କୋଲକାତା:ବଡ ଧରଣର ଡ୍ରଗ୍ସ କାରବାରର ପର୍ଦ୍ଦାଫାସ କଲା କୋଲକାତା STF । STF ଦୁଇଟି ଭିନ୍ନ ଭିନ୍ନ ଜାଗାରେ ଚଢାଉ କରି ବିପୁଳ ପରିମାଣର ଡ୍ରଗ୍ସ ଜବତ କରିଛି । ଯାହାର ବଜାର ମୂଲ୍ୟ ୫୫ କୋଟି ଟଙ୍କା ରହିଛି ।
ପ୍ରଥମେ କୋଲକାତାର ବନ୍ଦର ଅଞ୍ଚଳରେ STF ପକ୍ଷରୁ ଏକ ସ୍ବତନ୍ତ୍ର ଅପରେସନ କରାଯାଇ ୧.୨୯୧ କେଜି ୟାବା ଟାବଲେଟ ଜବତ କରାଯାଇଥିଲା । ଯାହାକି ଗୋଟିଏ ପ୍ରକାରର ଡ୍ରଗ୍ସ । ଜବତ ଟାବଲେଟର ବଜାର ମୂଲ୍ୟ ପ୍ରାୟ ୫ କୋଟି ହେବ ବୋଲି ଆକଳନ କରାଯାଇଛି । ଏହି କାରବାର ମାମଲାରେ ସାମିଲ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା STF । ଅଭିଯୁକ୍ତଙ୍କୁ ପଚାରଉଚରା ପରେ ମାଲଦା ଅଞ୍ଚଳରେ ଆଉ ଏକ ଡ୍ରଗ୍ସ ଚାଲାଣ ବାବଦରେ ସୂଚନା ମିଳିଥିଲା ।