ମୁମ୍ବାଇ:ଶିବସେନା ସାଂସଦ ସଞ୍ଜୟ ରାୱତଙ୍କୁ ଦ୍ବିତୀୟ ଥର ପାଇଁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପାତ୍ର ଚାଓ୍ବଲ ଲ୍ୟାଣ୍ଡ୍ ସ୍କାମ୍ ମାମଲାରେ (Patra Chawl land scam case) ଗତକାଲି(ସୋମବାର) ମଧ୍ୟ ସଞ୍ଜୟ ରାୱତଙ୍କୁ ନୋଟିସ କରିଥିଲା ED । ଏହି ନୋଟିସରେ ତାଙ୍କୁ ଆଜି (ଜୁନ 28)ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହେବା ପାଇଁ କୁହାଯାଇଥିଲା ।
Patra Chawl land Scam Case: ସଞ୍ଜୟଙ୍କୁ EDର ଦ୍ବିତୀୟ ସମନ - ସଞ୍ଜୟ ରାୱତଙ୍କୁ EDର ଦ୍ବିତୀୟ ସମନ
ଶିବସେନା ସାଂସଦ ସଞ୍ଜୟ ରାୱତଙ୍କୁ ଦ୍ବିତୀୟ ଥର ପାଇଁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଜେରାକୁ ଏଡ଼ାଇବାକୁ ସଞ୍ଜୟ ରାୱତ ଚେଷ୍ଟା କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି । ଅଧିକ ପଢ଼ନ୍ତୁ
ଦ୍ବିତୀୟ ନୋଟିସ୍ରେ ସଞ୍ଜୟ ରାୱତଙ୍କୁ ଜୁଲାଇ ୧ ତାରିଖରେ ED ନିକଟରେ ହାଜର ହେବାକୁ କୁହାଯାଇଛି । କୌଣସି ଜରୁରୀ କାର୍ଯ୍ୟ ଥିବାରୁ ସେ ମଙ୍ଗଳବାର ହାଜର ହୋଇପାରିବେ ନାହିଁ ବୋଲି ଗତକାଲି ସୂଚନା ଦେଇଥିଲେ । ଏହାକୁ ନେଇ ତାଙ୍କ ଓକିଲ ମଙ୍ଗଳବାର ED କାର୍ଯ୍ୟାଳୟରେ ପହଞ୍ଚି ସଞ୍ଜୟ ରାୱତଙ୍କୁ ହାଜର ହେବାକୁ ସମୟ ଦେବାକୁ ଆବେଦନ କରିଥିଲେ ।
ଏହାପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସଞ୍ଜୟ ରାୱତଙ୍କୁ ଦ୍ବିତୀୟ ନୋଟିସ ଜାରି କରାଯାଇଛି । ପାତ୍ର ଚାଓ୍ବଲ ଲ୍ୟାଣ୍ଡ୍ ସ୍କାମ୍ ମାମଲା ସହ ଅନ୍ୟାନ ଟ୍ରାଞ୍ଜାକ୍ସନ ବାବଦରେ ତାଙ୍କୁ ସମନ କରାଯାଇଛି । ED କାର୍ଯ୍ୟାଳୟରେ ହାଜର ହୋଇ ଜେରାର ସମ୍ମୁଖୀନ ହେବେ । ତେବେ ଜେରାକୁ ଏଡ଼ାଇବାକୁ ସଞ୍ଜୟ ରାୱତ ଚେଷ୍ଟା କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି ।