ନୂଆଦିଲ୍ଲୀ: ଭାରତରେ ନିର୍ବାଚନ ଆୟୋଗ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନୋଟିସ ଜାରି କରିଛି । ରାଜ୍ୟରେ କେନ୍ଦ୍ରୀୟ ବାହିନୀ ନିୟୋଜନ ସମ୍ପର୍କରେ ଦେଇଥିବା ମନ୍ତବ୍ୟ ଉପରେ ନୋଟିସ ଜାରି କରିଛି ନିର୍ବାଚନ ଆୟୋଗ । ମାର୍ଚ୍ଚ 28 ଏବଂ ଏପ୍ରିଲ 7 ରେ କେନ୍ଦ୍ରୀୟ ସୈନ୍ୟବାହିନୀ ବିରୁଦ୍ଧରେ ଦେଇଥିବା ମନ୍ତବ୍ୟ ସମ୍ପର୍କରେ ଜବାବ ଦେବା ପାଇଁ ଏପ୍ରିଲ 10 ସକାଳ 11ଟା ପର୍ଯ୍ୟନ୍ତ ସମୟ ଦେଇଛି ଇସି ।
ମାର୍ଚ୍ଚ 28 ଏବଂ ଏପ୍ରିଲ 7 ରେ ମମତାଙ୍କ ଭାଷଣରେ ସେ କହିଥିଲେ, କେନ୍ଦ୍ରୀୟ ବାହିନୀ ଭୋଟରଙ୍କୁ ଭୟଭୀତ କରୁଛନ୍ତି । ଅନ୍ୟପଟେ ସର୍ଭେ ସଂସ୍ଥା କହିଛି ଯେ ମମତାଙ୍କ ମନ୍ତବ୍ୟ ଅତ୍ୟନ୍ତ ଆପତ୍ତିଜନକ ଏବଂ ମଡେଲ କୋଡର ଅନେକ ଧାରାକୁ ଉଲ୍ଲଂଘନ କରୁଛି।