ଚଣ୍ଡିଗଡ:ହରିୟାଣା ନୁହଁ (Nuh district) ଜିଲ୍ଲାରେ ଜଣେ ପୋଲିସ ଡିଏସପିଙ୍କୁ ଡମ୍ଫର ଚଢାଇ ହତ୍ୟା କରିଛନ୍ତି ବେଆଇନ ଖଣି ମାଫିଆ । ସ୍ଥାନୀୟ ନାବୁଡ ଡିଏସପି ସୁରେନ୍ଦ୍ର ଚନ୍ଦ୍ର ବିଷ୍ଣୋଇ ବେଇଆନ ବେଆଇନ ଖନନ ଉପରେ ଚଢାଉ କରିବା ବେଳେ ତାଙ୍କୁ ଅତି ନିର୍ମମ ଭାବେ ଡମ୍ଫର ଚଢାଇ ହତ୍ୟା କରାଯାଇଛି । ତେବେ ଘଟଣା ପରେ ଘଟଣାସ୍ଥଳରୁ ସମସ୍ତ ଅଭିଯୁକ୍ତ ଫେରାର ହୋଇଯିବାରେ ସକ୍ଷମ ହୋଇଛନ୍ତି । ଖବର ପାଇ ସ୍ଥାନୀୟ ପୋଲିସ ଫୋର୍ସ ଧରି ସେଠାରେ ପହଞ୍ଚି ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରାବନ୍ଦୀ କରିବା ତଦନ୍ତ ଆରମ୍ଭ କରିଛି ।
ବେଆଇନ ଖନନ ଉପରେ ଚଢାଉ ବେଳେ DSPଙ୍କୁ ଡମ୍ଫର ଚଢାଇ ହତ୍ୟା
ହରିୟାଣାରେ ବାଆଇନ ଖନନ ଉପରେ ଚଢାଉ ବେଳେ DSP ଙ୍କୁ ଡମ୍ଫର ଚଢାଇ ହତ୍ୟା କଲେ ବାଲି ମାଫିଆ । ସମସ୍ତ ଅଭିଯୁ୍କତ ଫେରାର । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ
DSP ଙ୍କୁ ଡମ୍ଫର ଚଢାଇ ହତ୍ୟା କଲେ ବାଲି ମାଫିଆ
ସୂଚନା ଅନୁସାରେ, ତାବଡୁର ଡିଏସପି ସୁରେନ୍ଦ୍ର ସିଂ ବିଷ୍ଣୋଇ ପଞ୍ଚଗାମ ଏରିଆରେ ଉତ୍ତୋଳନ ଜାରି ରହିଥିବା ବେଆଇନ ଖନନ ଉପରେ ଚଢାଉ କରିଥିଲେ । ସେଠାରେ ତାଙ୍କ ଉପରେ ଏକ ଡମ୍ଫର ଚଢାଇ ଦେଇଥିଲେ ମାଫିଆ । ଡମ୍ଫର ଡ୍ରାଇଭର ସମେତ ଅନ୍ୟ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ପୋଲିସ ପହଞ୍ଚି ଅଧିକାରୀଙ୍କ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ତେବେ ଗତ କିଛି ମାସ ଧରି ଉକ୍ତ ଅଞ୍ଚଳରେ ଖଣି ମାଫିଆଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