ୱାଶିଂଟନ: ଆମେରିକାରେ ଟ୍ରମ୍ପ ସମର୍ଥକଙ୍କ ହିଂସା ପରେ ମିଳିତ ଅଧିବେଶନରେ ଅଫିସିଆଲ୍ ଭାବେ ଜୋ ବାଇଡେନଙ୍କୁ ରାଷ୍ଟ୍ରପତି ଓ କମଲା ହାରିସଙ୍କୁ ଉପରାଷ୍ଟ୍ରପତି ଭାବେ ଗ୍ରହଣ କରାଯାଇଛି । ଏହାର ଠିକ୍ ପରେ ଡୋନାଲ୍ଡ ଟ୍ରମ୍ପଙ୍କ ବିବୃତ୍ତି ସାମ୍ନାକୁ ଆସିଛି । ନିର୍ବାଚନ ଫଳାଫଳରେ ସନ୍ତୁଷ୍ଟ ନଥିଲେ ବି ସେ ଜାନୁଆରୀ 20ରେ ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତର କରିବେ ।
ପରାଜୟ ସ୍ବୀକାର କଲେ ଟ୍ରମ୍ପ, ଶାନ୍ତିପୂର୍ଣ୍ଣ ଭାବେ ହସ୍ତାନ୍ତର କରିବେ କ୍ଷମତା - donald trump pledges an orderly transfer of power to biden
ଆମେରିକାରେ ଟ୍ରମ୍ପ ସମର୍ଥକଙ୍କ ହିଂସା ପରେ ମିଳିତ ଅଧିବେଶନରେ ଅଫିସିଆଲ୍ ଭାବେ ଜୋ ବାଇଡେନଙ୍କୁ ରାଷ୍ଟ୍ରପତି ଓ କମଲା ହାରିସଙ୍କୁ ଉପରାଷ୍ଟ୍ରପତି ଭାବେ ଗ୍ରହଣ କରାଯାଇଛି । ଏହାର ଠିକ୍ ପରେ ଡୋନାଲ୍ଡ ଟ୍ରମ୍ପଙ୍କ ବିବୃତ୍ତି ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ...
ସେ କହିଛନ୍ତି, ମୁଁ ସର୍ବଦା ଆଇନଗତ ଭୋଟ୍ ବିରୋଧରେ ଲଢେଇ ଜାରି ରଖିବି । ମୋର ପ୍ରଥମ ଓ ଐତିହାସିକ ରାଷ୍ଟ୍ରପତି କାର୍ଯ୍ୟକାଳ ସମାପ୍ତ ହୋଇଛି ’। ନିର୍ବାଚନରେ ହୋଇଥିବା ଭୋଟ୍ ଟାମ୍ପେରିଂକୁ ଦର୍ଶାଇ ସେ ପୁଣି ଅଭିଯୋଗ ଆଣିଛନ୍ତି । ଡେମୋକ୍ରାଟ୍ ପ୍ରାର୍ଥୀ ଜୋ ବିଡେନଙ୍କ ବିଜୟ ଉପରେ ଆମେରିକା କଂଗ୍ରେସ ସାମ୍ବିଧାନିକ ମୋହର ଲଗାଇଛି । ବାଇଡେନଙ୍କ ବ୍ୟତୀତ କମଲା ହାରିସଙ୍କୁ ମଧ୍ୟ ଉପରାଷ୍ଟ୍ରପତି ପଦ ପାଇଁ ବିଜେତା ଘୋଷିତ କରାଯାଇଛି ।
ୱାଶିଂଟନରେ ହିଂସା ଫଳରେ କର୍ଫ୍ୟୁ ଜାରି କରାଯାଇଛି । ଏହି ଗୁଳିକାଣ୍ଡରେ ଜଣେ ମହିଳାଙ୍କ ମଧ୍ୟ ମୃତ୍ୟୁ ହୋଇଛି, ଯିଏ ଟ୍ରମ୍ପଙ୍କ ଜଣେ ବଡ ସମର୍ଥକ ଥିଲେ । ଅନ୍ୟପକ୍ଷେ ବାରାକ ଓବାମା ଏହାକୁ ଆମେରିକା ପାଇଁ ଏକ ଅପମାନ ଓ ଲଜ୍ଜାର ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି । ତେବେ ଜାନୁଆରୀ 20ରେ ବାଇଡେନ 78 ତମ ଓ ହାରିସ 56ତମ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ।