ଓଡିଶା

odisha

ETV Bharat / bharat

Rajya Sabha Election: ଗୁଜୁରାଟରୁ ନାମାଙ୍କନ ଭରିଲେ ଏସ ଜୟଶଙ୍କର

ଆସନ୍ତା ଜୁଲାଇ 24 ତାରିଖରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ । ଗୁଜୁରାଟର ଗାନ୍ଧୀନଗରରୁ ନାମାଙ୍କନ ଭରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଅଧିକ ପଢନ୍ତୁ

S Jaishankar files his nomination in Gandhinagar
ଗାନ୍ଧୀନଗରରୁ ନାମାଙ୍କନ ଭରିଲେ ଏସ ଜୟଶଙ୍କର

By

Published : Jul 10, 2023, 1:52 PM IST

ଗାନ୍ଧୀନଗର: ନାମାଙ୍କନ ଭରିଲେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଆସନ୍ତା ରାଜ୍ୟସଭା ନିର୍ବାଚନ ପାଇଁ ଗୁଜୁରାଟର ଗାନ୍ଧୀ ନଗରରୁ ନାମାଙ୍କନ ଭରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଏହି ସମୟରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେଶ ପଟେଲ ଉପସ୍ଥିତ ଥିଲେ । 10 ରାଜ୍ୟସଭା ଆସନ ପାଇଁ ଜୁଲାଇ 24 ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ।

ଗାନ୍ଧୀନଗରରୁ ନାମାନଙ୍କ ଭରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଏସ୍‌.ଜୟଶଙ୍କର କହିଛନ୍ତି,"ମୁଁ ଏବେ ଗୁଜୁରାଟରୁ ନାମାଙ୍କନ ଭରିଛି । ପ୍ରଥମ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଉଛି । ବିଜେପି ନେତୃତ୍ବ ଏବଂ ଲୋକ ଏବଂ ଗୁଜୁରାଟ ବିଧାୟକ ସମସ୍ତଙ୍କ ଧନ୍ୟବାଦ ଜଣାଉଛି । 4ବର୍ଷ ପୂର୍ବେ ରାଜ୍ୟସଭାରେ ଗୁଜୁରାଟକୁ ପ୍ରତିନିଧିତ୍ବ କରିବାକୁ ସୁଯୋଗ ପାଇଥିଲି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ପରିବର୍ତ୍ତିତ ଦେଶର ଅଂଶ ହେବାର ସୁଯୋଗ ପାଇଥିଲି । ଆଗାମୀ 4ବର୍ଷରେ ଦେଶର ପ୍ରଗତିରେ ମୋର ଅବଦାନ ରହିବ ବୋଲି ଆଶାୟୀ ରହିଛି । ଗୁଜୁରାଟ ସହ ଯୋଡି ହେବା ମୋର ସୌଭାଗ୍ୟ । ଗୁଜୁରାଟଠୁ ବହୁତ କିଛି ଶିଖିଛି ।"

ନିର୍ବାଚନ ଆୟୋଗ 10 ରାଜ୍ୟସଭା ଆସନରେ ନିର୍ବାଚନ ନେଇ ପୂର୍ବରୁ ସୂଚୀ ଘୋଷଣା କରି ସାରିଛନ୍ତି । ଜୁଲାଇ 14 ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ଗୋଆ, ଗୁଜୁରାଟ ଏବଂ ପଶ୍ଚିମବଙ୍ଗରେ 10 ରାଜ୍ୟସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ । 10 ରାଜ୍ୟସଭା ଆସନରୁ ଜୁଲାଇ ଓ ଅଗଷ୍ଟରେ 10 ଜଣ ସଦସ୍ୟ ଅବସର ନେବେ । ଜୁଲାଇ 24ରେ ଭୋଟ ଗ୍ରହଣ ହେବା ସହ ଉକ୍ତ ଦିନ ହିଁ ଫଳାଫଳ ପ୍ରକାଶ ପାଇବ । ଏସ ଜୟଶଙ୍କର ଗୁଜୁରାଟରୁ ନାମାଙ୍କନ ଭରିଛନ୍ତି ।

ଏହା ବି ପଢନ୍ତୁ...West Bengal panchayat poll: ଆଜି ଏକାଧିକ ବୁଥ୍‌ରେ ସାନି ମତଦାନ, ଶନିବାର ଯାଇଥିଲା 15 ଜୀବନ

ଏହା ବି ପଢନ୍ତୁ...‘ବିଜେପିର ଗୋଟିଏ ଦେଶ, ଗୋଟିଏ ପାର୍ଟି ନୀତିକୁ ଗ୍ରହଣ କରିବୁ ନାହିଁ ’

ଗୁଜୁରାଟରେ 3ଟି ରାଜ୍ୟସଭା ଆସନରେ ନିର୍ବାଚନ ହେବ । ଅଗଷ୍ଟ 18ରେ ଗୁଜୁରାଟର 3ଟି ରାଜ୍ୟସଭା ଆସନରେ ଦିନେଶଚନ୍ଦ୍ର ଜେମାଲଭାଇ ଅନଭାଦିୟା, ଲୋଖାଣ୍ଡୱାଲା ଜୁଗାଲସିଂହ ମାଥୁରଜୀ ଓ ସୁବ୍ରମଣ୍ୟମ ଜୟଶଙ୍କର କ୍ରିଷ୍ଣାସ୍ବାମୀ ଅବସର ନେବେ । 2019ରେ ଏସ ଜୟଶଙ୍କର ରାଜ୍ୟସଭାରୁ ନିର୍ବାଚିତ ହୋଇଥିଲେ । ପଶ୍ଚିମବଙ୍ଗରେ 6ଟି ରାଜ୍ୟସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ । ଜୁଲାଇ 13 ନାମାଙ୍କର ଭରିବାର ଶେଷ ତାରିଖ ।

ABOUT THE AUTHOR

...view details