ନୂଆଦିଲ୍ଲୀ: କୋଭିଡ-19 ରୋଗୀଙ୍କ ଚିକିତ୍ସା ପାଇଁ 10 ହଜାର ଡୋଜର 2-ଡିଜି ଔଷଧର ପ୍ରଥମ ବ୍ୟାଚ୍ ଆସନ୍ତା ସପ୍ତାହ ଆରମ୍ଭ ହେବ । ଏନେଇ ଶୁକ୍ରବାର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(DRDO)ର ଅଧିକାରୀ ସୂଚନା ଦେଇଛନ୍ତି।
ଅଧିକାରୀଙ୍କ ସୂଚନା ଅନୁସାରେ, କୋଭିଡ-19 ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ 2-ଡିଜି ଔଷଧ ରୋଗୀଙ୍କୁ ଦିଆଯିବ ତେବେ DRDO ଭବିଷ୍ୟତରେ ବ୍ୟବହାର ପାଇଁ ଔଷଧ ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ଔଷଧ ଉତ୍ପାଦନକାରୀମାନେ କାର୍ଯ୍ୟ କରୁଛନ୍ତି । ଡ଼ଃ ଅନନ୍ତ ନାରାୟଣ ଭଟ୍ଟଙ୍କ ସମେତ DRDO ବୈଜ୍ଞାନିକଙ୍କ ଏକ ଟିମ୍ ଏହି ଔଷଧ ପ୍ରସ୍ତୁତ କରିଛି ବୋଲି DRDO ଅଧିକାରୀମାନେ ସୂଚନା ଦେଇଛନ୍ତି ।