ଓଡିଶା

odisha

ETV Bharat / bharat

Arunachal Boy Abducted Case: ମିରାମଙ୍କୁ ଇଲେକ୍ଟ୍ରି ସକ୍‌ ଦେଇଥିଲା ଚୀନ !

କିଛି ଦିନ ତଳେ ଚୀନ ପିପଲ୍ସ ଲିବରେସନ ଆର୍ମି ଅନୁପ୍ରବେଶ କରି ଅରୁଣାଚଳ ପ୍ରଦେଶ ଅପର ସିଆଙ୍ଗ ଜିଲ୍ଲାରୁ ଜଣେ ୧୭ ବର୍ଷୀୟ ମିରାମ ତାରୋନଙ୍କୁ ନାବାଳକଙ୍କୁ ଅପହରଣ କରିନେଇଥିଲା । ଏହାପରେ ଜାନୁଆରୀ ୨୭ରେ ଅପହରଣର ୯ ଦିନ ପରେ ଚୀନ ମିରାମଙ୍କୁ ଫେରାଇ ଦେଇଥିଲା । ୯ ଦିନ ଭିତରେ ସେଠାରେ ମିରାମଙ୍କ ଉପରେ ଚୀନ ଅମାନବୀୟ ଅତ୍ୟାଚାର କରିଥିବା କହିଛନ୍ତି ମିରାମ । ଅଧିକ ପଢନ୍ତୁ

Arunachal Boy Abducted Case
Arunachal Boy Abducted Case

By

Published : Feb 3, 2022, 9:39 AM IST

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରୁ ଅପହୃତ ଯୁବକ ଘଟଣାରେ ଦିନକୁ ଦିନ ଚୀନର ଚାଲାଖି ପଦାରେ ପଡୁଛି । କିଛି ଦିନ ତଳେ ଚୀନ ପିପଲ୍ସ ଲିବରେସନ ଆର୍ମି ଅନୁପ୍ରବେଶ କରି ଅରୁଣାଚଳ ପ୍ରଦେଶ ଅପର ସିଆଙ୍ଗ ଜିଲ୍ଲାରୁ ଜଣେ ୧୭ ବର୍ଷୀୟ ମିରାମ ତାରୋନଙ୍କୁ ନାବାଳକଙ୍କୁ ଅପହରଣ କରି ନେଇଥିଲା । ଏହାପରେ ଜାନୁଆରୀ ୨୭ରେ ଅପହରଣର ୯ ଦିନ ପରେ ଚୀନ ମିରାମଙ୍କୁ ଫେରାଇ ଦେଇଥିଲା । ୯ ଦିନ ଭିତରେ ସେଠାରେ ମିରାମଙ୍କ ଉପରେ ଚୀନ ଅମାନବୀୟ ଅତ୍ୟାଚାର କରିଥିବା କହିଛନ୍ତି ମିରାମ ।

ସେଠାରେ ତାଙ୍କୁ ନିସ୍ତୁକ ମାଡ ମାରିବା ସହ ଇଲେକ୍ଟ୍ରିକ ସକ୍‌ ଦେଇଥିବା ଜଣାପଡିଛି । ବିଜେପି ସାଂସଦ ତାପିର ଗାଓ ଏଭଳି ଦାବି କରିଛନ୍ତି । ତାପିର କହିଛନ୍ତି ମିରାମଙ୍କୁ ପିଏଲଏ ନିସ୍ତୁକ ମାଡ ଗମ୍ଭୀରତାର ସହ ଗ୍ରହଣ କରିବା ସହ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ଏ ସଂକ୍ରାନ୍ତରେ ଆଲୋଚନା କରିବ ।

ସେପଟେ ମିରାମ ମଧ୍ୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସମାନ କଥା କହିଛନ୍ତି । ସେ କହିଛନ୍ତି ସେମାନେ ମୋ ହାତଗୋଡ ବାନ୍ଧି ମୋତେ ଜଙ୍ଗଲକୁ ନେଇ ଯାଇଥିଲେ । ପ୍ରଥମ ଦିନ ମୋତେ ଇଲେକ୍ଟ୍ରିକ ସକ ଦେଇଥିଲେ । ଏହାପରେ ମୋତେ ଆଉ ନିର୍ଯାତନା ଦେଇ ନଥିବା କହିଛନ୍ତି ମିରାମ ।


ଏହା ବି ପଢନ୍ତୁ Arunachal Boy Abducted Case: ଅପହୃତ ଭାରତୀୟ ଯୁବକଙ୍କୁ ଛାଡିଲା ଚୀନ

ପ୍ରକାଶ ଥାଉ କି, ଜାନୁଆରୀ ୧୯ ତାରିଖରେ ଅରୁଣାଞ୍ଚଳ ପ୍ରଦେଶର ସିଆଙ୍ଗ ଜିଲ୍ଲାର ଜିଡୋ ଗାଁର ବାସିନ୍ଦା 19 ବର୍ଷିୟ ମିରାମ ଟାରନ LAC ନିକଟବର୍ତ୍ତୀ ନିଜ କ୍ଷେତରେ କାମ କରୁଥିବା ବେଳେ ନିଖୋଜ ହୋଇଯାଇଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ପରେ ତାଙ୍କୁ ଠାବ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଜାନୁଆରୀ ୨୭ ତାରିଖରେ ଭାରତକୁ ଫେରିଲେ ଅରୁଣାଚଳ ପ୍ରଦେଶରୁ ଅପହୃତ ଯୁବକ ।

ABOUT THE AUTHOR

...view details