ଓଡିଶା

odisha

ETV Bharat / bharat

ଖାର୍କିଭରେ ସ୍ଥିତି ସାଙ୍ଘାତିକ, ସୂଚନା ଦେଲେ ମୃତ ନବୀନଙ୍କ ବନ୍ଧୁ ଲଭକେଶ

ୟୁକ୍ରେନୀୟ ସହର ଖାର୍କିଭରେ ଋଷର ଆକ୍ରମଣରେ ଜଣେ ଭାରତୀୟ ଛାତ୍ର ପ୍ରାଣ ହରାଇବା ପରେ ସେଠାରେ ଥିବା ଅନ୍ୟ ଜଣେ ବନ୍ଧୁଙ୍କ ସୂଚନା । କହିଲେ ନାହିଁ ଖାଦ୍ୟ ଓ ପାଣି । କେତେବେଳ ବି ଯାଇପାରେ ଜୀବନ । ସୁରକ୍ଷିତ ଉଦ୍ଧାର ପାଇଁ ଭାରତ ସରକାରଙ୍କୁ ନିବେଦନ । ଅଧିକ ପଢନ୍ତୁ

By

Published : Mar 1, 2022, 10:49 PM IST

ଖାର୍କିଭରେ ସ୍ଥିତି ସାଙ୍ଘାତିକ, ସୂଚନା ଦେଲେ ମୃତ ନବୀନଙ୍କ ବନ୍ଧୁ
ଖାର୍କିଭରେ ସ୍ଥିତି ସାଙ୍ଘାତିକ, ସୂଚନା ଦେଲେ ମୃତ ନବୀନଙ୍କ ବନ୍ଧୁ

ନୂଆଦିଲ୍ଲୀ: ୟୁକ୍ରେନର ଖାର୍କିଭ ସହରରେ ଆକ୍ରମଣରେ ପ୍ରାଣ ହରାଇଥିବା ଭାରତୀୟ ଛାତ୍ର ନବୀନଙ୍କ ବନ୍ଧୁ ଲଭକେଶଙ୍କ ସହ ଇଟିଭି ଭାରତର ଆଲୋଚନା । ଲଭକେଶ କହିଛନ୍ତି ଖାର୍କିଭରେ ସ୍ଥିତି ଅତ୍ୟନ୍ତ ବିପଜ୍ଜନକ । ବିନା ଖାଦ୍ୟରେ ବିତିଲାଣି ସପ୍ତାହ । କୌଣସି ମୁହୂର୍ତ୍ତରେ ଯାଇପାରେ ଜୀବନ ।

ଖାର୍କିଭରେ ସ୍ଥିତି ସାଙ୍ଘାତିକ, ସୂଚନା ଦେଲେ ମୃତ ନବୀନଙ୍କ ବନ୍ଧୁ

ସେହିପରି ବନ୍ଧୁ ନବୀନଙ୍କ ମୃତ୍ୟୁ ସମ୍ପର୍କରେ ସେ ସୂଚନା ଦେଇଛନ୍ତି, ନବୀନ ଘରକୁ ପେରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଥିଲେ । ଆଉ ମାତ୍ର କିଛି ସମୟ ମଧ୍ୟରେ ସେ ଖାର୍କିଭ ଛାଡି ସୀମାନ୍ତକୁ ଯାତ୍ରା ଆରମ୍ଭ କରିଥାନ୍ତେ । ତେବେ ତାର କିଛି ଘଣ୍ଟା ପୂର୍ବରୁ ଏକ ଆକ୍ରମଣରେ ନବୀନଙ୍କ ମୃତ୍ୟୁ ହୋଇଗଲା ।

ସେହିପରି ବର୍ତ୍ତମାନ ୟୁକ୍ରେନରେ ଥିବା ଭାରତୀୟ ଛାତ୍ରଙ୍କ ସ୍ଥିତି ଅତନ୍ତ ବିପଜ୍ଜନକ ରହିଛି । ସେମାନେ ସୁରକ୍ଷିତ ନୁହନ୍ତି । କୌଣସି ମୁହୂର୍ତ୍ତରେ ଅଘଟଣ ଘଟିପାରେ । ତେଣୁ ତୁରନ୍ତ ଭାରତୀୟ ଛାତ୍ରଙ୍କୁ ସୁରକ୍ଷିତ ୟୁକ୍ରେନରୁ ବାହାର କରନ୍ତୁ ବୋଲି ସେ ଭାରତ ସରକାରଙ୍କୁ ନିବେଦନ ମଧ୍ୟ କରିଛନ୍ତି । ନବୀନଙ୍କ ବନ୍ଧୁ ଲଭକେଶ ପଞ୍ଜାବର ବାସିନ୍ଦା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details