ଓଡିଶା

odisha

ETV Bharat / bharat

ଏଣିକି ତିରୁପତିରେ ଶ୍ରଦ୍ଧାଳୁଙ୍କ ପାଇଁ ସବୁଜ ବ୍ୟାଗ, ଦେବାକୁ ପଡିବ 3 ରୁ 6 ଟଙ୍କା

ଆନ୍ଧ୍ରପ୍ରଦେଶର ଆଧ୍ୟାତ୍ମିକ ରାଜଧାନୀ ତିରୁପତିର ପ୍ରସିଦ୍ଧ ବାଲାଜୀ ମନ୍ଦିରରେ ଭକ୍ତଙ୍କ ପାଇଁ ଆରମ୍ଭ ହୋଇଛି ନୂତନ ସବୁଜ ମନ୍ତ୍ର ବ୍ୟାଗ । ଅଧିକ ପଢନ୍ତୁ...

By

Published : Feb 21, 2021, 9:35 PM IST

ତିରୁପତିରେ ଭକ୍ତଙ୍କ ପାଇଁ ପ୍ରକୃତି ଅନୁକୂଳ ଗ୍ରୀନ ବ୍ୟାଗ
ତିରୁପତିରେ ଭକ୍ତଙ୍କ ପାଇଁ ପ୍ରକୃତି ଅନୁକୂଳ ଗ୍ରୀନ ବ୍ୟାଗ

ଅମରାବତୀ: ଆନ୍ଧ୍ରପ୍ରଦେଶର ଆଧ୍ୟାତ୍ମିକ ରାଜଧାନୀ ତିରୁପତିର ପ୍ରସିଦ୍ଧ ବାଲାଜୀ ମନ୍ଦିରରେ ଭକ୍ତଙ୍କ ପାଇଁ ଆରମ୍ଭ ହୋଇଛି ନୂତନ ସବୁଜ ମନ୍ତ୍ର ବ୍ୟାଗ । ଯାହା ଦ୍ବାରା ଭକ୍ତମାନେ ଏହି ବ୍ୟାଗରେ ମନ୍ଦିରର ପ୍ରାସଦ ଅର୍ଥାତ ଲଡୁ ନେଇ ପାରିବେ । ଏନେଇ ମନ୍ଦିର ପରିଚାଳଲା ଟ୍ରଷ୍ଟ (ଟିଟିଡି ) ପକ୍ଷରୁ ସୂଚନା ଦିଆଯାଇଛି । ଟିଟିଡି ଅଧିକାରୀ କହିଛନ୍ତି ଯେ ଏହି ବ୍ୟାଗ ଯୋଗୁଁ ପରିବେଶର କୌଣସି କ୍ଷତି ହେବ ନାହିଁ । ଏହି ବ୍ୟାଗ 180 ଦିନରେ ଖତରେ ପରିଣତ ହୋଇଯିବ ।

ତିରୁପତିରେ ଭକ୍ତଙ୍କ ପାଇଁ ପ୍ରକୃତି ଅନୁକୂଳ ଗ୍ରୀନ ବ୍ୟାଗ, ପରିବେଶ ପାଇଁ ନାହିଁ ପ୍ରଦୂଷଣ ଚିନ୍ତା

ତେଣୁ ଏହା ପରିବେଶ ପ୍ରତି କୌଣସି କ୍ଷତିକାରକ ହୋଇନଥିବା ବେଳେ ପ୍ରକୃତି ଅନୂକୂଳ ବୋଲି ଜଣା ପଡିଛି । ଅଧିକାରୀମାନେ କହିଛନ୍ତି ଯେ ବର୍ତ୍ତମାନ ଦିଆଯାଉଥିବା କାଗଜ ଏବଂ ପ୍ଲାଷ୍ଟିକ ବ୍ୟାଗର ମୂଲ୍ୟ ଅଧିକ ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି।

ଏହି ବ୍ୟାଗ ମଧ୍ୟ ଭକ୍ତ ମାନଙ୍କୁ ବିନା ଅସୁବିଧାରେ ସୁଲଭ ମୂଲ୍ୟରେ ମିଳିପାରିବା ନେଇ ବ୍ୟବସ୍ଥା କରିଛି ମନ୍ଦିର ପ୍ରଶାସନ । ଏହାର ମୂଲ୍ୟ ମଧ୍ୟ ଭକ୍ତଙ୍କ ପାଇଁ ଖୁବ କମ ରଖାଯାଇଛି । 5 ଟି ଲଡୁ ନେବା ପାଇଁ ଉଦ୍ଦିଷ୍ଟ ବ୍ୟାଗର ମୂଲ୍ୟ 3 ଟଙ୍କା ଥିବାବେଳେ 10ଟି ଲଡୁ ପାଇଁ ଉଦ୍ଦିଷ୍ଟ ବ୍ୟାଗର ମୂଲ୍ୟ ମାତ୍ର 6 ଟଙ୍କା ସ୍ଥିର କରିଛି ମନ୍ଦିର ପ୍ରଶାସନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details