କୋଲକାତା: ଦେଶରେ 4 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଅଚାନକ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ନେଇ ସୃଷ୍ଟି ହୋଇଛି ବିବାଦ । ବିଧାନସଭା ନିର୍ବାଚନ ପ୍ରଚାର ମାଧ୍ୟମରେ ବିଭିନ୍ନ ପେଟ୍ରୋଲ ପମ୍ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭ୍ୟାକ୍ସିନ ନେଉଥିବା ଫଟୋ ବିରୋଧରେ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ତ ହୋଇଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତେବେ 72 ଘଣ୍ଟା ମଧ୍ୟରେ ଏହି ଫଟୋ ଥିବା ହୋଡିଙ୍ଗ୍ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ ।
ପଶ୍ଚିମବଙ୍ଗର ଅନେକ ପେଟ୍ରୋଲ ପମ୍ପ ସମେତ ସାର୍ବଜନିକ ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ଭ୍ୟାକ୍ସିନ ନେଉଥିବା ଫଟୋ ଲାଗିଥିବା ହୋଡିଙ୍ଗ ଦେଖିବାକୁ ମିଳିଛି । ଏହି ହୋଡିଙ୍ଗ ବିରୋଧରେ ନିର୍ବାଚନ ଆୟୋଗଙ୍କ ପାଖରେ ଅଭିଯୋଗ କରିଥିଲା ଟିଏମସି । ବର୍ତ୍ତମାନ ଆୟୋଗ ଏଭଳି ହୋଡିଙ୍ଗ୍କୁ 72 ଘଣ୍ଟା ମଧ୍ୟରେ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।