ଓଡିଶା

odisha

ETV Bharat / bharat

Double murder: ପତ୍ନୀଙ୍କୁ ଥଟ୍ଟା କରିବାରୁ ୨ ସାଙ୍ଗକୁ ଜଘନ୍ୟ ହତ୍ୟା

କର୍ଣ୍ଣାଟକ ମହୀଶୂରରେ ଡବର ମର୍ଡର (Double murder in Mysore) । ସ୍ତ୍ରୀକୁ ଥଟ୍ଟା (teasing his wife) କରିବାରୁ ୨ସାଙ୍ଗଙ୍କୁ ଜଘନ୍ୟ ହତ୍ୟା । ଅଧିକ ପଢନ୍ତୁ

By

Published : Dec 12, 2021, 2:13 PM IST

Double murder :ପତ୍ନୀଙ୍କୁ ଥଟ୍ଟା କରିବାରୁ ୨ସାଙ୍ଗକୁ ଜଘନ୍ୟ ହତ୍ୟା
Double murder :ପତ୍ନୀଙ୍କୁ ଥଟ୍ଟା କରିବାରୁ ୨ସାଙ୍ଗକୁ ଜଘନ୍ୟ ହତ୍ୟା

ବେଙ୍ଗାଲୁର:କର୍ଣ୍ଣାଟକର ମହୀଶୂରରେ ଡବର ମର୍ଡର (Double murder in Mysore) । ସ୍ତ୍ରୀକୁ ଥଟ୍ଟା (teasing his wife) କରିବାରୁ ୨ସାଙ୍ଗଙ୍କୁ ଜଘନ୍ୟ ହତ୍ୟା । ମହୀଶୂର ଜିଲ୍ଲାର H.D.Kote talu ର ବୋଗାଡି ରୋଡରେ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ଗତକାଲି ରାତିରେ ଏହି ଘଟଣା ଘଟିଥିବା ବେଳେ ଜଣେ ବ୍ୟକ୍ତି ମଦ୍ୟପାନ କରି ନିଶାଶକ୍ତ ଅବସ୍ଥାରେ ତାଙ୍କ ଦୁଇ ବନ୍ଧୁଙ୍କୁ ହତ୍ୟା କରିଥିଲେ । ମୃତକ ଜଣଙ୍କ ହେଉଛନ୍ତି କୋଥେଗଲା ଗାଁର ରବି ଏବଂ ବାସଭା । ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ହେଉଛନ୍ତି ମହେଶ ।

ସୂଚନା ଅନୁଯାୟୀ, ରବି ମହେଶଙ୍କ ପତ୍ନୀଙ୍କୁ ବାରମ୍ବାର ଥଟ୍ଟା କରୁଥିବା ବେଳେ ବାସଭା ରବିଙ୍କୁ ଥଟ୍ଟା କରିବାରେ ସାହାଯ୍ୟ କରୁଥିଲେ। ଏହାକୁ ନେଇ ଗତକାଲି ରାତିରେ ରବି, ବାସଭା, ମହେଶ ଏବଂ ମହେଶଙ୍କର ଅନ୍ୟ ଜଣେ ବନ୍ଧୁ ବୋଗାଡି ରୋଡରେ ମଦ୍ୟପାନ କରିଥିଲେ। ଏହି ସମୟ ମଧ୍ୟରେ ମହେଶଙ୍କ ପତ୍ନୀଙ୍କୁ ରବି ଥଟ୍ଟାମଜା ନେଇ ଉଭୟଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା । ଏଥିରେ କ୍ରୋଧିତ ହୋଇ ମହେଶ ରବି ଏବଂ ବାସଭାଙ୍କୁ ବନ୍ଧୁଙ୍କ ସାହାଯ୍ୟରେ ହତ୍ୟା କରିଥିଲେ । ଏନେଇ ସରସ୍ୱତୀପୁରାମ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି ଏବଂ ଅଭିଯୁକ୍ତ ମହେଶ ଏବଂ ତାଙ୍କ ସାଙ୍ଗକୁ ପୋଲିସ ଗିରଫ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details