ଓଡିଶା

odisha

ETV Bharat / bharat

#JeeneDo: ରାତିରେ ମହିଳା ବାହାରେ ବୁଲିବା କ'ଣ ଆବଶ୍ୟକ- ADV. AP Singh - ଦୁଷ୍କର୍ମ ମାମଲା

ଦେଶରେ ବଢୁଥିବା ଦୁଷ୍କର୍ମ ମାମଲାରେ ନିର୍ଭୟା ଗଣଦୁଷ୍କର୍ମ ମାମଲାରୁ ଚର୍ଚ୍ଚାରେ ଆସିଥିବା ଆଇନଜୀବୀ ଏପି ସିଂହ ଇଟିଭି ଭାରତ ସହିତ ଆଲୋଚନା କରିଛନ୍ତି । ଯେଉଁଥିରେ ମହିଳାଙ୍କ ସ୍ବାଧୀନତା ବିରୋଧରେ ଗୋଟିଏ ପରେ ଗୋଟିଏ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ସେ । ମହିଳାମାନେ କାହିଁକି ରାତିରେ ବାହାରେ ବୁଲୁଛନ୍ତି ବୋଲି ସେ କରିଛନ୍ତି ପ୍ରଶ୍ନ । ପରିବାରଙ୍କ ତାଗିଦ ହିଁ ଦେଶରେ ଦୁଷ୍କର୍ମ ରୋକିପାରିବ, କୌଣସି କୋର୍ଟ କି ପୋଲିସ ରୋକିପାରିବ ନାହିଁ ବୋଲି ସେ କହିଛନ୍ତି । ଦେଖନ୍ତୁ ଇଟିଭି ଭାରତର ଏହି EXCLUSIVE INTERVIEW....

#JeeneDo: ରାତିରେ ମହିଳା ବାହାରେ ବୁଲିବା କ'ଣ ଆବଶ୍ୟକ- ADV. AP Singh
#JeeneDo: ରାତିରେ ମହିଳା ବାହାରେ ବୁଲିବା କ'ଣ ଆବଶ୍ୟକ- ADV. AP Singh

By

Published : Aug 3, 2021, 4:30 PM IST

ନୂଆଦିଲ୍ଲୀ:ଆଇନଜୀବୀ ଏପି ସିଂହ । ନିର୍ଭୟା ଗଣଦୁଷ୍କର୍ମ ଘଟଣାରେ ଆପଣ ଏହି ନାମଟିକୁ ଶୁଣିଥିବେ । ଆଇନଜୀବୀ ସିଂହ ନିର୍ଭୟା ମାମଲାରେ ନିର୍ଭୟା ଅଭିଯୁକ୍ତଙ୍କ ପକ୍ଷରୁ କେସ ଲଢୁଥିଲେ । ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ ଓ ସମାଜର ଭୂମିକାକୁ ନେଇ ଇଟିଭି ଭାରତର ଦିଲ୍ଲୀ ରାଜ୍ୟ ମୁଖ୍ୟ ସମ୍ପାଦକ ବିଶାଲ ସୂର୍ଯ୍ୟକାନ୍ତ ତାଙ୍କ ସହିତ କରିଥିଲେ ଆଲୋଚନା । ପୁଣି ମହିଳାଙ୍କ ସୁରକ୍ଷା ସମ୍ପର୍କରେ ପଚାରାଯାଇଥିବା ପ୍ରଶ୍ନରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଆଇନଜୀବୀ ଏପି ସିଂହ । ତେବେ ମହିଳାଙ୍କ ସ୍ବାଧୀନତାକୁ ନେଇ କାହିଁକି ଆଇନଜୀବୀଙ୍କୁ ରହିଛି ସମସ୍ୟା ?

