ଓଡିଶା

odisha

ETV Bharat / bharat

ମଙ୍ଗଳବାର ଦାୟିତ୍ବ ନେବେ ଭାରତର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିସନର

ଆସନ୍ତାକାଲି(ମଙ୍ଗଳବାର) ଭାରତର ମୁଖ୍ୟ ନିର୍ବାଚନ କମିସନର ସୁନୀଲ ଅରୋରା ଅବସର ନେବେ । ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିସନର ଭାବେ ଏହି ନିର୍ବାଚନ କମିସନରଙ୍କ ନାଁ ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ...

By

Published : Apr 12, 2021, 10:32 AM IST

ମଙ୍ଗଳବାର ଦାୟିତ୍ବ ନେବେ ଭାରତର ପରବର୍ତ୍ତୀ ନିର୍ବାଚନ କମିସନର
ମଙ୍ଗଳବାର ଦାୟିତ୍ବ ନେବେ ଭାରତର ପରବର୍ତ୍ତୀ ନିର୍ବାଚନ କମିସନର

ନୂଆଦିଲ୍ଲୀ: ଭାରତର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିସନର ସୁଶୀଲ ଚନ୍ଦ୍ରା । ଆସନ୍ତାକାଲି ସେ ମୁଖ୍ୟ ନିର୍ବାଚନ କମିସନର ଭାବେ ଦାୟିତ୍ବ ଗ୍ରହଣ କରିପାରନ୍ତି । ସିଇସି ପାଇଁ ସବୁଠାରୁ ବରିଷ୍ଠ ଅଧିକାରୀ ଭାବେ ତାଙ୍କୁ ଚୟନ କରାଯାଇଛି । ଏନେଇ ଖୁବଶୀଘ୍ର ଖୁବଶୀଘ୍ର ଏକ ଆଦେଶ ଜାରି ହେବ ।

ବର୍ତ୍ତମାନ ଭାରତର ମୁଖ୍ୟ ନିର୍ବାଚନ କମିସନର ସୁନୀଲ ଅରୋରାଙ୍କ କାର୍ଯ୍ୟକାଳ ଏପ୍ରିଲ 13 ତାରିଖରେ ଶେଷ ହେଉଛି । ତାଙ୍କ ସ୍ଥାନରେ ସୁଶୀଲ ଚନ୍ଦ୍ର ହେବେ ମୁଖ୍ୟ ନିର୍ବାଚନ କମିସନର ।

2019 ମସିହା 14 ଫେବୃୟାରୀରେ ନିର୍ବାଚନ କମିସନର ଭାବେ ନିଯୁକ୍ତ ହୋଇଥିଲେ ସୁଶୀଲ । ପୂର୍ବରୁ ସେ ସିବିଡିଟିର ଅଧ୍ୟକ୍ଷ ରହିଥିଲେ । ମୁଖ୍ୟ ନିର୍ବାଚନ କମିସନର ଭାବେ ସେ 2022 ମସିହା ମାର୍ଚ୍ଚ 14 ତାରିଖ ପର୍ଯ୍ୟନ୍ତ ଦାୟିତ୍ବ ତୁଲାଇବେ ।

ସୁଶୀଲ ଚନ୍ଦ୍ରାଙ୍କ ଅଧୀନରେ ମଣିପୁର, ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ ଓ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details