ଓଡିଶା

odisha

ETV Bharat / bharat

ନୂଆବର୍ଷରେ ଭୂକମ୍ପରେ ଥରିଲା ଜାତୀୟ ରାଜଧାନୀ

ଭୂକମ୍ପରେ ଥରିଲା ଜାତୀୟ ରାଜଧାନୀ ଦିଲ୍ଲୀ । ଦିଲ୍ଲୀ ଏନସିଆରରେ ଭୂକମ୍ପ ହୋଇଥିବା ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ତରଫରୁ ସୂଚନା । ଅଧିକ ପଢନ୍ତୁ

Earthquake strick in Delhi NCR
Earthquake strick in Delhi NCR

By

Published : Jan 1, 2023, 7:16 AM IST

ନୂଆଦିଲ୍ଲୀ: ନୂଆ ବର୍ଷରେ ଥରିଲା ରାଜଧାନୀ । ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି( Earthquake in Delhi NCR) । ରିକ୍ଟରସେଲରେ ଏହାର ତିବ୍ରତା ୩.୮ ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଛି । ବିଳମ୍ବିତ ରାତିରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି(National Center for Seismology) ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଏହାର କେନ୍ଦ୍ରସ୍ଥଳ ହରିୟାଣାର ଝାଜର ଉତ୍ତର-ପଶ୍ଚିମ ଦିଗରେ ହୋଇଥିବା ବେଳେ ଏହାର ଗଭୀରତା ଭୂପୃଷ୍ଠରୁ ପ୍ରାୟ ୫ କିଲୋମିଟର ହୋଇଥିବା ରେକର୍ଡ କରାଯାଇଛି । ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ଗତକାଲି ମଧ୍ୟରାତ୍ର ୧ଟା ୧୯ ମିନିଟ ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ଦ୍ରାଘିମା ୨୮.୭୧ ହୋଇଥିବା ବେଳେ ଅଂକ୍ଷାଶ ୭୬.୬୨ ରହିଛି ।

ଏହା ମଧ୍ୟ ପଢନ୍ତୁ-HappyNewYear2023: ସାରା ବିଶ୍ୱରେ ନବବର୍ଷର ଉତ୍ସାହ, ପ୍ରଥମେ ଅକଲାଣ୍ଡ ଛୁଇଁଲା ୨୦୨୩

ଏହା ପୂର୍ବରୁ ନଭେମ୍ବର ୧୨ ତାରିଖରେ ସଂଧ୍ୟାରେ ଦିଲ୍ଲୀ ଓ ଏନସିଆର ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୪ ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଥିଲା । ଭୂକମ୍ପରେ କୌଣସି କ୍ଷୟକ୍ଷତି ମଧ୍ୟ ହୋଇନଥିବା ସୂଚନା ମିଳିଥିଲା । ଏହାର ଉତ୍ପତିସ୍ଥଳ ଭୂପୃଷ୍ଠରୁ ପ୍ରାୟ ୧୦ କିଲୋମିଟର ଗଭୀରରେ ହୋଇଥିବା ମଧ୍ୟ ସଂସ୍ଥା ପକ୍ଷରୁ ସୂଚନା ମିଳିଥିଲା ।

ABOUT THE AUTHOR

...view details