ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ଭୂକମ୍ପର ଝଟକା (Earthquake in Delhi)। ଆଜି ସଂଧ୍ୟାରେ ଦିଲ୍ଲୀ ଓ ଏନସିଆର ଅଞ୍ଚଳରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 5.4 ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଛି । କ୍ଷୟକ୍ଷତି ନେଇ ମଧ୍ୟ କୌଣସି ସୂଚନା ସ୍ପଷ୍ଟ ହୋଇନି ।
Earthquake in Delhi: ଦିଲ୍ଲୀରେ ଭୂକମ୍ପର ଝଟକା
ଦିଲ୍ଲୀ ଓ ଏନସିଆର ଅଞ୍ଚଳରେ ଏହି ଭୂକମ୍ପ ଝଟକା (Earthquake in Delhi)। ରିକ୍ଟର ସ୍କେଲରେ ତୀବ୍ରତା 5.4 ମ୍ୟାଗ୍ନିଚ୍ୟୁଡ । କ୍ଷୟକ୍ଷତି ମିଳିନି ସୂଚନା । ଅଧିକ ପଢନ୍ତୁ
Earthquake in Delhi: ଦିଲ୍ଲୀରେ ଭୂକମ୍ପର ଝଟକା
ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁୁ ମିଳିଥିବା ସୂଚନା ଅନୁସାରେ, ଆଜି ସଂଧ୍ୟା ପ୍ରାୟ 7ଟା 57 ରେ ଦିଲ୍ଲୀ ସମେତ ଆଖପାଖ ଅଞ୍ଚଳରେ ଏହି ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଏହାର ତୀବ୍ରତା 5.4 ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଛି । ଏହାର କେନ୍ଦ୍ରସ୍ଥଳ ନେପାଳ ବୋଲି ପ୍ରାଥମିକ ଭାବେ ଜଣାପଡିଛି । ଏହାର ଉତ୍ପତିସ୍ଥଳ ଭୂପୃଷ୍ଠରୁ ପ୍ରାୟ 10 କିଲୋମିଟର ଗଭୀରରେ ହୋଇଥିବା ମଧ୍ୟ ସଂସ୍ଥା ପକ୍ଷରୁ ସୂଚନା ମିଳିଛି । ତେବେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Nov 12, 2022, 8:32 PM IST