ଓଡିଶା

odisha

ETV Bharat / bharat

Earthquake in Manipur: ୪.୦ ତୀବ୍ରତାରେ ଥରିଲା ମଣିପୁର - ଭୂକମ୍ପରେ ଥରିଲା ମଣପୁରର ଉଖରୁଲ

ଭୂକମ୍ପରେ ଥରିଲା ମଣିପୁରର ଉଖରୁଲ । ରିକ୍ଟର ସ୍କେଲ୍‌ରେ ତୀବ୍ରତା ୪.୦ ରେକର୍ଡ । ଅଧିକ ପଢନ୍ତୁ

Earthquake
Earthquake

By

Published : Feb 4, 2023, 8:39 AM IST

ଇମ୍ଫାଲ:ମଣିପୁରରେ ଭୂକମ୍ପ ଝଟକା । ସକାଳୁ ସକାଳୁ ଭୂକମ୍ପରେ ଥରିଲା ମଣିପୁରର ଉଖରୁଲ । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୪.୦ ହୋଇଥିବା ରେକର୍ଡ କରାଯାଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ସକାଳ ୬.୧୪ ସମୟରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହାର କେନ୍ଦ୍ରସ୍ଥଳ ମଣିପୁରର ଉଖରୁଲରେ ରହିଥିବା ବେଳେ ଏହାର ଗଭୀରତା ୧୦ କିମି ରେକର୍ଡ କରାଯାଇଛି । ଏହାସହ ଅକ୍ଷାଂଶ ୨୫.୧୩ ଏବଂ ଦ୍ରାଘିମା ୯୪.୬୭ ରହିଥିଲା । ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ହସ୍ତଗତ ହୋଇନାହିଁ । କେହି ମୃତାହତ ହୋଇଥିବା ନେଇ ମଧ୍ୟ ସୂଚନା ମିଳିନାହିଁ ।

ଏହା ମଧ୍ୟ ପଢନ୍ତୁ: Naba Das Murder Case: ସାଙ୍ଗ ଜାଣିଛନ୍ତି କି ସତ ? ଗୋପାଳର ବନ୍ଧୁଙ୍କୁ କ୍ରାଇମବ୍ରାଞ୍ଚର ଜେରା

କହିରଖୁଛୁ ଯେ, ଏହା ପୂର୍ବରୁ ଗତବର୍ଷ ଅକ୍ଟୋବର ମାସରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ମଣିପୁରର ବିଷ୍ଣୁପୁର ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ସୂଚନା ଦିଆଯାଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.5 ରେକର୍ଡ କରାଯାଇଥିଲା । ଅକ୍ଟୋବର ୧୮ ତାରଖ ସକାଳ 9ଟା 19 ମିନିଟରେ ଭୂକମ୍ପ ହୋଇଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା ।

ଭୂକମ୍ପର ଗଭୀରତା 30 କିଲୋମିଟର ରହିଥିବା ବେଳେ ଏହାର ଅକ୍ଷାଂଶ 24.94 ହୋଇଥିବାବେଳେ ଦ୍ରାଘିମା 93.53 ରହିଥିଲା । ଏହି ବିଷ୍ଣୁପୁରର ଉତ୍ତର-ଦକ୍ଷିଣରେ 41 କିଲୋମିଟର ଦୂରରେ ଅନୁଭୂତ ହୋଇଥିଲା । ତେବେ ଭୂକମ୍ପରେ କ୍ଷୟକ୍ଷତି ହୋଇନଥିବା ବେଳେ ଭୂକମ୍ପକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଏହାପରେ ଆଜି ପୁଣି ଭୂକମ୍ପ ହୋଇଛି ।

ଏହା ମଧ୍ୟ ପଢନ୍ତୁ: World Cancer Day: ବିଶ୍ବର 20% କର୍କଟ ରୋଗୀ ଭାରତୀୟ, ବର୍ଷକୁ ଯାଉଛି 75,000 ଜୀବନ

ପ୍ରକାଶଥାଉକି, ଗତକାଲି(ଶୁକ୍ରବାର) ରାତିରେ ମୃଦୁ ଭୂକମ୍ପରେ ଥରିଥିଲା ହରିୟାଣା । ଉତ୍ତରପ୍ରଦେଶ ଏବଂ ହରିୟାଣାରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୨ ରେକର୍ଡ କରାଯାଇଥିଲା । ରାତି ପ୍ରାୟ ୯.୩୧ ମନିଟ ସମୟରେ ଏହି ଭୂକମ୍ପ ହୋଇଥିବା ନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଥିଲା ।

ଏହାର ଗଭୀରତା ୫ କିଲୋମିଟର ରେକର୍ଡ କରାଯାଇଥିବା ବେଳେ ଅକ୍ଷାଂଶ ୨୯.୪୧ ଏବଂ ଦ୍ରାଘିମା ୭୭.୨୬ରହିଥିଲା । ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ହସ୍ତଗତ ହୋଇନାହିଁ । କେହି ମୃତାହତ ହୋଇଥିବା ନେଇ ମଧ୍ୟ ସୂଚନା ମିଳିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details