ଓଡିଶା

odisha

ETV Bharat / bharat

Delhi liquor policy case: KCRଙ୍କ ଝିଅ କବିତାଙ୍କୁ ED ନୋଟିସ, କାଲି ହେବେ ହାଜର - ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର

ଦିଲ୍ଲୀ ଅବକାରୀ ନୀତି ଦୂର୍ନୀତି ମାମଲାରେ KCRଙ୍କ ଝିଅ କବିତାଙ୍କୁ ED ନୋଟିସ । ଆସନ୍ତାକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହେବେ ହାଜର । ଅଧିକ ପଢନ୍ତୁ

Delhi liquor policy case: KCRଙ୍କ ଝିଅ କବିତାଙ୍କୁ ED ନୋଟିସ
Delhi liquor policy case: KCRଙ୍କ ଝିଅ କବିତାଙ୍କୁ ED ନୋଟିସ

By

Published : Mar 8, 2023, 9:47 PM IST

ହାଇଦ୍ରାବାଦ:ଦିଲ୍ଲୀ ଅବକାରୀ ନୀତି ଦୂର୍ନୀତି ମାମଲାର ଚେର ଏବେ ତେଲେଙ୍ଗାନା ଆଡକୁ ମଧ୍ୟ ଲମ୍ବିବାରେ ଲାଗିଲାଣି । ଏହି ମାମଲାରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ବିଆରଏସ ମୁଖ୍ୟ କେ.ଚନ୍ଦ୍ରଶେଖର ରାଓଙ୍କ ଝିଅ କେ.କବିତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ଜାରି କରିଛି । କବିତା ବର୍ତ୍ତମାନ ତେଲେଙ୍ଗାନା ବିଧାନ ପରିଷଦ ସଦସ୍ୟା ରହିଛନ୍ତି । କେନ୍ଦ୍ରୀୟ ସଂସ୍ଥାର ସମନ ଅନୁସାରେ କବିତା ଆସନ୍ତାକାଲି (ଗୁରୁବାର) ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହୋଇ ଜେରାର ସମ୍ମୁଖୀନ ହେବେ ।

ସୂଚନା ଅନୁସାରେ, ଏହି ମାମଲାରେ ପୂର୍ବରୁ ସମନ ପାଇସାରିଥିବା ହାଇଦ୍ରାବାଦର ବ୍ୟବସାୟୀ ଅରୁଣ ରାମଚନ୍ଦ୍ର ପିଲ୍ଲାଇଙ୍କ ସହ କବିତାଙ୍କୁ ଏକକାଳୀନ ଜେରା କରାଯାଇପାରେ । ପୂର୍ବରୁ ଏହି ମାମଲରେ ଅରୁଣ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଠାରୁ ସମନ ପାଇସାରିଛନ୍ତି । ଅରୁଣ କବିତାଙ୍କର ସହଯୋଗୀ ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସିବିଆଇ କୋର୍ଟରେ ରିପୋର୍ଟ ଦାଖଲ କରିସାରିଛି । କେନ୍ଦ୍ରୀୟ ସଂସ୍ଥା ସମନ ଜାରି କିରଥିଲେ ସୁଦ୍ଧା କବିତା ଏକ ସପ୍ତାହ ସମୟ ମାଗିଛନ୍ତି । ମହିଳା ସଂରକ୍ଷଣ ବିଲ ସମର୍ଥନରେ ଆସନ୍ତାକାଲି ସେ ଦିଲ୍ଲୀରେ ଧାରଣାରେ ବସିବାର କାର୍ଯ୍ୟକ୍ରମ ରହିଛି । ତେଣୁ ସେ ଏହି ସମୟରେ କେନ୍ଦ୍ରୀୟ ସଂସ୍ଥା ଠାରୁ ସମୟ ମାଗିଛନ୍ତି । ପରେ ସେ ତଦନ୍ତକାରୀ ସଂସ୍ଥାକୁ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ ମଧ୍ୟ କରିବା ନେଇ ସୂଚନା ଦେଇଛନ୍ତି କବିତା ।

ଏହି ବହୁଚର୍ଚ୍ଚିତ ମାମଲାରେ ପୂର୍ବରୁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରାଯାଇସାରିଛି । ସିବିଆଇ ସିସୋଦିଆଙ୍କୁ ଗିରଫ କରିବା ପରେ ସେ ଏବେ ନ୍ୟାୟିକ ହାଜତରେ ଅଛନ୍ତି । ଏକାଧିକ ଥର ସମନ ଓ ଜେରା ପରେ ତାଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଦ୍ବାରା ଗିରଫ କରାଯାଇଥିଲା । ପୂର୍ବରୁ ସିସୋଦିଆଙ୍କ ବାସଭବନ, କାର୍ଯ୍ୟାଳୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇ ମଧ୍ୟ ଚଢାଉ କରିଥିଲା । ହେଲେ ଏହି ଚଢାଉରେ ତଦନ୍ତକାରୀ ସଂସ୍ଥା କୌଣସି ଆପତ୍ତିଜନକ ସାମଗ୍ରୀ କିମ୍ବା ପ୍ରମାଣ ମଧ୍ୟ ପାଇନଥିଲା । ପରେ ଫେବୃଆରୀ 26 ରେ ତାଙ୍କୁ ପୁଣି ଥରେ ଜେରା କରିବା ପାଇଁ ଡାକିଥିଲା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । ଏହି ମାମଲାରେ ପ୍ରମାଣ ନଷ୍ଟ କରିବା ଓ ତଦନ୍ତରେ ସହଯୋଗ ନକରିବା ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଥିଲା ସିବିଆଇ । ଦୁଇଟି ପର୍ଯ୍ୟାୟରେ ସିସୋଦିଆଙ୍କୁ 7ଦିନ ରିମାଣ୍ଡରେ ନେଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଜେରା ମଧ୍ୟ କରି ସାରିଛି । ଏବେ ସେ ବିଚାର ବିଭାଗୀୟ ହାଜତରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details