ଓଡିଶା

odisha

ETV Bharat / bharat

ହାଇଦ୍ରାବାଦ ଗାନ୍ଧୀ ହସ୍ପିଟାଲକୁ 100 ଅକ୍ସିଜେନ ସିଲିଣ୍ଡର ଯୋଗାଇଲା DRDO - 100 ଅସ୍କିଜେନ ଯୋଗାଇଲା ଡିଆରଡିଓ

ହାଇଦ୍ରାବାଦର ଗାନ୍ଧୀ ହସ୍ପିଟାଲକୁ ସ୍ବଳ୍ପ ସମୟ ଭିତରେ 100 ମେଡିକାଲ ଅକ୍ସିଜେନ ସିଲିଣ୍ଡର ଯୋଗାଇଲା ଡିଆରଡିଓ । ଅଧିକ ପଢନ୍ତୁ...

100 ଅସ୍କିଜେନ ସିଲିଣ୍ଡର ଯୋଗାଇଲା ଡିଆରଡିଓ
100 ଅସ୍କିଜେନ ସିଲିଣ୍ଡର ଯୋଗାଇଲା ଡିଆରଡିଓ

By

Published : May 3, 2021, 8:57 AM IST

ହାଇଦ୍ରାବାଦ: ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (ଡିଆରଡିଓ) ତେଲେଙ୍ଗାନା ସରକାରଙ୍କ ଦ୍ବାରା ପରିଚାଲିତ ସରକାରୀ ଗାନ୍ଧୀ ହସ୍ପିଟାଲକୁ 100 ମେଡିକାଲ ଅକ୍ସିଜେନ ସିଲିଣ୍ଡର ଯୋଗାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଜି. କିଶନ ରେଡ୍ଡୀଙ୍କ ଅନୁରୋଧ କ୍ରମେ ସ୍ବଳ୍ପ ସମୟ ଭିତରେ ଡିଆରଡିଓ ଏହି ସିଲିଣ୍ଡର ଯୋଗାଇ ଦେଇଛି ।

ରେଡ୍ଡୀଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ସିକନ୍ଦରାବାଦରେ ଗାନ୍ଧୀ ହସ୍ପିଟାଲଟି ଅବସ୍ଥିତ । ଡିଆରଡିଓ ଅଧିକାରୀ ଓ ତେଲେଙ୍ଗାନା ଚିକିତ୍ସା ଏବଂ ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ରବିବାର ଡାକ୍ତରଖାନା ଅଧୀକ୍ଷକଙ୍କୁ ଅକ୍ସିଜେନ ସିଲିଣ୍ଡର ହସ୍ତାନ୍ତର କରାଯାଇଛି ।

ଡିଆରଡିଓ ପକ୍ଷରୁ 100 ଅକ୍ସିଜେନ ସିଲିଣ୍ଡର ହସ୍ପିଟାଲକୁ ଯୋଗାଇ ଦିଆଯିବାରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଧନ୍ୟବାଦ ଦେଇଛନ୍ତି କିଶନ ରେଡ୍ଡୀ । ଅଳ୍ପ ସମୟ ଭିତରେ ଡିଆରଡିଓ 100ଟି ଅକ୍ସିଜେନ ସିଲିଣ୍ଡର ଯୋଗାଇଥିବାରୁ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ବହୁତ ବହୁତ ଧନ୍ୟବାଦ ବୋଲି ଟ୍ବିଟ କରି କହିଛନ୍ତି କିଶନ ରେଡ୍ଡୀ ।

ଅନ୍ୟ ଏକ ଟ୍ବିଟରେ ରାଜ୍ୟ ମନ୍ତ୍ରୀ କହିଛନ୍ତି ଯେ, କୋଭିଡ -19 ରୋଗୀଙ୍କ ପାଇଁ ଉପଲବ୍ଧତା ନେଇ ତେଲେଙ୍ଗାନାରେ ରେମଡେସିଭିର ଆବଣ୍ଟନକୁ ଯଥେଷ୍ଟ ବୃଦ୍ଧି କରାଯାଇଛି । ଏପ୍ରିଲ 21 ରୁ ମେ 9 ପର୍ଯ୍ୟନ୍ତ ତେଲେଙ୍ଗାନାକୁ 93,800 ରେମଡେସିଭର ଆବଣ୍ଟନ କରାଯାଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details