ଓଡିଶା

odisha

ETV Bharat / bharat

ଜେଜେମା କୁ ହତ୍ୟା କଲା ନାତି, ଘରେ ପୋଡ଼ିଲା ମୃତଦେହ

ମାଆ ପୁଅଙ୍କ ଉନ୍ମତ୍ତ କାଣ୍ଡ । ଜେଜେ ମାଆକୁ ନାତି ହତ୍ୟା କରିବା ପରେ ଘରେ ପୋଡ଼ିଲା ମୃତଦେହ । ଏଥିରେ ସାହାଯ୍ୟ କଲା ମାଆ । ଅଧିକ ପଢନ୍ତୁ

ଜେଜେମା'କୁ ହତ୍ୟା କଲା ଇଞ୍ଜିନିୟରିଂ ଛାତ୍ର, ଘରେ ପୋଡ଼ିଲା ମୃତଦେହ
ଜେଜେମା'କୁ ହତ୍ୟା କଲା ଇଞ୍ଜିନିୟରିଂ ଛାତ୍ର, ଘରେ ପୋଡ଼ିଲା ମୃତଦେହ

By

Published : Oct 7, 2022, 11:08 PM IST

ବେଙ୍ଗାଲୁରୁ: ମାଆ ପୁଅଙ୍କ ଉନ୍ମତ୍ତ କାଣ୍ଡ । ଜେଜେ ମାଆକୁ ନାତି ହତ୍ୟା କରିବା ପରେ ଘରେ ପୋଡ଼ିଲା ମୃତଦେହ । କର୍ଣ୍ଣାଟକର କେଙ୍ଗେରୀ ଥାନା ଅଞ୍ଚଳରେ ଭୟାନକ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଗତ ୫ ବର୍ଷ ପୂର୍ବରୁ ରାଜଧାନୀ ବେଙ୍ଗାଲୁରୁରେ ବୃଦ୍ଧା ଶାନ୍ତକୁମାରୀଙ୍କ ହତ୍ୟା ଘଟଣା ସହରରେ ହଇଚଇ ସୃଷ୍ଟି କରିଥିବା ବେଳେ ପ୍ରକୃତ ଦୋଷୀଙ୍କୁ ଠାବ କରିଛି ପୋଲିସ । ବୃଦ୍ଧାଙ୍କ ମୃତ୍ୟୁରେ ନାତି ଓ ବୋହୂ ସାମିଲ ଥିବା ନେଇ ପୋଲିସ ଖୁଲାସା କରିବା ପରେ ବର୍ତ୍ତମାନ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ମୃତ ବୃଦ୍ଧାଙ୍କ ପରିବାର

ଏହି ଘଟଣାରେ ପ୍ରକୃତ ଦୋଷୀଙ୍କୁ ଧରିବା ଲାଗି ପୋଲିସ କେତୋଟି ଟିମ ମଧ୍ୟ ଗଠନ କରିଥିଲା । ମାତ୍ର ୩ୟ ଅଭିଯୁକ୍ତକୁ ଧରିବାରେ ପୋଲିସ ସଫଳ ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତକୁ ଧରିବା ଲାଗି ବହୁ କସରତ କରିଥିଲା ପୋଲିସ । କେଙ୍ଗେରୀ ଥାନା ଅଞ୍ଚଳର ଇନ୍ସପେକ୍ଟର ବସନ୍ତଙ୍କୁ ଏହି ଦାୟିତ୍ବ ଦିଆଯାଇଥିଲା । ଏହି ଘଟଣାର ତଦନ୍ତ କରିବା ପରେ ମୁଖ୍ୟ ଅଭିଯୁକ୍ତ ଶଶିକଳା (୪୬) ଓ ପୁଅ ସଞ୍ଜୟ (୨୬)କୁ ପୋଲିସ ମହାରାଷ୍ଟ୍ରର କୋଲହାପୁରରୁ ଗିରଫ କରିଛି । ଏହାପରେ ତାଙ୍କୁ ବେଙ୍ଗାଲୁରୁକୁ ଅଣାଯାଇଛି ।

