ଓଡିଶା

odisha

ETV Bharat / bharat

‘ସୀମା ସୁରକ୍ଷା ସୁଦୃଢ କରିବ ସ୍ବଦେଶୀ ଆଣ୍ଟି ଡ୍ରୋନ ଜ୍ଞାନ କୌଶଳ’

କେନ୍ଦ୍ର ଗୃହମନ୍ତ୍ରୀଙ୍କ ମନ୍ତବ୍ୟ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ସ୍ବଦେଶୀ ଆଣ୍ଟି ଡ୍ରୋନ ଜ୍ଞାନକୌଶଳ ଦିଗରେ କାର୍ଯ୍ୟ ହାତକୁ ନେଇଛି ସୀମା ସୁରକ୍ଷାକୁ ସୁଦୃଢ କରିବ ସ୍ବଦେଶୀ ଆଣ୍ଟି ଡ୍ରୋନ ଜ୍ଞାନ କୌଶଳ । ଅଧିକ ପଢନ୍ତୁ...

ସୀମା ସୁରକ୍ଷାକୁ ସୁଦୃଢ କରିବ ସ୍ବଦେଶୀ ଆଣ୍ଟି ଡ୍ରୋନ ଜ୍ଞାନ କୌଶଳ: କେନ୍ଦ୍ର ଗୃହମନ୍ତ୍ରୀ
ସୀମା ସୁରକ୍ଷାକୁ ସୁଦୃଢ କରିବ ସ୍ବଦେଶୀ ଆଣ୍ଟି ଡ୍ରୋନ ଜ୍ଞାନ କୌଶଳ: କେନ୍ଦ୍ର ଗୃହମନ୍ତ୍ରୀ

By

Published : Jul 17, 2021, 10:54 PM IST

ନୂଆଦିଲ୍ଲୀ:ସୀମା ସୁରକ୍ଷାକୁ ସୁଦୃଢ କରିବା ପାଇଁ ଜରୁରୀ ସ୍ବଦେଶୀ ଆଣ୍ଟି ଡ୍ରୋନ ଜ୍ଞାନ କୌଶଳ । ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ସ୍ବଦେଶୀ ଆଣ୍ଟି ଡ୍ରୋନ ଜ୍ଞାନକୌଶଳ ଦିଗରେ କାର୍ଯ୍ୟ ହାତକୁ ନେଇଛି । ଖୁବ ଶିଘ୍ର ଏହା ଉପରେ ଭାରତକୁ ବଡ ସଫଳତା ମିଳିବ । ଏପରି ସୂଚନା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ । ରାଜଧାନୀ ଦିଲ୍ଲୀରେ ସୀମା ସୁରକ୍ଷା ବଳ (ବିଏସ୍ଏଫ୍ )ର 18 ତମ ସମାରୋହରେ ଏପରି ମିଶନର ତଥ୍ୟ ରଖିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

ଗୃହମନ୍ତ୍ରୀ କହିଛନ୍ତି, ଡ୍ରୋନ ପ୍ରତି ବଢୁଥିବା ବିପଦ ବିରୋଧରେ ଆମର ଅଭିଯାନ ଆଜି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଛି । ଏହାକୁ ମୁକାବିଲା କରିବା ପାଇଁ DRDO ଏବଂ ଅନ୍ୟାନ୍ୟ କିଛି ଏଜେନ୍ସି ସ୍ବଦେଶୀ ପ୍ରଯୁକ୍ତିବିଦ୍ୟା ବିକାଶ ଉପରେ କାର୍ଯ୍ୟ କରୁଛନ୍ତି । ସ୍ବଦେଶୀ ଆଣ୍ଟି ଡ୍ରୋନ ବ୍ୟବସ୍ଥାର ଦେଶର ସୀମା ସୁରକ୍ଷାର ନୂଆ ଆଧାର ହେବ । ଜାମ୍ମୁରେ ଥିବା ଭାରତୀୟ ବାୟୁ ସେନା (IAF) ବେସରେ ଦୁଇଟି ବିସ୍ଫୋରକ ବୋଝେଇ ଡ୍ରୋନ ଆଟାକରେ ଦୁଇ ଭାରତୀୟ ବାୟୁ ସେନା ଯବାନ ଆହତ ହୋଇଥିଲେ । ତେବେ ଏହା ପରେ ଆଣ୍ଟି ଡ୍ରୋନ ବ୍ୟବସ୍ଥାର ଆବଶ୍ୟକତା ଉପରେ ମନ୍ତବ୍ୟ ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ।

ଶାହ କହିଛନ୍ତି, ସୀମାରେ ବଢୁଥିବା ଅନୁପ୍ରବେଶ, ମାନବ ଚାଲାଣ, ଗୋରୁ ଚୋରା ଚାଲାଣ, ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ଏବଂ ଡ୍ରୋନ ଆକ୍ରମଣ ଭଳି ଘଟଣା ବଢିବାରେ ଲାଗିଛି । ସୀମା ସୁରକ୍ଷା ଅର୍ଥ ହେଉଛି ଜାତୀୟ ସୁରକ୍ଷା ଏବଂ ଯେଉଁ ଦେଶ ସୀମା ସୁରକ୍ଷିତ ନୁହେଁ, ସେହି ଦେଶ ସୁରକ୍ଷିତ ରହିପାରିବ ନାହିଁ । ଦେଶର ସାମରିକ ବାହିନୀର ସଜାଗତା ଏବଂ ପରିବର୍ତ୍ତିତ ସ୍ଥିତି ସହିତ ଖାପ ଖୁଆଇ କାର୍ଯ୍ୟ ଜାରି ରଖିଛି । ତେବେ ଏହି ସବୁ ଆହ୍ବାନ ଅତିକ୍ରମ କରି ଆମେ ଆମର ସୀମା ସୁରକ୍ଷିତ କରିବୁ ବୋଲି କହିଛନ୍ତି ଶାହ ।

ସେହିପରି ସୀମାରେ ଉତ୍ତେଜନା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ଲୋକଙ୍କ ପାଇଁ ଗୃହମନ୍ତ୍ରୀ ମଧ୍ୟ କଡା ଚେତାବନୀ ମଧ୍ୟ ଦେଇଛନ୍ତି । ଶାହ କହିଛନ୍ତି ଆମର ବିଚାର ହେଉଛି ସମସ୍ତଙ୍କ ସହିତ ଶାନ୍ତିପୂର୍ଣ୍ଣ ସମ୍ପର୍କ ସହ ଆଗକୁ ବଢିବା । କିନ୍ତୁ ଯଦି କେହି ଆମର ସୀମା ଓ ଜାତୀୟ ସୁରକ୍ଷାକୁ ପ୍ରଭାବିତ କରିବାକୁ ଚେଷ୍ଟା କରେ ତେବେ ସେମାନଙ୍କୁ ସେମାନଙ୍କ ଭାଷାରେ ଜବାବ ଦିଆଯିବା ହିଁ ଆମର ପ୍ରାଥମିକତା ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details