ଓଡିଶା

odisha

ETV Bharat / bharat

ପୁଲୱାମାରେ ଏନକାଉଣ୍ଟର: 3 ଆତଙ୍କୀ ସଫା, ପାକିସ୍ତାନର ଜଣେ - J-K's

ଜମ୍ମୁ-କାଶ୍ମୀରର ପୁଲୱାମାରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଛି । ଏଥିରେ ତିନି ଆତଙ୍କୀଙ୍କୁ ନିପାତ କରିଛି ସୁରକ୍ଷାବାହିନୀ । ସର୍ଚ୍ଚ ଅପରେସନ ଜାରି । ଅଧିକ ପଢନ୍ତୁ...

ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି
ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି

By

Published : Jul 14, 2021, 7:46 AM IST

Updated : Jul 14, 2021, 9:53 AM IST

ଶ୍ରୀନଗର: ପୁଣି ସୀମାରେ ଗୁଳି ବିନିମୟ । ଜମ୍ମୁ-କାଶ୍ମୀର ପୁଲୱାମାରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଛି । ଏଥିରେ ତିନି ଆତଙ୍କୀ ନିପାତ ହୋଇଛନ୍ତି । ପାକିସ୍ତାନ ଏଲଇଟି କମାଣ୍ଡର ଏଜାଜ ଓରଫ ଆବୁ ହୁରୈର ଏହି ଏନକାଉଣ୍ଟରରେ ପ୍ରାଣ ହରାଇଛି । ଅନ୍ୟ ଦୁଇ ଆତଙ୍କବାଦୀ ସ୍ଥାନୀୟ ଅଞ୍ଚଳର ହୋଇଥିବା ଜଣାପଡିଛି । ସର୍ଚ୍ଚ ଅପରେସନ ଜାରି ରହିଛି । ସେପଟେ ଅସ୍ତ୍ରବିରତି ଉଂଲଘନ ନେଇ LOCରେ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି । ପୁଞ୍ଚରେ ହାଇ ଆଲର୍ଟ ଜାରି କରାଯାଇଛି ।

ପୁଲୱାମାରେ ଏନକାଉଣ୍ଟର

ସେହିପରି କୁଲଗାମ ଜିଲ୍ଲାରୁ ବିସ୍ଫୋରକ ସାମଗ୍ରୀ ଜବତ କରିଛି ସୁରକ୍ଷାକର୍ମୀ । ଜବତ ଆଇଡିକୁ ପରେ ନିଷ୍କ୍ରିୟ କରାଯାଇଥିଲା । ପୂର୍ବରୁ ଜୁନ 27ରେ ଜମ୍ମୁ ପୋଲିସ ଆଇଡି ଜବତ କରି ଏକ ବଡ ଆକ୍ରମଣକୁ ଅଟକାଇଥିଲା । ସେଠାରୁ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏହି ଆଇଡିକୁ ଲସ୍କର-ଇ-ତୋଏବା ଆତଙ୍କୀମାନେ ଖଞ୍ଜିଥିବା ଜଣାପଡିଥିଲା ।

ପ୍ରକାଶ ଥାଉ କି ଲଗାତାର କିଛି ଦିନ ହେବ ସୀମାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଅନେକ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛି କାଶ୍ମୀର ପୋଲିସ ।

@ANI

Last Updated : Jul 14, 2021, 9:53 AM IST

ABOUT THE AUTHOR

...view details