#JeeneDo: ରାତିରେ ମହିଳା ବାହାରେ ବୁଲିବା କ'ଣ ଆବଶ୍ୟକ- ADV. AP Singh

ଦୁଷ୍କର୍ମ କେବଳ ପୋଲିସ କି କୋର୍ଟ ଦ୍ବାରା ନୁହେଁ, ପରିବାରର ତାଗିଦ ରୋକିପାରିବ:-

ଇଟିଭି ଭାରତର ପ୍ରଶ୍ନର ଗୋଟିଏ ପରେ ଗୋଟିଏ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଆଇନଜୀବୀ ସିଂହ । ଗୋଆ ନାବାଳିକା ଦୁଷ୍କର୍ମ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଏପି ସିଂହ । ଗୋଆର ମୁଖ୍ୟମନ୍ତ୍ରୀ ହେଉଛନ୍ତି ଲୋକଙ୍କର ନିର୍ବାଚିତ ପ୍ରତିନିଧୀ । ଗୋଆର ଆୟର ସବୁଠାରୁ ବଡ ଉତ୍ସ ହେଉଛି ପର୍ଯ୍ୟଟନ । ପର୍ଯ୍ୟଟନ ସ୍ଥଳରେ ଶିଶୁ ଏବଂ ପରିବାର ସମସ୍ତେ ଏକାଠି ବୁଲିଥାନ୍ତି । ପିଲାମାନେ ରାତିସାରା କେଉଁଠାରେ ଅଛନ୍ତି ତାହା ଉପରେ ନଜର ରଖିବା ପିତାମାତାଙ୍କ ଦାୟିତ୍ବ । ଏଠାରେ ସଂସ୍କାରି ପରିବାରର ଆବଶ୍ୟକତା ଅଛି, ଯାହା ଦ୍ବାରା କେବଳ ଦୁଷ୍କର୍ମ ଘଟଣା ବନ୍ଦ ହୋଇପାରିବ। ମୋର ମତ ଅପରାଧକୁ ନିୟନ୍ତ୍ରଣ କରେ ବୋଲି କହିଛନ୍ତି ଆଇନଜୀବୀ ।

ଦିନରେ ବୁଲିବା କ'ଣ ଯଥେଷ୍ଟ ନୁହେଁ, ରାତିରେ ବୁଲିବା କ'ଣ ଆବଶ୍ୟକ?

ମହିଳାଙ୍କ ସ୍ବାଧୀନତା ଉପରେ ପଚାରାଯାଇଥିବା ପ୍ରଶ୍ନରେ ଏମିତି କିଛି ଉତ୍ତର ଦେଇଛନ୍ତି ଆଇନଜୀବୀ । ମହିଳା ଦିନରେ ବୁଲିବା କ'ଣ ଯଥେଷ୍ଟ ନୁହେଁ । ରାତିସାରା ବାହାରେ ବୁଲିବା କ'ଣ ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି । ଏହା କେବଳ ମୋ କଥା ନୁହେଁ । ପ୍ରତି ପୀଡିତଙ୍କ ପିତାମାତା ଓ ପରିବାର ଏହି ମତ ଦେଇଥାନ୍ତି । ତେବେ କେଉଁ ଅଭିଯୁକ୍ତର ପିତା ଚାହେଁ ତା ପୁଅ ସାରା ଜୀବନ ଜେଲରେ ରହୁ । ଏଥିଲାଗି ସମାଜକୁ ବଦଳିବା ଆବଶ୍ୟକ ।

ନିର୍ଭୟା ଦୋଷୀଙ୍କୁ ଫାଶୀ ପରେ କ'ଣ ଦେଶରେ ଦୁଷ୍କର୍ମ ବନ୍ଦ ହୋଇଛି?