୫ ବର୍ଷ ପୂର୍ବେ ବୃଦ୍ଧାଙ୍କ ହତ୍ୟା:-

ଦୀର୍ଘ ୫ ବର୍ଷ ପରେ ତଦନ୍ତ କରିବା ପରେ ପ୍ରକୃତ ଦୋଷୀଙ୍କ ଠିକଣା ପାଇଛି ପୋଲିସ । କେଙ୍ଗେରୀ ସାଟେଲାଇଟ କଲୋନୀରେ ମୃତ ବୃଦ୍ଧା ଶାନ୍ତକୁମାରୀ ନିଜ ବୋହୂ ଶଶିକଳା ଓ ନାତି ସଞ୍ଜୟଙ୍କ ସହିତ ରହୁଥିଲେ । ଶଶିକଳାଙ୍କ ସ୍ବାମୀ କିଛି ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିବା ବେଳେ ସେ ଗୃହିଣୀ ଥିଲେ । ପୁଅ ସଞ୍ଜୟ ଏକ ଘରୋଇ କଲେଜରେ ଏରୋନଟିକାଲ ଇଞ୍ଜିନିୟରିଂର ୩ୟ ସେମିଷ୍ଟାରର ଛାତ୍ର । ସେ ଜଣେ ମେଧାବୀ ଛାତ୍ର ହୋଇଥିବା ବେଳେ ଏସଏସଏଲସି (Secondary School Leaving Certificate) ଓ PUC (Pre-University Course) ପରୀକ୍ଷାରେ ୯୦ ପ୍ରତିଶତ ମାର୍କ ମଧ୍ୟ ରଖିଥିଲା ।

ସେ ଗତ ୨୦୧୬ ମସିହା ଅଗଷ୍ଟରେ କଲେଜ ପାଠ୍ୟକ୍ରମ ଶେଷ କରିବା ପରେ ସଞ୍ଜୟ ଘରକୁ ଆସିଥିଲେ । ଏହାପରେ ସେ ନିଜ ଜେଜେମା' ଶାନ୍ତକୁମାରୀଙ୍କ ପାଇଁ ଗୋବିମଞ୍ଚୁରିଆନ କିଣି ଆଣିଥିଲେ । ମାତ୍ର ଏହାକୁ ଶାନ୍ତକୁମାରୀ ଖାଇନଥିଲେ । ଏହାକୁ ନିଜ ନାତି ଉପରକୁ ଫିଙ୍ଗିଥିଲେ । ଏହାପରେ ସଞ୍ଜୟ ଏଥିରେ ରାଗି ଯାଇ ତାଙ୍କ ମୁଣ୍ଡକୁ ଆଘାତ କରିଥିଲେ । ମୁଣ୍ଡରୁ ଅତ୍ୟଧିକ ରକ୍ତସ୍ରାବ ପରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଏହା ବି ପଢନ୍ତୁ- Land For Job Scam: ଲାଲୁଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା CBI

ଯେତେବେଳେ ଶଶିକଳା ଏ ସମ୍ପର୍କରେ ଜାଣିବାକୁ ପାଇଲେ ସେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେବା ପାଇଁ ବାହାରିବା ବେଳେ ଏହାକୁ ଚାପିବା ଲାଗି ମା'କୁ କହିଥିଲେ ପୁଅ । ଏହାପରେ ଶଶିକଳା ଏଥିରେ ରାଜି ହୋଇଯାଇଥିଲେ । ଏହାପରେ ସଞ୍ଜୟ ନିଜ ସାଙ୍ଗ ନନ୍ଦିଶକୁ ଘରକୁ ଡାକିଥିଲା । ଏହାପରେ ସେମାନେ ଘରର କପବୋର୍ଡରେ ବୃଦ୍ଧାଙ୍କ ମୃତଦେହକୁ ଲୁଚାଇ ଦେଇଥିଲେ । ଦୁର୍ଗନ୍ଧରୁ ବର୍ତ୍ତିବା ଲାଗି କେମିକାଲ ମଧ୍ୟ ବ୍ୟବହାର କରିଥିଲେ ।

ଏହାପରେ ସେମାନେ ଘର ଭିତରେ ଗାତ ଖୋଳି ସେଠାରେ ହିଁ ବୃଦ୍ଧାଙ୍କ ମୃତଦେହକୁ ପୋଡ଼ିଥିଲେ । ଏହାପରେ ଏହାକୁ ପ୍ଲାଷ୍ଟର କରି ପୁଣି ରଙ୍ଗ ଦେଇଥିଲେ । ଏହାପରେ ସେମାନେ ଉକ୍ତ ଭଡ଼ା ଘରୁ ପଳାଇଥିଲେ । ୨୦୧୭ ମସିହାରେ ଘର ମରାମତି ବେଳେ ଘର ମାଲିକ ଏକ ରକ୍ତଭିଜା ଶାଢୀ ଦେଖିବାକୁ ପାଇଥିଲେ । ଏହାପରେ ସେ ପୋଲିସକୁ ଖବର ଦେଇଥିଲେ । ଏହାପରେ ପୋଲିସ ତଦନ୍ତ କରି ଏ ସମ୍ପର୍କରେ ଜାଣିବା ପରେ ମାଆ ପୁଅଙ୍କୁ ଗିରଫ କରିଛି ।

ABOUT THE AUTHOR

...view details