ଓଡିଶା

odisha

ETV Bharat / bharat

ଅକ୍ଟୋବରରେ 33.67% ବୃଦ୍ଧି ପାଇଛି ଘରୋଇ ବିମାନ ଯାତ୍ରୀ ପରିବହନ - ଘରୋଇ ବିମାନ ଚଳାଚଳ

କୋରୋନା କାଳରେ ବିମାନରେ ଯାତ୍ରା କରିବାକୁ ଅଧିକା ପସନ୍ଦ କରୁଛନ୍ତି ଯାତ୍ରୀ । ଏନେଇ ଡିଜିସିଏ ଏକ ରିପୋର୍ଟ ଦାଖଲ କରିଛି । ଅକ୍ଟୋବରରେ ଇଣ୍ଡିଗୋରେ 68.2 ପ୍ରତିଶତ, ଭିସ୍ତାରାରେ 65.2 ପ୍ରତିଶତ ଏବଂ ଏୟାର ଇଣ୍ଡିଆରେ 62.1 ପ୍ରତିଶତ ଯାତ୍ରୀ ଉଡାଣ ଭରିଛନ୍ତି । ଅଧିକ ପଢନ୍ତୁ..

ଅକ୍ଟୋବରରେ 33.67 ପ୍ରତିଶତ ବୃଦ୍ଧି ପାଇଛି ଘରୋଇ ବିମାନ ଯାତ୍ରୀ ପରିବହନ
ଅକ୍ଟୋବରରେ 33.67 ପ୍ରତିଶତ ବୃଦ୍ଧି ପାଇଛି ଘରୋଇ ବିମାନ ଯାତ୍ରୀ ପରିବହନ

By

Published : Nov 19, 2020, 8:15 AM IST

ନୂଆଦିଲ୍ଲୀ: କୋରୋନା କାଳରେ ବିମାନରେ ଯାତ୍ରା କରିବାକୁ ଅଧିକା ପସନ୍ଦ କରୁଛନ୍ତି ଯାତ୍ରୀ । ଦିନକୁ ଦିନ ବୃଦ୍ଧି ପାଉଛି ଘରୋଇ ବିମାନ ଚଳାଚଳ । ଏନେଇ ଡିଜିସିଏ ଏକ ରିପୋର୍ଟ ଦାଖଲ କରିଛି । ଯେଉଁଠି ଉଲ୍ଲେଖ ରହିଛି ଯେ, ଅକ୍ଟୋବର ମାସରେ ଘରୋଇ ବିମାନ ଚଳାଚଳ 33.67 ପ୍ରତିଶତ ବୃଦ୍ଧି ପାଇଛି । ସେପ୍ଟେମ୍ବରରେ ଭାରତୀୟ ବିମାନ ସେବା 39.43 ଲକ୍ଷ ଯାତ୍ରୀଙ୍କୁ ନେଇ ଉଡାଣ ଭରିଥିବାବେଳେ ଅକ୍ଟୋବରରେ 52.71 ଲକ୍ଷ ଯାତ୍ରୀ ଯାତ୍ରା କରିଥିବା କହିଛି ଡିଜିସିଏ ।

ଡିଜିସିଏ ତଥ୍ୟ ଦର୍ଶାଇଛି ଯେ ଅକ୍ଟୋବରରେ ବେସରକାରୀ ଏୟାରଲାଇନ୍ସ ସ୍ପାଇସଜେଟର ସର୍ବାଧିକ ଯାତ୍ରୀ ଉଡାଣ ଭରିଥିଲେ । ଇଣ୍ଡିଗୋରେ 68.2 ପ୍ରତିଶତ, ଭିସ୍ତାରାରେ 65.2 ପ୍ରତିଶତ ଏବଂ ଏୟାର ଇଣ୍ଡିଆରେ 62.1 ପ୍ରତିଶତ ଯାତ୍ରୀ ଯାତ୍ରା କରିଥିଲେ ।

ସମସ୍ତ ଏୟାରଲାଇନ୍ସ ମଧ୍ୟରେ ଇଣ୍ଡିଗୋରେ ସର୍ବାଧିକ ମାର୍କେଟ ସେୟାର ରହିଥିଲା । ଯାହା ଅକ୍ଟୋବରରେ ପରିବହନ କରୁଥିବା ଯାତ୍ରୀଙ୍କ 55.5 ପ୍ରତିଶତ, ତା’ପରେ ସ୍ପାଇସଜେଟ୍ 13.4 ପ୍ରତିଶତ ଏବଂ ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆ 9.4 ପ୍ରତିଶତ ରହିଛି ବୋଲି ଡିଜିସିଏ ତଥ୍ୟରେ ଦର୍ଶାଯାଇଛି ।

ଡିଜିସିଏ ଅନୁଯାୟୀ, ଜାନୁୟାରୀ-ଅକ୍ଟୋବର ମଧ୍ୟରେ ପ୍ରାୟ 4.93 କୋଟି ଯାତ୍ରୀ ଘରୋଇ ବିମାନରେ ଚଳାଚଳ କରିଥିଲେ, ଯାହା ପୂର୍ବ ବର୍ଷ ସମାନ ସମୟ ତୁଳନାରେ 58.3 ପ୍ରତିଶତ ହ୍ରାସ ପାଇଥିଲା । ନଭେମ୍ବର 11 ରେ, କୋଭିଡକୁ ଦୃଷ୍ଟିରେ ରଖି ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଘରୋଇ ଏୟାରଲାଇନ୍ସକୁ 70 ପ୍ରତିଶତ କାର୍ଯ୍ୟ କରିବାକୁ ସରକାର ଅନୁମତି ଦେଇଥିଲେ । ଏହାପୂର୍ବରୁ, ସେପ୍ଟେମ୍ବର 2 ରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଘରୋଇ କ୍ଷେତ୍ରରେ କେବଳ 60 ପ୍ରତିଶତ କ୍ଷମତା ବ୍ୟବହାର କରିବାକୁ ଅନୁମତି ଦେଇଥିଲା ।

ABOUT THE AUTHOR

...view details