ଓଡିଶା

odisha

ETV Bharat / bharat

ଘାଟିରେ ଏନକାଉଣ୍ଟର ଆରମ୍ଭ, ଜାରି ରହିଛି ଗୁଳି ବିନିମୟ

ଘାଟିରେ ଏନକାଉଣ୍ଟର ଆରମ୍ଭ, ଜାରି ରହିଛି ଗୁଳି ବିନିମୟ । ଏକାଧିକ ଆତଙ୍କବାଦୀ ଆତ୍ମଗୋପନ କରିଥିବା ଚର୍ଚ୍ଚା । ଅଧିକ ପଢନ୍ତୁ

By ETV Bharat Odisha Team

Published : Sep 4, 2023, 7:07 PM IST

ଘାଟିରେ ଏନକାଉଣ୍ଟର ଆରମ୍ଭ, ଜାରି ରହିଛି ଗୁଳି ବିନିମୟ
ଘାଟିରେ ଏନକାଉଣ୍ଟର ଆରମ୍ଭ, ଜାରି ରହିଛି ଗୁଳି ବିନିମୟ

ଶ୍ରୀନଗର: ଜାମ୍ମୁ କାଶ୍ମୀରର ରେସି ଜିଲ୍ଲାରେ ଆରମ୍ଭ ହୋଇଛି ଏନକାଉଣ୍ଟର । ସ୍ଥାନୀୟ ପୋଲିସ ଓ ସେନା ମିଳିତ ଅପରେସନ ଜାରି ରଖିଛନ୍ତି । କିଛି ଆତଙ୍କବାଦୀ ଘଟଣାସ୍ଥଳରେ ଆତ୍ମଗୋପନ କରିଥିବା ସନ୍ଦେହ କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ମୃତାହତ ନେଇ ସୂଚନା ମିଳିନଥିବା ବେଳେ ଗୁଳି ବିନିମୟ ଜାରି ରହିଥିବା କାଶ୍ମୀର ପୋଲିସ ସୂଚନା ଦେଇଛି ।

ସ୍ଥାନୀୟ ପୋଲିସର ସୂଚନା ଅନୁସାରେ, ରେସି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଆଜି(ସୋମବାର) ଅପରାହ୍ନରେ ସ୍ଥାନୀୟ ପୋଲିସ ଫୋର୍ସ ଓ ସୁରକ୍ଷାବଳ ମିଳିତ ଭାବେ ନିୟମିତ ସର୍ଚ୍ଚ ଅପରେସନରେ ବାହାରିଥିଲେ । ହେଲେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସୂଚନା ମିଳିବା ପରେ ଉକ୍ତ ସ୍ଥାନକୁ କର୍ଡନ କରାଯାଇ ଗୁଳି ବିନିମୟ ଜାରି ରହିଛି । କେତେ ସଂଖ୍ୟକ ଆତଙ୍କବାଦୀ ଆତ୍ମଗୋପନ କରିଛନ୍ତି, ସେନେଇ କିଛି ତଥ୍ୟ ପୋଲିସ ଏପର୍ଯ୍ଯନ୍ତ ସ୍ପଷ୍ଟ କରିନି । ଉଭୟ ପକ୍ଷରୁ ଗୁଳି ବିନିମୟ ଜାରି ରହିଛି । ସମ୍ପୂର୍ଣ୍ଣ ଅଞ୍ଚଳକୁ କର୍ଡନ କରାଯାଇଛି । ଘଟଣାସ୍ଥଳରେ ଅତିରିକ୍ତ ଫୋର୍ସ ମଧ୍ୟ ମଗାଯାଉଛି ।

ଜାମ୍ମୁ ଜୋନ୍‌ର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ମୁକେଶ ସିଂ କହିଛନ୍ତି, ତୁଲି ଅଞ୍ଚଳର ଗାଲି ସୋହବ ଗ୍ରାମରେ ଦୁଇଜଣ ଆତଙ୍କବାଦୀ ଆତ୍ମଗୋପନ କରିଥିବା ଜଣାପଡିଛି । ଏହି ଅଞ୍ଚଳରେ ଦୁଇ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ପୋଲିସ ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ଆଜି ଅପରାହ୍ନରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ସିଂ କହିଛନ୍ତି ଯେ ଶେଷ ରିପୋର୍ଟ ମିଳିବା ପର୍ଯ୍ୟନ୍ତ ଏବଂ ଦୁଇ ଆତଙ୍କବାଦୀଙ୍କୁ କାବୁ କରିବା କିମ୍ବା ନିପାତ କରିବା ପାଇଁ ସୁରକ୍ଷା ବଳ ପ୍ରୟାସ କରୁଛି । ଏବେ ମଧ୍ୟ ମୃତାହତ ନେଇ କୌଣସି ସୂଚନା ଆସିନି । ଅନ୍ଧାରରେ ଆତଙ୍କବାଦୀଙ୍କୁ ଧରିବା ପାଇଁ ପ୍ରୟାସ କରାଯାଉଥିବା ସେ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :-Article 370 case: ସୁପ୍ରିମକୋର୍ଟରେ ଯୁକ୍ତି ବାଢିଥିବା ଅଧ୍ୟାପକଙ୍କ ବିରୋଧରେ ନିଲମ୍ବନ ଆଦେଶ ପ୍ରତ୍ୟାହୃତ

ଘାଟିରେ ଚଳିତବର୍ଷ ଆରମ୍ଭରେ ଏକାଧିକ ଟାର୍ଗେଟ କିଲିଂ ମାମଲା ସାମ୍ନାକୁ ଆସିଥିଲା । ଆତଙ୍କବାଦୀମାନେ ସ୍ଥାନୀୟ କାଶ୍ମୀର ପଣ୍ଡିତ ଓ ଅଣସ୍ଥାନୀୟ ଶ୍ରମିକଙ୍କୁ ଟାର୍ଗେଟ କରି ହତ୍ୟା କରିଥିଲେ । ଫଳରେ ପୁଣି ଥରେ ଘାଟିରେ କାଶ୍ମୀର ପଣ୍ଡିତଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଥିଲା । ସେମାନେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବା ସହ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଥିଲେ । ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଧ୍ୟ ଚିନ୍ତାବ୍ୟକ୍ତ କରିଥିଲା । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଅତିରିକ୍ତ 25 କମ୍ପାନୀ ସିଆରପିଏଫ୍‌ ଘାଟିରେ ନିୟୋଜିତ କରାଯାଇଥିଲା । ଏବେ ସୂଚନା ମିଳିବା ମାତ୍ରେ ଆତଙ୍କୀ ନିରୋଧୀ ଅପରେସନ ଆରମ୍ଭ କରାଯାଉଛି । ଇନପୁଟ୍‌ ସୂଚନା ଅନୁସାରେ ସେନା ଓ ସ୍ଥାନୀୟ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ନିକଟରେ ହୋଇଥିବା ଏକାଧିକ ଏନ୍‌କାଉଣ୍ଟରରେ ମଧ୍ୟ ସେନାକୁ କ୍ରମାଗତ ସଫଳତା ମିଳିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details