ଓଡିଶା

odisha

ETV Bharat / bharat

ଅଟୋକୁ ଧକ୍କା ଦେଲା ଟ୍ରକ: ୮ ମୃତ, ୭ ଆହତ - ଉତ୍ତରପ୍ରଦେଶ ଖବର

ଉତ୍ତରପ୍ରଦେଶ ହମିରପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଟୋକୁ ଟ୍ରକ ଧକ୍କା ଦେବା ଫଳରେ ୮ ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ଅଟୋକୁ ଧକ୍କା ଦେଲା ଟ୍ରକ: ୮ ମୃତ, ୭ ଆହତ
ଅଟୋକୁ ଧକ୍କା ଦେଲା ଟ୍ରକ: ୮ ମୃତ, ୭ ଆହତ

By

Published : Jun 23, 2022, 7:09 AM IST

ଲକ୍ଷ୍ନୌ:ଉତ୍ତରପ୍ରଦେଶ ହମୀରପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଟୋକୁ ଧକ୍କା ଦେଲା ଟ୍ରକ(eight killed as truck collided with auto) । ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ବୁଧବାର ସନ୍ଧ୍ୟାରେ ଏହି ଅଘଟଣ ଘଟିଛି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ପୋଲିସର କହିବାନୁଯାୟୀ, ହମୀରପୁର ଜିଲ୍ଲା ମୌଦହା କୋଟୱାଲି ନିକଟସ୍ଥ ଜାତୀୟ ରାଜପଥରେ ଏହି ଦୁର୍ଘଟଣାଟି ଘଟିଛି । ଏଥିରେ ୮ ଜଣଙ୍କ ଜୀବନ ଚାଲିଯାଇଛି । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେ ଟ୍ବିଟ୍ କରିଛନ୍ତି, ''ହମୀରପୁରରେ ଘଟିଥିବା ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦାୟକ । ଏଥିରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ଜଣାଉଛି । ଏହାସହ ଆହତମାନଙ୍କୁ ଶୀଘ୍ର ସୁସ୍ଥତା କାମନା କରୁଛି । ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନ ଆହତଙ୍କୁ ଯଥାସମ୍ଭବ ସହାୟତା କରିବାକୁ ଚେଷ୍ଟା କରୁଛନ୍ତି ।''

ABOUT THE AUTHOR

...view details