ଓଡିଶା

odisha

ETV Bharat / bharat

ଗୁଜୁରାଟରେ 4.0 ତୀବ୍ରତାର ଭୂକମ୍ପ ଅନୁଭୂତ

ଗୁଜୁରାଟର ଜୁନାଗଡ ଗିରରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.0 ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ

ଜୁନାଗଡ ଗିରରେ ଭୂକମ୍ପ :4.0 ତୀବ୍ରତା ରେକର୍ଡ
ଜୁନାଗଡ ଗିରରେ ଭୂକମ୍ପ :4.0 ତୀବ୍ରତା ରେକର୍ଡ

By

Published : May 2, 2022, 12:58 PM IST

ଗାନ୍ଧୀନଗର: ଗୁଜୁରାଟ ଜୁନାଗଡର ଗିର ଅଞ୍ଚଳରେ ଆଜି ସକାଳେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା 4.0 ରେକର୍ଡ କରାଯାଇଛି । ଏନେଇ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ତାଲାଲା(Talala) ଠାରୁ 15 କିଲୋମିଟର ଦୂରରେ ବୋଲି ଜଣାପଡିଛି ।

ଆଜି ସକାଳ ୭ଟା ସମୟରେ ଭୂକମ୍ପ ହୋଇଥିଲା । ତେବେ ଏଥିରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ଭୂକମ୍ପକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଅନେକ ବର୍ଷ ପରେ ଗିର୍ ଓ ତାଲାଲା (Gir and Talala)ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ବର୍ଷ 2000ରୁ 2002 ମଧ୍ୟରେ ଗିର୍ ଏବଂ ତାଲାଲା ନିକଟବର୍ତ୍ତୀ ଅଞ୍ଚଳରେ ଲଗାତର ଭାବେ ଭୂକମ୍ପ ହୋଇ ଆସୁଥିଲା । ମାତ୍ର ଏବେ ଏଥିରେ ହ୍ରାସ ଘଟିଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details