ନୂଆଦିଲ୍ଲୀ:ଆଜି ଠାରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ରାଜ୍ୟସଭାରେ ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ । ଆଜି ଅପରାହ୍ନ ୨.୩୦ ପରେ ସଦନ କାର୍ଯ୍ୟ ଆରମ୍ଭ ହେବା ପରେ ଏହାକୁୁ ଉପସ୍ଥାପିତ କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ଏହା ପୂର୍ବରୁ ଆଜି ସକାଳେ ଲୋକସଭାରେ ମଧ୍ୟ ଏହାକୁ ଉପସ୍ଥାପନ କରାଯାଇଥିଲା । ପରେ ରାଜ୍ୟସଭା ଅଧ୍ୟକ୍ଷ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଆଜି ପାଇଁ ଗୃହକୁ ମୁତଲବୀ ଘୋଷଣା କରିଛନ୍ତି ।
ଆସନ୍ତାକାଲି (ମଙ୍ଗଳବାର) ପାଇଁ ରାଜ୍ୟସଭାର କାର୍ଯ୍ୟ ପାଇଁ ସମୟ ଧାର୍ଯ୍ୟ ନହେବା ଯାଏଁ ଗୃହକୁ ମୁଲତବୀ ରଖାଯିବ । ଆଜି (ସୋମବାର) ସପ୍ତଦଶ ଲୋକସଭାର ଅଷ୍ଟମ ଅଧିବେଶନ ଆରମ୍ଭ ହୋଇଛି, ଅଧିବେଶନ ଏପ୍ରିଲ 8 ତାରିଖରେ ଶେଷ ହେବା ନେଇ ତାରିଖ ଧାର୍ଯ୍ୟ ହୋଇଛି । ସାମ୍ବିଧାନିକ ପରମ୍ପରା ଅନୁସାରେ, ଆଜି ରାଷ୍ଟ୍ରପତି ପୂର୍ବାହ୍ନ ୧୧ ଟାରେ ଉଭୟ ଗୃହକୁ ସମ୍ବୋଧନ କରିବା ସହ ବିଧିବଦ୍ଧ ଭାବେ ଅଧିବେଶନକୁ ଆହ୍ବାନ କରିଥିଲେ ।