେ କାର ଧକ୍କାରେ ଇଟିଭି ଭାରତ କେରଳ ଡେସ୍କର ସାମ୍ବାଦିକା ନିବେଦିତା ସୁରଜଙ୍କର ମୃତ୍ୟୁ ହୋଇଥିଲା । ସେହିପରି ତାଙ୍କ ସହ ଥିବା ଅନ୍ୟ ଜଣେ ସହଯୋଗୀ ସାମ୍ବାଦିକା ସୋନାଲି ଚାଓ୍ବରେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହାଇଦ୍ରାବାଦ-ବିଜୟଓ୍ବାଡା ଜାତୀୟ ରାଜପଥର ହାୟତନଗର ନିକଟରେ ଏକ ଦ୍ରୁତଗାମୀ କାର ନିବେଦିତା ଓ ତାଙ୍କ ସାଥୀ ସାମ୍ବାଦିକାଙ୍କୁ ଧକ୍କା ଦେଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details