ଓଡିଶା

odisha

ETV Bharat / bharat

Earthquake in J&K: 4.1 ତୀବ୍ରତା ଭୂକମ୍ପରେ ଥରିଲା ଭାରତର ଭୂସ୍ବର୍ଗ

ଭୂକମ୍ପରେ ଥରିଲା ଜମ୍ମୁ କାଶ୍ମୀର । 4.1 ତୀବ୍ରତାରେ ଭୂକମ୍ପ ହୋଇଥିବା ସୂଚନା । ଅଧିକ ପଢନ୍ତୁ

By

Published : Apr 30, 2023, 8:53 AM IST

earthquake hits Jammu and Kashmir
earthquake hits Jammu and Kashmir

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଭୂକମ୍ପ ଝଟକା । ଆଜି (ରବିବାର) ସକାଳ ସମୟରେ ଜମ୍ମୁ କାଶ୍ମୀରରେ ଭୂକମ୍ପ ହୋଇଥିବା ସୂଚନା ମିଳିଛି । 4.1 ତୀବ୍ରତାରେ ଭୂକମ୍ପ ହୋଇଥିବା ଜାତୀୟ ଭୂବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ ।

ଏହା ମଧ୍ୟ ପଢନ୍ତୁ-ପିଶାଚ ବାପା: ଝିଅକୁ ହୋଇଥିଲା ବିରଳ ରୋଗ, ହତ୍ୟା କରି କିଚେନରେ ଲୁଚାଇଲା ମୃତଦେହ

ଏନସିଏସ ସୂଚନା ଅନୁଯାୟୀ, ଆଜି ସକାଳ 5ଟା 15 ମିନିଟ ସମୟରେ ଜମ୍ମୁ କାଶ୍ମୀରରେ 4.1 ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହାର ଗଭୀରତା 5 କିଲୋମିଟର ରେକର୍ଡ କରାଯାଇଛି । ଭୂକମ୍ପର ଅକ୍ଷାଂଶ 35.06 ଏବଂ ଦ୍ରାଘିମା 74.49 ରହିଛି । ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ନେଇ ସୂଚନା ହସ୍ତଗତ ହୋଇନାହିଁ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-Mann Ki Baat: ଆଜି 100ତମ ମନ୍ କି ବାତରେ ସ୍ବତନ୍ତ୍ର ପ୍ରସ୍ତୁତି, ବିଶ୍ବ ଶୁଣିବ ମୋଦିଙ୍କ ମନ କଥା

ପ୍ରକାଶଥାଉକି, ଗତ ବର୍ଷ ଅଗଷ୍ଟ 25 ତାରିଖରେ ଜମ୍ମୁ-କଶ୍ମୀର କତାରରେ ଭୂକମ୍ପ ଅନୁଭୂତ ହୋଇଥିଲା । କିଛି ସମୟ ବ୍ୟବଧାନରେ ଦୁଇ ଦୁଇଥର ଭୂମିକମ୍ପ ହୋଇଥିଲା । ପ୍ରଥମେ କତାରରେ ଭୂକମ୍ପ ସଂଘଠିତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ର 4.1 ରେକର୍ଡ କରାଯାଇଥିବା ବେଳେ ଗଭୀରତା ମାଟିରୁ 5 କିମି ତଳେ ରହିଥିଲା । କତାର 62 କିଲୋମିଟର ପୂର୍ବ-ଉତ୍ତର-ପୂର୍ବରେ ଭୂକମ୍ପ ହୋଇଥିବା ବେଳେ କାହାର କିଛି କ୍ଷୟକ୍ଷତି ହୋଇନଥିଲା । ଏହାପରେ ପୁଣି ଦ୍ବିତୀୟଥର କତାରରେ ଭୂମିକମ୍ପ ଝଟକା ଲାଗିଥିଲା । ଭୂକମ୍ପର ତୀବ୍ରତା 3.2 ରହିଥିବା ବେଳେ ଗଭୀରତା ଭୂପୃଷ୍ଠରୁ 5 କିମି ତଳେ ଚିହ୍ନଟ କରାଯାଇଥିଲା । ଦୁଇଟିଯାକ ଭୂମିକମ୍ପରେ କେହି ମୃତାହତ ହୋଇନଥିଲେ । ଏହାପୂର୍ବରୁ ଜମ୍ମୁ ଓ କଶ୍ମୀରର ଦକ୍ଷିଣ-ଦକ୍ଷିଣପଶ୍ଚିମ ଅଞ୍ଚଳରେ ଥିବା ହାନ୍‌ଲୀ ଗ୍ରାମରେ 3.1 ତୀବ୍ରତାର ମୃଦୁ ଭୂକମ୍ପ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-Wrestlers Protest: ଜନ୍ତର ମନ୍ତରରେ କୁସ୍ତିଯୋଦ୍ଧାଙ୍କୁ ଭେଟିଲେ ପ୍ରିୟଙ୍କା-କେଜ୍ରିୱାଲ

ଚଳିତ ବର୍ଷ ମାର୍ଚ୍ଚ 24 ତାରିଖରେ ଛତିଶଗଡ ଏବଂ ମଣିପୁରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ସକାଳ 8 ଟା 52 ମିନିଟ ସମୟରେ ମଣିପୁରରେ ଭୂକମ୍ପ ହୋଇଥିବା ବେଳେ 10 ଟା 28 ମିନିଟ ସମୟରେ ଛତିଶଗଡରେ ଭୂକମ୍ପ ହୋଇଥିଲା । ଛତିଶଗଡ 3.9 ତୀବ୍ରତାର ଭୂକମ୍ପ ହୋଇଥିବା ବେଳେ ମଣିପୁରରେ 3.9 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଏନେଇ ଜାତୀୟ ଭୂବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଥିଲା ।

ABOUT THE AUTHOR

...view details