ଓଡିଶା

odisha

ETV Bharat / bharat

Funny Incident: ଚୋରି ପରିବର୍ତ୍ତେ ପ୍ରେମୀଯୁଗଳଙ୍କୁ 100 ଟଙ୍କା ଦେଲେ ଚୋର, ତଥାପି ଗିରଫ - ଚୋରି ପରିବର୍ତ୍ତେ ଦେଇଗଲେ ଟଙ୍କା

ଦିଲ୍ଲୀରେ ଚୋରଙ୍କ ଅଜବ କାରନାମା । ଚୋରି କରିବାକୁ ଆସି କପଲଙ୍କୁ ଦେଇ ଗଲେ 100 ଟଙ୍କା । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jun 25, 2023, 9:06 PM IST

ନୂଆଦିଲ୍ଲୀ: ଚୋରି କରିବା ପରିବର୍ତ୍ତେ ଏକ ପ୍ରେମୀ ଯୁଗଳଙ୍କୁ 100 ଟଙ୍କା ଦେଲେ ଦୁର୍ବୃତ୍ତ । ରାଜଧାନୀ ଦିଲ୍ଲୀର ଶାହାଧାରା ଜିଲ୍ଲାରେ ଘଟିଛି ଏପରି ଏକ ବିରଳ ଘଟଣା । ଏହି ଘଟଣାରେ ପୋଲିସ 2 ଦୁର୍ବୃତ୍ତଙ୍କୁ ଗିରଫ କରିଛି । ପୋଲିସର କହିବା ଅନୁସାରେ ଚୋରି କରିବାକୁ ଆସିଥିବା 2 ଜଣ ଯୁବକ ପ୍ରେମୀ ଯୁଗଳଙ୍କୁ ଟଙ୍କା ମାଗିଥିଲେ । ହେଲେ ସେମାନଙ୍କ ନିକଟରେ ଥିଲା ମାତ୍ର 20 ଟଙ୍କା । ଯାହାଦ୍ବାରା ଏହି 2 ଜଣ ଦୁର୍ବୃତ୍ତ ତାଙ୍କୁ 100 ଟଙ୍କା ଦେଇ ଯାଇଥିଲେ ।

ଚଳିତ ମାସ ଗତ 21 ତାରିଖରେ ଘଟିଛି ଏହି ଘଟଣା । ଏହି 2ଜଣ ଦୁର୍ବୃତ୍ତ ନିଶାସକ୍ତ ଅବସ୍ଥାରେ ରାସ୍ତାରେ ଯାଉଥିବା କପଲ୍‌ଙ୍କୁ ପିସ୍ତଲ ଦେଖାଇ ସୁନା ଅଳଙ୍କାର ଦେବା ଲାଗି ଧମକାଇଥିଲେ । ହେଲେ ମହିଳା ପିନ୍ଧିଥିବା ଅଳଙ୍କାର ନକଲି ଥିଲା । ଏହା ଜାଣିବା ପରେ 2 ଚୋର ସେମାନଙ୍କୁ ପାଖରେ ଥିବା ଟଙ୍କା ଦେବା ଲାଗି ଧମକାଇଥିଲେ । ହେଲେ ଏହି 2 ଜଣଙ୍କ ନିକଟରେ ମାତ୍ର 20 ଟଙ୍କା ଥିଲା । ଏହା ଦେଖି ନିଶାସକ୍ତ ଦୁର୍ବୃତ୍ତ 2 ଜଣ ପାଲଟା କପଲ୍‌ଙ୍କୁ 100 ଟଙ୍କା ଦେଇ ଚାଲିଯାଇଥିଲେ । ଏହି ସମସ୍ତ ଘଟଣା ନିକଟରେ ଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

ଏହା ବି ପଢନ୍ତୁ- ନୃଶଂସତାର ସୀମା ପାର, ଯୁବକଙ୍କ ଗଳା କାଟି ରକ୍ତ ପିଇଲା ଅଭିଯୁକ୍ତ

ତେବେ ପୋଲିସ ଏହି ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲା । ସିସିଟିଭି କ୍ୟାମେରା ଯାଞ୍ଚ କରିବା ପରେ ସମସ୍ତ ଘଟଣା ସାମ୍ନାକୁ ଆସିଥିଲା । ଏହି 2 ଚୋର ଅନ୍ୟ ସ୍ଥାନରେ ମଧ୍ୟ ପିସ୍ତଲ ଦେଖାଇ ଲୋକଙ୍କୁ ଡରାଇ ଧମକାଇ ଲୁଟପାଟ କରୁଥିବା ପୋଲିସ ଜାଣିବାକୁ ପାଇଥିବା । ନିକଟ ଅଞ୍ଚଳରେ ଛାନଭିନ କରିବା ପରେ ପୋଲିସ 2 ଚୋରଙ୍କୁ କାବୁ କରିବାରେ ସକ୍ଷମ ହୋଇଛି । ଏହି 2 ଚୋରଙ୍କ ନାମ ହର୍ଷ ରାଜୁପତ (31) ଓ ଦେବ ବର୍ମା (31) ବୋଲି ଜଣାପଡ଼ିଛି । ଏମାନେ ବୁରାଦି ଜିଲ୍ଲାବାସୀ ହୋଇଥିବା ବେଳେ ଉଭୟ ଏକ ମୋବାଇଲ ମରାମତି ଦୋକାନରେ କାର୍ଯ୍ୟ କରିଥାନ୍ତି ।

ଅନ୍ୟପଟେ କପଲଙ୍କ କହିବା ଅନୁସାରେ ଦୁର୍ବୃତ୍ତ ଦ୍ବୟ ଏକ ସ୍କୁଟରେ ଆସିଥିଲେ । ସେମାନଙ୍କ ହାତରେ ପିସ୍ତଲ ଥିବା ବେଳେ ସେମାନେ ଅତ୍ୟଧିକ ମାତ୍ରାରେ ମଦ୍ୟ ପାନ କରିଥିଲେ । ଅଳଙ୍କାର ସହିତ ଅର୍ଥ ମଧ୍ୟ ମାଗିଥିଲେ । ହେଲେ 20 ଟଙ୍କା ଦେଖି ସେମାନେ 100 ଟଙ୍କା ଦେଇ ଚାଲିଯାଇଥିଲେ । ସେପଟେ ଘଟଣା ସମ୍ପର୍କରେ ଡିସିପି ରୋହିତ ମିନା କହିଛନ୍ତି, " ଅପରାଧିକ କାର୍ଯ୍ୟରେ ବ୍ୟବହୃତ ପିସ୍ତଲ ଓ ସ୍କୁଟରକୁ ଜବତ କରାଯାଇଛି । ଏହାସହିତ ଏହି ଅପରାଧିକ କାର୍ଯ୍ୟରେ ଦୁର୍ବୃତ୍ତ ପ୍ରାୟ 30ଟି ମୋବାଇଲ ମଧ୍ୟ ବ୍ୟବହାର କରିଛନ୍ତି । ପୁରୁଣା କେସରେ ଉଭୟଙ୍କ ବିରୋଧରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି। "

ABOUT THE AUTHOR

...view details