ନୂଆଦିଲ୍ଲୀ: କୃଷକ ଓ କେନ୍ଦ୍ର ସରକାର ମଧ୍ୟରେ ଆଲୋଚନା ବିଫଳ ହୋଇଛି । ଅଷ୍ଟମ ଥର ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଓ କୃଷିକ ସଂଗଠନର ପ୍ରତିନିଧି ମାନେ ଆଲୋଚନା କରିଥିଲେ । ଏଥିରେ କୌଣସି ନିଷ୍କର୍ସ ବାହାରି ନଥିବା କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି । ଆସନ୍ତା 15 ତାରିଖରେ କୃଷକ ଓ କେନ୍ଦ୍ରସରକାର ଆଲୋଚନା କରିବେ ।
ଦୀର୍ଘ 44 ଦିନ ହେଲା ଦିଲ୍ଲୀରେ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ନୂତନ କୃଷକ ଆଇନକୁ ବିରୋଧ କରି ଆନ୍ଦୋଳନ ଜାରୀ ରଖିଛନ୍ତି । କେନ୍ଦ୍ର ସରକାର ଓ କୃଷକ ସଂଗଠନ ମଧ୍ୟରେ ପୂର୍ବରୁ 7 ଟି ବୈଠକ ହୋଇଛି ଆଜି ଅଷ୍ଟମ ବୈଠକରେ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଓ କୃଷକ ସଂଗଠନ ବସି ବିଲକୁ ନେଇ ଚର୍ଚ୍ଚା ଆଲୋଚନା କରିଥିଲେ କିନ୍ତୁ କୌଣସି ନିଷ୍କର୍ସ ବାହାରିନାହିଁ । ଏହାକୁ ନେଇ କେନ୍ଦ୍ର କୃଷି ମନ୍ତ୍ରୀ କହିଛନ୍ତି ଯେ ନୂତନ କୃଷି ଆଇନକୁ ବିରୋଧ କରୁଥିବା ବିଭିନ୍ନ ସଂଗଠନମାନଙ୍କ ସହିତ ମଧ୍ୟ ଆଲୋଚନା କରୁଛନ୍ତି । ଦେଶରେ ବିଭିନ୍ନ ସଂଗଠନ ମଧ୍ୟ ଏହାକୁ ସମର୍ଥନ କରୁଛନ୍ତି । ଯଦି ଆଇନରେ କୌଣସି ସମସ୍ୟା ରହିଛି ତାହା ହେଲେ କୃଷକ ସଂଗଠନ ଗୁଡିକ ସଂଶୋଧନକ ପ୍ରସ୍ତାବ ଦିଅନ୍ତୁ ବୋଲି କହିଛନ୍ତି ।
ଆଜିର ବୈଠକକୁ ନେଇ କୃଷକ ନେତା ରାକେଶ ଟିକାୟତ କହିଛନ୍ତି । ସରକାର ସହିତ ଆଲୋଚନା ହେଲା କିନ୍ତୁ ଆଜି ମଧ୍ୟ କୌଣସି ପ୍ରକାର ସଫଳତା ବାହାରିପାରିନାହିଁ ବୋଲି କହିଛନ୍ତି । ଆମେ ନୂତନ କୃଷି ଆଇନକୁ ବିରୋଧ କରୁଛି ଏବଂ ଏହି ନୂତନ ଆଇନକୁ ସରକାର ରଦ୍ଦ କରନ୍ତୁ ବୋଲି ଦାବି କରିଛନ୍ତି । ଆସନ୍ତା ଜାନୁଆରୀ 26 ତାରିଖରେ ଆମେ ମଧ୍ୟ ପରେଡ କରିବୁ ବୋଲି କହିଛନ୍ତି ।