ଶ୍ରୀନଗର:ପୁଣି ଅଶାନ୍ତ ସୀମା । ଗୁରୁବାର ବିଳମ୍ବିତ ରାତିରେ ଜମ୍ମୁ କାଶ୍ମୀର ଶ୍ରୀନଗରର ଦାନମାର ଅଞ୍ଚଳରେ ଆତଙ୍କୀଙ୍କୁ ନିପାତ କରିବା ପାଇଁ ସୁରକ୍ଷା ବାହିନୀ ପକ୍ଷରୁ ଆରମ୍ଭ ହୋଇଛି ଏନକାଉଣ୍ଟର । ଏହି ଏନକାଉଣ୍ଟରରେ ଦୁଇ ଲକ୍ସର-ଇ-ତୋଇବା ଆତଙ୍କୀଙ୍କୁ ନିପାତ କରାଯାଇଥିବା ଆଇଜି କାଶ୍ମୀର ବିଜୟ କୁମାର ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ, ଶ୍ରୀନଗର ଆଲାମଦର କଲୋନୀର ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନାକୁ ଖବର ମିଳିଥିଲା । ପରେ ସୁରକ୍ଷା ବାହିନୀ ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ । ପ୍ରଥମେ ପୁରା ଅଞ୍ଚଳକୁ ଘେରାବନ୍ଦୀ କରିନେଇ କୁମ୍ବିଂ ଆରମ୍ଭ କରିଥିଲେ ସୁରକ୍ଷାବାହିନୀ । ଆତଙ୍କୀ ମାନେ ସୁରକ୍ଷା ବାହିନୀକୁ ଗୁଳି ବର୍ଷଣ କରୁଥିବା ବେଳେ ସେନା ମଧ୍ୟ ଏହାର ପ୍ରତି ଜବାବ ଦେଉଛି । ଏବେବି ଆତଙ୍କୀଙ୍କୁ ସଫା କରିବା ପାଇଁ କୁମ୍ବିଂ ଜାରି ରହିଛି ।