ଓଡିଶା

odisha

ETV Bharat / bharat

ଆମେରିକା ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ ! - ଟିକା କ୍ରୟ ପ୍ରସଙ୍ଗ

ଆସନ୍ତା ସପ୍ତାହରେ ଆମେରିକା ଗସ୍ତରେ ଯାଇପାରନ୍ତି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । କୋଭିଡ ଟିକା କ୍ରୟ ପ୍ରସଙ୍ଗ ନେଇ ହୋଇପାରେ ଆଲୋଚନା । ଅଧିକ ପଢନ୍ତୁ...

ଆସନ୍ତା ସପ୍ତାହରେ ଆମେରିକା ଗସ୍ତରେ ଯାଇପାରନ୍ତି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର
ଆସନ୍ତା ସପ୍ତାହରେ ଆମେରିକା ଗସ୍ତରେ ଯାଇପାରନ୍ତି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର

By

Published : May 21, 2021, 12:22 PM IST

ନୂଆଦିଲ୍ଲୀ:ଆସନ୍ତା ସପ୍ତାହରେ ଆମେରିକା ଗସ୍ତରେ ଯାଇପାରନ୍ତି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । ଏନେଇ ଏପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା କରାଯାଇନଥିବା ବେଳେ ଏହି ଗସ୍ତ ସମୟରେ କୋଭିଡ ଟିକା କ୍ରୟ ପ୍ରସଙ୍ଗ ନେଇ ଆଲୋଚନା ହେବ ବୋଲି ଆଶା କରାଯାଉଛି ।

କୋଭିଡ ଟିକା ଉତ୍ପାଦନରେ ଜଡିତ ଥିବା ଆମେରିକାର ବିଭିନ୍ନ ସଂସ୍ଥା ସହିତ ଭାରତ ଆଲୋଚନା କରିବ । ଏହି ଟିକା କ୍ରୟ ଏବଂ ପରବର୍ତ୍ତୀ ସମୟରେ ଉତ୍ପାଦନକୁ ନେଇ ଆଲୋଚନା କରାଯିବ । ତେବେ ଏହା ପୂର୍ବରୁ ଆମେରିକା ଘୋଷଣା କରିଛି ଯେ ମହଜୁଦ ଥିବା ଟିକାରୁ 80 ମିଲିଅନ ଟିକା ଆବଶ୍ୟକ କରୁଥିବା ଦେଶକୁ ବଣ୍ଟାଯିବ । କୋରୋନାର ଦ୍ବିତୀୟ ଲହରରେ ଭାରତ ଅଧିକ ପ୍ରଭାବିତ ହୋଇଛି । ତେଣୁ ଆମେରିକା ଭାରତରେ ଟିକା ଉତ୍ପାଦନ ପାଇଁ ଟିକା ବିକାଶକାରୀଙ୍କ ସହ ଚୁକ୍ତି କରିପାରେ ।

ଆମେରିକାରେ 60 ମିଲିୟନ ଆଷ୍ଟ୍ରାଜେନିକା, ଫାଇଜର, ମର୍ଡନା ଓ ଜନସନ ଆଣ୍ଡ ଜନସନ ଟିକା ଅଛି । ତେଣୁ କୋରୋନା ବିରୋଧରେ ଭାରତର ଲଢେଇରେ ସହାୟତା କରିବାରେ ଆମେରିକା ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହା ପୂର୍ବରୁ ଅକ୍ସିଜେନ ପ୍ଲାଣ୍ଟ, କନସେଟ୍ରେଟର, ରେମଡେସିଭିର ଔଷଧ ଏବଂ କୋଭିସିଲ୍ଡ ଉତ୍ପାଦନ କରୁଥିବା ଟିକା ନିର୍ମାତା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପାଇଁ କଞ୍ଚାମାଲ ଯୋଗାଇ ଦେଇଛି ଆମେରିକା |

ବିଶ୍ବଟ୍ରେଡ ଅରଗାଇନେଜସନ ବୈଠକରେ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟକାରଙ୍କ ସମ୍ମୁଖରେ ଟିକା ନେଇ ଦାବି ଉପସ୍ଥାପନ କରିଥିଲା ଯାହାକୁ ଆମେରିକା ମଧ୍ୟ ସମର୍ଥନ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details