ଆଇନଜୀବୀଙ୍କ ବିନା କୋର୍ଟ ପ୍ରକ୍ରିୟା ଆରମ୍ଭ ହୋଇପାରେନାହିଁ । ସରକାରଙ୍କୁ ଆତଙ୍କବାଦୀଙ୍କ ପାଇଁ ମଧ୍ୟ ଆଇନଜୀବୀ ଦେବାକୁ ପଡିଥାଏ । ତେବେ ଏଠାରେ ପ୍ରଶ୍ନ ଉଠୁଛି ନିର୍ଭୟା ଦୋଷୀଙ୍କୁ ଫାଶୀ ମିଳିବା ପରେ କ'ଣ ଦେଶରେ ବନ୍ଦ ହୋଇଛି ଦୁଷ୍କର୍ମ । ମହିଳା କ'ଣ ସୁରକ୍ଷିତ ହୋଇଯାଇଛନ୍ତି ? ଶୁଣାଣି ସମୟରେ କୋର୍ଟରେ ଲେଖାଯାଇଥାଏ କି ଦଣ୍ଡ ଏଥିପାଇଁ ଜରୁରୀ କାରଣ ସମାଜ ବଦଳିବ । ତେବେ ସମାଜରେ ବଦଳିଛି କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ମହିଳାଙ୍କୁ ପୁରୁଷଙ୍କ ସହ ନିବିଡ଼ତା ବନାଇବା ଆବଶ୍ୟକ ନୁହେଁ, ଯାହାକି ପରେ ଦୁଷ୍କର୍ମ ଭଳି ଘଟଣାକୁ ଆଣିବ:-

ଆଇନଜୀବୀ ଏପି ସିଂହ ମହିଳାଙ୍କ ନିବିଡତାକୁ ନେଇ ମଧ୍ୟ କରିଛନ୍ତି ପ୍ରଶ୍ନ । ପୁରୁଷଙ୍କ ସହ ଅଧିକ ନିବିଡତା ନ ବନାଇବାକୁ ସେ ଦେଇଛନ୍ତି ପରାମର୍ଶ । ଏହି ପ୍ରସଙ୍ଗରେ ସେ କହିଛନ୍ତି ସମାଜରେ ଯଦି ଯୁବପିଢି LOVE-DAY, HUG-DAY, KISS-DAY ବନାଇବେ ତେବେ ଏଭଳି ଘଟଣା ଘଟିବ । ଯାହାକୁ ନା ମୁଖ୍ୟମନ୍ତ୍ରୀ ବଦଳାଇପାରିବେ ନା ମହିଳା ଆୟୋଗ ।

ଅପରାଧ ବିରୋଧରେ ପୁରୁଷଙ୍କ ପାଇଁ କାହିଁକି କୌଣସି ଆୟୋଗ ନାହିଁ ?

ଆଲୋଚନା ସମୟରେ ଭାରତୀୟ ସଂସ୍କୃତିକୁ ନେଇ ମତ ରଖିଛନ୍ତି ଏପି ସିଂହ । ଦେଶରେ ସଂସ୍କୃତି ପାଇଁ ଥିବା ଚେକଲିଷ୍ଟରେ ବାର, ପବ ଓ ରେସ୍ତୋରାଁ ଭଳି କିଛି ଜିନିଷ ନାହିଁ । ଦେଶର ସଂସ୍କୃତିରେ ରକ୍ଷା ବନ୍ଧନ, ଭାଇ ଦୁଜ ଭଳି ପର୍ବ ରହିଛି । ଆମ ଦେଶରେ ଅଶ୍ଳୀଳ ପୋଷାକ ପିନ୍ଧି ବୁଲିବାର ସ୍ଥାନ ନାହିଁ । ଅପରାଧ ବିରୋଧରେ ମହିଳାଙ୍କୁ ନ୍ୟାୟ ଦେବା ପାଇଁ ମହିଳା ଆୟୋଗ, ମହିଳଆ ହେଲ୍ପଲାଇନ,ମହିଳା ହେଲ୍ପଡେସ୍କ, ମହିଳା ମନ୍ତ୍ରଣାଳୟ ରହିଛି । ପୁରୁଷଙ୍କ ପାଇଁ କାହିଁକି କୌଣସି ଆୟୋଗ ନାହିଁ ବୋଲି ସେ କରିଛନ୍ତି ପ୍ରଶ୍ନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details