ଓଡିଶା

odisha

By

Published : May 29, 2023, 4:42 PM IST

ETV Bharat / bharat

Emergency landing: ଜରୁରୀ ଅବତରଣ କଲା ବାୟୁସେନାର ଲଢୁଆ ହେଲିକପ୍ଟର Apache

ମଧ୍ୟ ପ୍ରଦେଶ ଭିନ୍ଦରେ ଜରୁରୀ ଅବତରଣ କଲା ବାୟୁସେନାର ‘ଆପାଚି’ ହେଲିକପ୍ଟର । ଦୁଇ ପାଇଲଟ ସୁରକ୍ଷିତ । ତଦନ୍ତ କରୁଛି ବୈଷୟିକ ଟିମ । ଅଧିକ ପଢନ୍ତୁ

Emergency landing: ଜରୁରୀ ଅବତରଣ କଲା ବାୟୁସେନାର ‘ଆପାଚି’ ହେଲିକପ୍ଟର
Emergency landing: ଜରୁରୀ ଅବତରଣ କଲା ବାୟୁସେନାର ‘ଆପାଚି’ ହେଲିକପ୍ଟର

Emergency landing: ଜରୁରୀ ଅବତରଣ କଲା ବାୟୁସେନାର ‘ଆପାଚି’ ହେଲିକପ୍ଟର

ଭୋପାଲ: ମଧ୍ୟ ପ୍ରଦେଶର ଭିନ୍ଦ ଜିଲ୍ଲାରେ ବାୟୁସେନାର ଲଢୁଆ ‘ଆପାଚି’ ହେଲିକପ୍ଟର ଜରୁରୀ ଅବତରଣ କରିଛି । ଏହି ହେଲିକପ୍ଟରଟି ଗ୍ୱାଲିୟର ଏୟାରବେସରୁ ଉଡାଣ ଭରିଥିଲା । ଭିନ୍ଦ ଜିଲ୍ଲା ଉପରେ ଉଡୁଥିବା ବେଳେ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବା କାରଣରୁ ଏହାକୁ ଜରୁରୀ ଅବତରଣ କରାଯାଇଛି । ଗ୍ରାମ ନିକଟବର୍ତ୍ତୀ ଏକ କ୍ଷେତରେ ହେଲିକପ୍ଟରଟି ସୁରକ୍ଷିତ ଲ୍ୟାଣ୍ଡିଂ କରିବା ପରେ ବାୟୁସେନାର ବୈଷୟିକ ଟିମ ପହଞ୍ଚି ଅନୁଧ୍ୟାନ ଆରମ୍ଭ କରିଛି । ଏଥିରେ ଦୁଇଜଣ ପାଇଲଟ ଥିଲେ ଓ ସମସ୍ତେ ସୁରକ୍ଷିତ ରହିଛନ୍ତି । ଯାନ୍ତ୍ରିକ ତ୍ରୁଟି ଅନୁମାନ କରାଯାଉଥିଲେ ସୁଦ୍ଧା ବାୟୁସେନା ପକ୍ଷରୁ ଆନୁଷ୍ଠାନିକ ଭାବେ ସେପରି କିଛି ପ୍ରକାଶ କରାଯାଇନାହିଁ ।

