ଓଡିଶା

odisha

ETV Bharat / bharat

Delhi excise policy case: କେଜ୍ରିଓ୍ବାଲଙ୍କୁ ସମନ, 2ରେ ଜେରା - ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ

ଦିଲ୍ଲୀ ଅବକାରୀ ପିଲିସି ଘୋଟାଲା ମାମଲାରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କୁ ସମନ କଲା ଇଡି । 2 ତାରିଖରେ ହାଜର ହୋଇ ଜେରାରେ ସହଯୋଗ କରିବାକୁ ନୋଟିସ୍‌ । ସମାନ ମାମଲାରେ ଗିରଫ ହୋଇ ଜେଲରେ ରହିଛନ୍ତି ସିସୋଦିଆ ଓ ସଞ୍ଜୟ । ଅଧିକ ପଢନ୍ତୁ

Delhi excise policy case: କେଜ୍ରିଓ୍ବାଲଙ୍କୁ ସମନ, 2 ରେ ଜେରା
Delhi excise policy case: କେଜ୍ରିଓ୍ବାଲଙ୍କୁ ସମନ, 2 ରେ ଜେରା

By ETV Bharat Odisha Team

Published : Oct 30, 2023, 10:29 PM IST

ନୂଆଦିଲ୍ଲୀ:ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ପଲିସି ଘୋଟାଲା ମାମଲାରେ ଏକାଧିକ ଦଳୀୟ ନେତାଙ୍କୁ ଗିରଫ କରିବା ପରେ କେନ୍ଦ୍ରୀୟ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସମନ ଜାରି କରିଛି । ସେ ଆସନ୍ତାମାସ (ନଭେମ୍ବର) 2 ତାରିଖରେ ଇଡି ମୁଖ୍ୟାଳୟରେ ହାଜର ହୋଇ ଜେରାର ସମ୍ମୁଖୀନ ହେବେ । ତେବେ ଚଳିତ ବର୍ଷ ଏପ୍ରିଲରେ କେଜ୍ରିଓ୍ବାଲ ସିବିଆଇ ଦ୍ବାରା ଜେରା ହୋଇଥିଲେ । ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଜେରା କରିବ । ତେବେ କେନ୍ଦ୍ରୀୟ ସମନ ମିଳିବା ପରେ କେଜ୍ରିଓ୍ବାଲଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିନି । ସେ ଜେରାର ସମ୍ମୁଖୀନ ହେବେ ନା କେନ୍ଦ୍ରୀୟ ସଂସ୍ଥା ବିରୋଧରେ କୋର୍ଟରେ ଆଶ୍ରୟ ନେବେ ସେନେଇ କିଛି ସ୍ପଷ୍ଟ ହୋଇନି ।


ତେବେ ଏହି ମାମଲାରେ ଗତବର୍ଷ 2022 ଅଗଷ୍ଟ 17 ତାରିଖରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ପଞ୍ଜୀକରଣ କରିଥିବା ଏଫଆଇଆରରେ କେଜ୍ରିଓ୍ବାଲଙ୍କ ନାମ ଉଲ୍ଲେଖ କରାଯାଇନଥିଲା । ମାତ୍ର ପରେ ତାଙ୍କୁ ଏହି ମାମଲାରେ ଜେରା କରାଯାଇଥିଲା । ପ୍ରଥମେ ସିବିଆଇ ତାଙ୍କୁ ଜେରା କରିସାରିଥିବା ବେଳେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ସେ ଜେରାର ସାମ୍ନା କରିବେ ।

ଚଳିତ ବର୍ଷ ଫେବୃଆରୀରେ ଏହି ମାମଲାରେ କେନ୍ଦ୍ରୀୟ ସଂସ୍ଥା ଦ୍ବାରା ପ୍ରଥମ ଗିରଫଦାରୀ କାର୍ଯ୍ୟାନୁଷ୍ଠାନ ସାମ୍ନାକୁ ଆସିଥିଲା । କେଜ୍ରିଓ୍ବାଲଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା ସିବିଆଇ । ନୂତନ ଅବକାରୀ ନୀତି ପ୍ରସ୍ତୁତରେ ହୋଇଥିବା ଘୋଟାଲାରେ ପ୍ରତ୍ୟେକ୍ଷ ସମ୍ପୃକ୍ତି ସହ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ତାଙ୍କୁ ସିବିଆଇ ଗିରଫ କରିଥିଲା । ଏହା ପରେ ସେ ଜେଲରେ ପୁଣି ଥରେ ଇଡି ଦ୍ବାରା ମଧ୍ୟ ଗିରଫ ହୋଇଥିଲେ । ଏବେ ସୁଦ୍ଧା ସେ ବେଲ ପାଇବାରେ ସଫଳ ହୋଇନଥିବା ବେଳେ ଆଜି ସର୍ବୋଚ୍ଚ କୋର୍ଟ ମଧ୍ୟ ତାଙ୍କ ବେଲ ଆବେଦନ ଖାରଜ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- Maratha quota violence: ଏକାଧିକ NCP ବିଧାୟକଙ୍କ ଘର ସମେତ ଅଫିସ ଜାଳିଦେଲେ ଆନ୍ଦୋଳନକାରୀ, ବିଡରେ 144 ଜାରି

ନିକଟରେ ସମାନ ମାମଲାରେ ଦଳର ଅନ୍ୟତମ ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ଇଡି ଗିରଫ କରିଛି । ସେ ଏବେ ବିଚାର ବିଭାଗୀୟ ଜେଲରେ ରହିଛନ୍ତି । ଅନ୍ୟ କିଛି ଆମ ଆଦମୀ ପାର୍ଟି ନେତା କେନ୍ଦ୍ରୀୟ ଏଜେନ୍ସିର ତଦନ୍ତ ସ୍କାନରରେ ଥିବା ବେଳେ ଏବେ ଜେରା ପାଇଁ ସିଧା କେଜ୍ରିଓ୍ବାଲଙ୍କୁ ଡାକିଛି ସଂସ୍ଥା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details