ଓଡିଶା

odisha

ସଂସଦ ସୁରକ୍ଷା ବିଭ୍ରାଟ ଘଟଣା: 8ପୋଲିସ କର୍ମୀ ନିଲମ୍ବିତ, 7ଦିନିଆ ରିମାଣ୍ଡରେ 4 ଅଭିଯୁକ୍ତ

By ETV Bharat Odisha Team

Published : Dec 14, 2023, 6:58 PM IST

Eight security personnel suspended for Parliament security breach: ସଂସଦରେ ସୁରକ୍ଷା ବିଭ୍ରାଟ ମାମଲାରେ କାର୍ଯ୍ୟାନୁଷ୍ଠାନ । 8 ସୁରକ୍ଷାକର୍ମୀ କାର୍ଯ୍ୟରୁ ନିଲମ୍ବିତ । ତେବେ 7ଦିନିଆ ରିମାଣ୍ଡରେ 4 ଅଭିଯୁକ୍ତ । ଅଧିକ ପଢନ୍ତୁ

ସଂସଦ ସୁରକ୍ଷା ବିଭ୍ରାଟ ଘଟଣା: 8 ପୋଲିସ କର୍ମୀ ନିଲମ୍ବିତ
ସଂସଦ ସୁରକ୍ଷା ବିଭ୍ରାଟ ଘଟଣା: 8 ପୋଲିସ କର୍ମୀ ନିଲମ୍ବିତ

ନୂଆଦିଲ୍ଲୀ:ସଂସଦରେ ସୁରକ୍ଷା ବିଭ୍ରାଟ ମାମଲାରେ ସୁରକ୍ଷା ଦାୟିତ୍ବରେ ଥିବା 8 ଜଣ ପୋଲିସ ଅଧିକାରୀଙ୍କୁ କାର୍ଯ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବିତ କରାଯାଇଛି । ତେବେ ଏହି ଅଧିକାରୀମାନେ ଦିଲ୍ଲୀ ପୋଲିସ କିମ୍ବା କେନ୍ଦ୍ରୀ ଫୋର୍ସର ଯବାନ ତାହା ସ୍ପଷ୍ଟ ହୋଇନି । ହେଲେ ଏମାନେ ଭିଜିଟର ଓ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ଉଦ୍ଦିଷ୍ଟ ପ୍ରବେଶ ପଥରେ ସୁରକ୍ଷା ଦାୟିତ୍ବରେ ନିୟୋଜିତ ଥିଲେ । ପୋଲିସ ବିଭାଗ କୌଣସି ସୂଚନା ଦେଇନଥିବା ବେଳେ ଗଣମାଧ୍ୟମ ସୂଚନା ଅନୁସାରେ, ଏହି ଅଧିକାରୀ ଓ ଯବାନଙ୍କ ନାମ ରାମପାଲ, ଅରବିନ୍ଦ, ବୀର ଦାସ, ଗଣେଷ, ଅନିଲ, ପ୍ରଦୀପ, ଭିମିତ ଓ ନରେନ୍ଦ୍ର ବୋଲି ଜଣାପଡିଛି । ଏମାନଙ୍କ ବିଭାଗ ସମ୍ପର୍କରେ ସ୍ପଷ୍ଟତା ଆସନି । ଏହା ସହିତ ଆଜି ଦିଲ୍ଲୀ ପୋଲିସ 7ଦିନିଆ ରିମାଣ୍ଡରେ 4 ଅଭିଯୁକ୍ତଙ୍କୁ ନେଇଛି । ଆଜି ଦିଲ୍ଲୀ ପୋଲିସ ପଟିଆଲା ହାଇସ କୋର୍ଟରେ 15 ଦିନିଆ ରିମାଣ୍ଡ ଆବେଦନ କରିଥିଲା ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ ।

ଗତକାଲି ସଂସଦ ଆକ୍ରମଣର 22ତମ ବାର୍ଷିକୀ ଅବସରରେ ପୁଣି ଥରେ ଦେଶର ସର୍ବୋଚ୍ଚ ପଞ୍ଚାୟତର ସୁରକ୍ଷାରେ ବିଭ୍ରାଟ ଦେଖିବାକୁ ମିଳିଥିଲା । ଏବେ 4 ଅଭିଯୁକ୍ତ ଗିରଫ ହୋଇସାରିଥିବା ବେଳେ ମାଷ୍ଟର ମାଇଣ୍ଡଅଭିଯୁକ୍ତକୁ ପୋଲିସ ଖୋଜୁଛି । ଗୃହ ମଧ୍ୟରେ ପ୍ରବେଶ କରିଥିବା ଦୁଇ ଅଭିଯୁକ୍ତ ଯୁବକ ଭିଜିଟର ପାସରେ ପ୍ରବେଶ କରିଥିଲେ । ଏହି ପାସ ସେମାନଙ୍କୁ ମହୀଶୂରର ବିଜେପି ସାଂସଦ ପ୍ରତାପ ସିହ୍ନାଙ୍କ କାର୍ଯ୍ୟାଳୟରୁ ମିଳିଥିବା ବିରୋଧୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଦୁଇ ଅନୁପ୍ରବେଶକାରୀଙ୍କ ମଧ୍ୟରେ ଜଣେ ମହୀଶୂରର ଯୁବକ ମଧ୍ୟ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :-ସଂସଦ ସୁରକ୍ଷା ବିଭ୍ରାଟ: ଏବେବି ମୁଖ୍ୟ ଅଭିଯୁକ୍ତ ଲଳିତ ଝା ଫେରାର

ଏହା ପରେ ସଂସଦରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ପରବର୍ତ୍ତୀ ନିଷ୍ପତ୍ତି ନଆସିବା ଯାଏ, କୌଣସି ସାଧାରଣ ଲୋକଙ୍କୁ ଭିଜିଟର ଗ୍ୟାଲେରୀ ପାସ ମିଳିବ ନାହିଁ । ନୂତନ ସଂସଦ ଭବନର ପ୍ରବେଶ ପ୍ରକ୍ରିୟା ଓ ସୁରକ୍ଷା ବ୍ୟବସ୍ଥା ପୁରୁଣା ସଂସଦ ଭବନ ଠାରୁ ମଧ୍ୟ ଅଧିକ ବ୍ୟବସ୍ଥିତ । ସାଂସଦମାନଙ୍କ କହିବା ଅନୁସାରେ, ଜଣେ କେହି ଭିଜିଟର ପାସରେ ଅଧିବେଶନ ଚାଲିଥିବା ବେଳେ ସଦନରେ ପ୍ରବେଶ କରିବା ପାଇଁ କୌଣସି ସଦସ୍ୟଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ବୈଧ ପାସ ବାଧ୍ୟତାମୂଳକ ହୋଇଥାଏ । ସେହିପରି କେବଳ ପାସ ନୁହେଁ ବରଂ ପ୍ରାୟ 5 ସ୍ତରୀୟ ଯାଞ୍ଚ ପରେ ସେମାନେ ଗୃହରେ ପ୍ରବେଶ କରିଥାନ୍ତି । ତେବେ କଡା ସରୁକ୍ଷା ଓ ପାସ ନିୟମାବଳି ମଧ୍ୟରେ ଦୁଇ ଉପଦ୍ରବକାରୀ ଗୃହ ମଧ୍ୟରେ ପ୍ରବେଶ କରିବାକୁ ନେଇ ବିଭିନ୍ନ ପ୍ରଶ୍ନ ସୃଷ୍ଟି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details