ସୂଚନା ଅନୁଯାୟୀ, ବାୟୁସେନାର ଏହି ଆପାଚି AH-64E ଆଟାକ ହେଲିକପ୍ଟରଟିକୁ ଦୁଇଜଣ ପାଇଲଟ ଉଡାଉଥିଲେ । ଗ୍ବାଲିୟର ଏୟାରବେସରୁ ଉଡାଣ ଭରିବାର କିଛି ସମୟ ପରେ ପୂର୍ବାହ୍ନ ପ୍ରାୟ 10 ଟାରେ ଏଥିରେ ଯାନ୍ତ୍ରିକ ତ୍ରୁଟି ସାମ୍ନାକୁ ଆସିଥିଲା । ଫଳରେ ଏହାକୁ ନୟାଗାଓଁ ଥାନା ଅଧୀନ ଜାହ୍ନୋଲି ଗ୍ରାମ ନିକଟବର୍ତ୍ତୀ କ୍ଷେତରେ ଜରୁରୀ ଅବତରଣ କରିବାକୁ ପଡିଥିଲା । ହେଲିକପ୍ଟର ଜରୁରୀ ଅବତରଣ କରିବା ପରେ ସ୍ଥାନୀୟ ଲୋକେ ରୁଣ୍ଡ ହେବା ଆରମ୍ଭ କରିଥିଲା । ସ୍ଥାନୀୟ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଭିଡ ନିୟନ୍ତ୍ରଣ କରିଥିଲା । ଜରୁରୀ ଅବତରଣ ସମ୍ପର୍କରେ ବାୟୁସେନା କିଛି ସୂଚନା ଦେଇନଥିଲା ବେଳେ ଏକ ବୈଷୟିକ ଟିମ୍‌ ହେଲିକପ୍ଟର ଅନୁଧ୍ୟାନ ଆରମ୍ଭ କରିଛି ।

ଆମେରିକା ନିର୍ମିତ ଏହି ଟ୍ବିନ ଇଞ୍ଜିନ ବିଶିଷ୍ଟ ଆଟକ ହେଲିକପ୍ଟରରେ ଅତ୍ୟାଧୁନିକ ଫିଚର ରହିଛି । ଏଥିରେ ଏକାଧିକ ଅସ୍ତ୍ରଶସ୍ତ୍ର ବହନ କରାଯାଇପାରିବା ସହ ଆକ୍ରମଣ କରିବାର କ୍ଷମତା ବିକଶିତ କରାଯାଇଛି । କୌଣସି ପାଗରେ କୌଣସି ପ୍ରକାର ଏୟାର-ଷ୍ଟ୍ରାଇକ ମିଶନରେ ଏହାକୁ ସଫଳତାର ସହ ଉପଯୋଗ କରାଯାଇପାରିବ । ଏଥିରେ ଟେକ୍ନିକାଲ କନଫର୍ମେସନ ଓ ଡିଜିଟାଲ କନେକ୍ଟଭିଟି ସିଷ୍ଟମ ମଧ୍ୟ ରହିଛି । ଯାହାଫଳରେ ଏହାକୁ ଅନ୍ୟ ହେଲିକପ୍ଟର ଠାରୁ ଅଧିକ ବିକଶିତ ବିବେଚନା କରାଯାଏ । ଏହି ଆମେରିକା ନିର୍ମିତ ଅତ୍ୟାଧୁନିକ ଲଢୁଆ ହେଲିକପ୍ଟରକୁ ଭାରତୀୟ ବାୟୁସେନାରେ ସାମିଲ କରାଯାଇଥିଲା ।

ନିକଟରେ ବାୟୁସେନାର ସ୍ବଦେଶୀ ନିର୍ମିତ ଲାଇଟ୍‌ କମ୍ବାଟ ହେଲିକପ୍ଟର ‘ଧ୍ରୁବ’ କ୍ରାସର ଶିକାର ହୋଇଥିଲା । ପରେ ରାଜସ୍ଥାନରେ ବାୟୁସେନାର ସର୍ବପୁରାତନ ଲଢୁଆ ବିମାନ ମିଗ-21 ମଧ୍ୟ କ୍ରାସ ହୋଇଥିଲା । ଏଥିରେ ପାଇଲଟ ଅଳ୍ପକେ ବର୍ତ୍ତି ଯାଇଥିଲେ ସୁଦ୍ଧା 3 ଜଣ ସାଧାରଣ ଲୋକଙ୍କ ପ୍ରାଣହାନୀ ଘଟିଥିଲା । କ୍ରାସ ପରେ ବାୟୁସେନା ମିଗ-21 ବର୍ଗର ସମସ୍ତ ବିମାନର ଉଡାଣ ସ୍ଥଗିତ ରଖିଛି ।


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details