ଓଡିଶା

odisha

ETV Bharat / bharat

Gujarat Assembly Election: ଆଜି ହୋଇପାରେ ତାରିଖ ଘୋଷଣା

ଆଜି ଗୁଜୁରାଟ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇପାରେ । ଅଧିକ ପଢନ୍ତୁ

ଗୁଜୁରାଟ ବିଧାନସଭା ନିର୍ବାଚନ: ଆଜି ହୋଇପାରେ ତାରିଖ ଘୋଷଣା
ଗୁଜୁରାଟ ବିଧାନସଭା ନିର୍ବାଚନ: ଆଜି ହୋଇପାରେ ତାରିଖ ଘୋଷଣା

By

Published : Nov 3, 2022, 9:32 AM IST

ଗାନ୍ଧୀନଗର: ଆଜି ଗୁଜୁରାଟ ବିଧାନସଭା ନିର୍ବାଚନ ତାରିଖ(Gujarat assembly poll dates) ଆସିପାରେ । ନିର୍ବାଚନ ଆୟୋଗ ଆଜି ମଧ୍ୟାହ୍ନ ୧୨ଟାରେ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ପରେ ଗୁଜୁରାଟ ନିର୍ବାଚନ ସମ୍ପର୍କରେ ଘୋଷଣା ହେବା ନେଇ ପୂର୍ବରୁ ଚର୍ଚ୍ଚା ହେଉଥିଲା । ଆଜି ମଧ୍ୟାହ୍ନରେ ଆୟୋଗ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି ।

ଗୁଜୁରାଟର ୧୮୨ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ । ଡିସେମ୍ବର ପ୍ରଥମ ସପ୍ତାହ ମଧ୍ୟରେ ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବ ବୋଲି ଅନୁମାନ କରାଯାଉଛି । ଏହାସହିତ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ଦିନ ସହ ଗୁଜୁରାଟରେ ମଧ୍ୟ ଭୋଟ ଗଣତି ହେବ ବୋଲି ଆକଳନ କରାଯାଉଛି । ତେବେ ଚଳିତ ବର୍ଷ ଗୁଜୁରାଟରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, କଂଗ୍ରେସ ଓ ଆମ୍ ଆଦମୀ(AAP) ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ । ପ୍ରଥମ ଥର ଆପ୍ ଗୁଜୁରାଟରେ ନିର୍ବାଚନୀ ମୈଦାନକୁ ଓହ୍ଲାଇଛି ।

ଏହାମଧ୍ୟ ପଢନ୍ତୁ: Bypolls: ଆଜି 6 ରାଜ୍ୟର 7 ବିଧାନସଭା ଆସନରେ ମତଦାନ

୨୦୧୭ ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପି ବହୁମତ ହାସଲ କରି ସରକାର ଗଠନ କରିଥିଲା । ସମୁଦାୟ ୧୮୨ ଆସନରୁ ବିଜେପି ୯୯ ଆସନ ଜିତିଥିବା ବେଳେ କଂଗ୍ରେସ ଖାତାକୁ ୭୭ଟି ଆସନ ଯାଇଥିଲା । ପ୍ରକାଶଥାଉ କି, ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପୂର୍ବରୁ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଥିଲେ । ନଭେମ୍ବର ୧୨ରେ ହିମାଚଳର ୬୮ ବିଧାନସଭା ଆସନରେ ନିର୍ବାଚନ ହେବ । ୮ ଡିସେମ୍ବରରେ ଭୋଟ ଗଣତି ହେବ ।

ABOUT THE AUTHOR

...view details