ଲକ୍ଷ୍ନୌ:ରେମଡେସିଭିର ଇନଜେକ୍ସନରେ ସାଲାଇନ ୱାଟର । କୋରୋନା ମେଡିସନ ରେମଡେସିଭି ଇନଜେକ୍ସନ ବଦଳରେ ଜଣେ କୋରୋନା ରୋଗୀଙ୍କୁ ସାଲାଇନ ପାଣି ଦେବାରୁ ତାଙ୍କ ମୃତ୍ୟୁ ଘଟଣାରେ ପୋଲିସ 8ଜଣଙ୍କୁ ଗିରଫ କରିଛି । ଏପରି ଘଟଣା ଘଟିଛି ଉତ୍ତରପ୍ରଦେଶର ସୁଭାର୍ତି ମେଡିକାଲ କଲେଜରେ ।
ସୂଚନାଅନୁସାରେ ଗାଜିଆବାଦର ଶୋଭିତ ଜୈନ ନାମକ ଜଣେ ବ୍ୟକ୍ତି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ଡାକ୍ତର ତାଙ୍କୁ ଇନଜେକ୍ସନ ନେବାକୁ ପରାମର୍ଶ ଦେଇଥିଲେ । ଏହା ପରେ ଡାକ୍ତରଖାନା କର୍ମଚାରୀ ତାଙ୍କୁ ରେମଡେସିଭିର ଇନଜେକ୍ସନ ଦେଇଥିଲେ ମାତ୍ର ସେଥିରେ ଡିସିଲ୍ଡ ୱାଟର ରହିଥିବା ପରିବାର ଲୋକେ କହିଛନ୍ତି । ସେପଟେ ଏହି ଅପରାଧକୁ ସ୍ବୀକାର କରିଛନ୍ତି ଦୁଇ ୱାର୍ଡ ବୟ ।