ଓଡିଶା

odisha

ଦିଲ୍ଲୀ ସରକାର ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ 5 IASଙ୍କ ସମେତ 8 ଅଧିକାରୀ

By

Published : May 21, 2023, 10:32 PM IST

ଦିଲ୍ଲୀ ସରକାର ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ 5 IAS ଙ୍କ ସମେତ 8 ଅଧିକାରୀ । ଉପରାଜ୍ୟପାଳଙ୍କ ନିକଟରେ ହେଲେ ଦ୍ବାରସ୍ଥ । ଅଧିକ ପଢନ୍ତୁ

ଦିଲ୍ଲୀ ସରକାରଙ୍କ ବିରୋଧରେ ଅଭିଯୋଗ ଆଣିଲେ 5 IAS ଙ୍କ ସମେତ 8 ଅଧିକାରୀ
ଦିଲ୍ଲୀ ସରକାରଙ୍କ ବିରୋଧରେ ଅଭିଯୋଗ ଆଣିଲେ 5 IAS ଙ୍କ ସମେତ 8 ଅଧିକାରୀ

ନୂଆଦିଲ୍ଲୀ:ଚଳିତମାସ 11 ତାରିଖରେ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କ ସପକ୍ଷରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି । ଅଦାଲତ ଦିଲ୍ଲୀ ସରକାରଙ୍କୁ ଅଧିକାରୀଙ୍କ ଟ୍ରାନ୍ସଫର ଓ ପୋଷ୍ଟିଂ ପ୍ରସଙ୍ଗରେ ନିଷ୍ପତ୍ତି ନେବା ଅଧିକାର ପ୍ରଦାନ କରିଥିଲେ । ଏହି ପ୍ରସଙ୍ଗରେ ଉପରାଜ୍ୟପାଳ ହସ୍ତକ୍ଷେପ କରିବେ ନାହିଁ ବୋଲି ମଧ୍ୟ କୋର୍ଟ କହିଥିଲେ । ହେଲେ ଦିଲ୍ଲୀ ସରକାର ଓ ମହାନଗର ନିଗମରେ କାର୍ଯ୍ୟରତ 8 ଅଧିକାରୀ ସରକାରଙ୍କ ଦ୍ବାରା ନିର୍ଯାତନାର ଶିକାର ହେଉଥିବା ଉପରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗକାରୀ ଅଧିକାରୀଙ୍କ ମଧ୍ୟରେ ଆଇଏଏସ୍, ଆଇଆରଏସ୍ ଏବଂ ଜଣେ ଆଇପିଏସ୍ ଅଧିକାରୀ ରହିଛନ୍ତି ।

ଏହି ଅଭିଯୋଗକାରୀ ଅଧିକାରୀଙ୍କ ମଧ୍ୟରେ ସର୍ଭିସ ସଚିବ ଆଶିଷ ମୋର୍, ମୁଖ୍ୟ ସଚିବ ନରେଶ କୁମାର, ସ୍ୱତନ୍ତ୍ର ସଚିବ କିନ୍ନି ସିଂ, ଶକ୍ତି ସଚିବ ସୁରବୀର ସିଂ, ଆଇଏଏସ୍ ରାଜଶେଖର, ଆଇପିଏସ୍ ମଧୁର ବର୍ମା ପ୍ରମୁଖ ରହିଛନ୍ତି । ସେହିପରି ରାଜସ୍ବ ସେବା ଅଧିକାରୀ (ଆଇଆରଏସ) କୁନାଲ କଶ୍ୟପ, ଅମିତାଭ ଯୋଶୀ ମଧ୍ୟ ଏହି ଅଭିଯୋଗକାରୀଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ରହିଛନ୍ତି । ଅଭିଯୋଗ ମିଳିବା ପରେ ଦିଲ୍ଲୀ ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ପଞ୍ଜାବରେ ଆଇଏଏସ୍ ସୁରବୀର ସିଂ ଏବଂ ଆଇପିଏସ୍ ମଧୁର ବର୍ମାଙ୍କ ପରିବାରକୁ ମଧ୍ୟ ଟାର୍ଗେଟ କରାଯାଉଛି । ଫଳରେ ସେମାନେ ସେଠାରେ କୋର୍ଟଙ୍କ ଦ୍ବାରସ୍ଥ ମଧ୍ୟ ହୋଇଛନ୍ତି ।

ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ଏପରି ଏକାଧିକ ଅଭିଯୋଗ ପୂର୍ବରୁ ମଧ୍ୟ ଆସିଥିଲା । 11 ମେ’ ସୁପ୍ରିମକୋର୍ଟଙ୍କ ପ୍ରଶାସନିକ ନିୟନ୍ତ୍ରଣ ଦିଲ୍ଲୀ ସରକାରଙ୍କ ଅଧିକାର ନିଷ୍ପତ୍ତି ପରେ ଅଧିକାରୀମାନେ ଏପରି ଅଭିଯୋଗ କରିଥିଲେ । ତେବେ ଏହା ପ୍ରଥମ ଅଭିଯୋଗ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ଅଧିକାରୀଙ୍କ ଅଭିଯୋଗ ଗ୍ରହଣ କରାଯାଇଥିଲା । ତେବେ ଅଭିଯୋଗ କରିଥିବା ଏହି ଅଧିକାରୀମାନେ ଏପର୍ଯ୍ୟନ୍ତ ଗଣମାଧ୍ୟମକୁ କୌଣସି ବିବୃତ୍ତି ଦେଇନାହାଁନ୍ତି । ଏହି ଅଭିଯୋଗ ଉପରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ଦିଲ୍ଲୀରେ ପ୍ରଶାସନିକ ଅଧିକାରୀଙ୍କ ପୋଷ୍ଟିଂ ଓ ବଦଳି କ୍ଷମତା ସରକାର ନା କେନ୍ଦ୍ର ସରକାରଙ୍କ ପ୍ରତିନିଧି ଉପରାଜ୍ୟପାଳଙ୍କ ନିକଟରେ ରହିବ ସେ ନେଇ ସୁପ୍ରିମକୋର୍ଟରେ ମାମଲା ପହଞ୍ଚିଥିଲା । ସର୍ବୋଚ୍ଚ କୋର୍ଟ ମଧ୍ୟ ଦିଲ୍ଲୀ ସରକାରଙ୍କ ସପକ୍ଷରେ ରାୟ ଦେବା ସହ ଏହି କ୍ଷମତା ନିର୍ବାଚିତ ସରକାରଙ୍କର ଥିବା କହିଥିଲେ । ହେଲେ ତାର ମାତ୍ର 2 ଦିନ ପରେ କେନ୍ଦ୍ର ସରକାର ଏକ ସ୍ବତନ୍ତ୍ର ଅଧ୍ୟାଦେଶ ଜାରି କରି ଏକ ପ୍ରାଧିକରଣ ଏହି ସମ୍ପର୍କିତ ନିଷ୍ପତ୍ତି ଗ୍ରହଣ କରିବ ବୋଲି ବ୍ୟବସ୍ଥା କରିଥିଲା । ଯାହାକୁ ଦିଲ୍ଲୀ ସରକାର ବିରୋଧ କରିବା ସହ ସୁପ୍ରିମକୋର୍ଟରେ ଦ୍ବାରସ୍ଥ ହେବା ପାଇଁ ପ୍ରସ୍ତୁତି ଚଳାଇଛି । ଏହାରି ମଧ୍ୟରେ ଏବେ ଅଧିକାରୀମାନେ ଦିଲ୍ଲୀ ସରକାର ଦ୍ବାରା ଉତ୍ପୀଡନର ଶିକାର ହେଉଥିବା ଅଭିଯୋଗ କରି ଉପରାଜ୍ୟପାଳଙ୍କ ନିକଟରେ ପହଞ୍ଚିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details