ଚେନ୍ନାଇ:ତାମିଲନାଡୁ ଦିଣ୍ଡିଗୁଲ ଜିଲ୍ଲାରୁ ଗିରଫ ହେଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳ (ଇଡି) ଅଧିକାରୀ ଅଙ୍କିତ ତିୱାରୀ । ରାଜ୍ୟ ଭିଜିଲାନ୍ସ ତାଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି । ଗିରଫ ଅଙ୍କିତ ମଦୁରାଇ ଜୋନରେ ଇଡି ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ । ତେବେ କୌଣସି ଏକ ମାମଲାର ରଫାଦଫା କରିବା ଲାଗି ସେ ଡାକ୍ତରଙ୍କୁ ୨୦ ଲକ୍ଷ ଟଙ୍କା ଦେବା ଲାଗି କରିଥିଲେ । ଏହି ଅର୍ଥ ନେଇ ଯାଉଥିବା ସମୟରେ ତାଙ୍କୁ ଭିଜିଲାନ୍ସ ଗିରଫ କରିଛି ।
ତାମିଲନାଡୁ ଭିଜିଲାନ୍ସ ଅଙ୍କିତଙ୍କୁ ଲାଞ୍ଚ ଟଙ୍କା ଓ ସେଣ୍ଟ୍ରାଲ ଏଜେନ୍ସି ଦ୍ବାରା ପ୍ରଦାନ କରାଯାଇଥିବା ପରିଚୟ ପତ୍ର ଜବତ କରିବା ସହ ଗିରଫ କରିଛି । ଗିରଫ ଅଙ୍କିତଙ୍କ ଏକ ସୋସିଆଲ ମିଡିଆ ଆକାଉଣ୍ଟର ତଥ୍ୟ ଅନୁଯାୟୀ ସେ ଗତ ୫ବର୍ଷ ଧରି ଇଡିରେ କାର୍ଯ୍ୟ କରିଆସୁଛନ୍ତି । ଏହି କେନ୍ଦ୍ରୀୟ ଏଜେନ୍ସିରେ ଚାକିରି କରିବା ପୂର୍ବରୁ ସେ ଅନ୍ୟ ଏକ ସଂସ୍ଥାରେ ଆକାଉଣ୍ଟାଣ୍ଟ ଭାବେ କାମ କରୁଥିଲେ । ସେପଟେ ରାଜ୍ୟ ଭିଜିଲାନ୍ସ ଏବଂ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ (DVAC) ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ତାଙ୍କ ନିକଟରୁ ଲାଞ୍ଚ ଅର୍ଥ ଓ ମହାରାଷ୍ଟ୍ର ରେଜିଷ୍ଟ୍ରେସନ ନମ୍ବର ଥିବା ଏକ କାରକୁ ମଧ୍ୟ ଜବତ କରାଯାଇଛି ।
ଏହା ବି ପଢନ୍ତୁ- ଭିଜିଲାନ୍ସ ଦେଖି ଭୟରେ ଛାତରୁ ଡେଇଁଲେ, ପଡୋଶୀ ଘରେ ଲୁଚିବା ବେଳେ ଧରାପଡିଲେ