ଓଡିଶା

odisha

ଭୂକମ୍ପରେ ଦୋହଲିଲା ଆଫଗାନିସ୍ତାନ, 26 ମୃତ

ଆଫଗାନିସ୍ତାନରେ ଭୂକମ୍ପ । ପ୍ରାୟ 26 ଜଣଙ୍କ ମୃତ୍ୟୁ । ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଅଧିକ ପଢନ୍ତୁ

By

Published : Jan 18, 2022, 12:47 PM IST

Published : Jan 18, 2022, 12:47 PM IST

ଆଫଗାନିସ୍ତାନରେ ଭୂକମ୍ପ, ୧୨ ମୃତ
ଆଫଗାନିସ୍ତାନରେ ଭୂକମ୍ପ, ୧୨ ମୃତ

କାବୁଲ:ପଶ୍ଚିମ ଆଫଗାନିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 5.3 ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଥିବା ବେଳେ ଏଥିରେ ଅତିକମରେ 26 ଜଣ ପ୍ରାଣ ହରାଇଥିବା ପ୍ରାଥମିକ ଭାବେ ସୂଚନା ମିଳିଛି । ଅନେକ ଘରର ଛାତ ଭୁଶୁଡ଼ି ପଡ଼ିବା ଫଳରେ ଏବେ ମଧ୍ୟ ମୃତାହତଙ୍କୁ ଉଦ୍ଧାର ଚାଲିଥିବା ଜଣାପଡିଛି । ଆମେରିକାର ଭୂତତ୍ତ୍ବ ସର୍ବେକ୍ଷଣ ଅନୁଯାୟୀ ଏହି ଭୂକମ୍ପର ତୀବ୍ରତା ଭୂକମ୍ପ 5.3 ଥିଲା ।

ଗୃହଯୁଦ୍ଧ ଗ୍ରସ୍ତ ଆଫଗାନିସ୍ତାନରେ ଜରୁରୀ ସାମଗ୍ରୀର ସଙ୍କଟ ଲାଗି ରହିଥିବା ବେଳେ ପୁୁଣି ଏକ ପ୍ରାକୃତିକ ବିପର୍ଯ୍ୟୟ ଦୁର୍ଦ୍ଦଶାକୁ ଆହୁରି ଦ୍ବିଗୁଣିତ କରିଛି । କୋଠା ଗୁଡ଼ିକ ଭୂକମ୍ପରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ଫଳରେ ଅନେକ ବାସହରା ମଧ୍ୟ ହୋଇଛନ୍ତି । 2015ରେ, 7.5 ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପରେ ପ୍ରାୟ 280 ଜଣଙ୍କ ମୃତ୍ୟୁ ଘଟିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details