ମୁମ୍ବାଇ: ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ଏହାକୁ ନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ । ଏହି କ୍ରମରେ ମହାରାଷ୍ଟ୍ରର ୨୦ତମ ମୁଖ୍ୟମନ୍ତ୍ରୀ ବାଭରେ ଶପଥ ନେବେ ଏକନାଥ ସିନ୍ଦେ । ଗୁରୁବାର ସନ୍ଧ୍ୟା ୭.୩୦ ବେଳେ ସେ ଶପଥ ନେବେ । ଏକନାଥ ସିନ୍ଦେଙ୍କୁ ଆନୁଷ୍ଠାନିକ ଭାବରେ ସମର୍ଥନ କରିଛି ବିଜେପି । ଏହାକୁ ନେଇ ପ୍ରେସ୍ମିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ଦେବେନ୍ଦ୍ର ଫଡ଼ନାଭିସ୍ । ଫଡ଼ନାଭିସ୍ଙ୍କ ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି ଏକନାଥ ସିନ୍ଦେ ।
Big Breaking: ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହେବେ ଏକନାଥ ସିନ୍ଦେ, ସନ୍ଧ୍ୟା 7.30ରେ ଶପଥ ଗ୍ରହଣ - Devendra Fadnavis on Maharashtra Cm
ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ଏହାକୁ ନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ । ଏହି କ୍ରମରେ ମହାରାଷ୍ଟ୍ରର ୨୦ତମ ମୁଖ୍ୟମନ୍ତ୍ରୀ ବାଭରେ ଶପଥ ନେବେ ଏକନାଥ ସିନ୍ଦେ । ଅଧିକ ପଢ଼ନ୍ତୁ
ଏକନାଥ ସିନ୍ଦେ କହିଛନ୍ତି ଯେ, "ବିଜେପି ସହ ମେଣ୍ଟ କରି ନିର୍ବାଚନରେ ଆସନ ହାତେଇଥିଲା ଶିବସେନା । କିନ୍ତୁ ମହା ବିକାଶ ଅଘାଡ଼ି ସରକାର ଗଠନ କରିଥିଲା । ଏହାଦ୍ବାରା ସରକାରରେ ରହି ମଧ୍ୟ କାମ କରିବା ଅସମ୍ଭବ ହୋଇ ପଡ଼ିଥିଲା । ଏଥିପାଇଁ ବିଦ୍ରୋହ ରାସ୍ତା ଆପଣାଇବାକୁ ବାଧ୍ୟ ହେଲୁ । ମହାରାଷ୍ଟ୍ର ବିକାଶ ପାଇଁ ଆମେ ପୁନଃ ବିଜେପି ସମର୍ଥନରେ ସରକାର ଗଢ଼ିବୁ । ଜନତାଙ୍କ ଭାବନାକୁ ପ୍ରାଥମିକତା ଦେଇ ଆମେ ଏହି ନିଷ୍ପତ୍ତି ନେଇଛୁ । ଏକ ଜାତୀୟ ଦଳ ହୋଇଥିବା ସତ୍ତ୍ବେ ବିଜେପି ମୋତେ ସୁଯୋଗ ଦେଇଛି । ଏଥିପାଇଁ ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଉଛି ।"