ଓଡିଶା

odisha

ETV Bharat / bharat

5 ବର୍ଷର ଶିଶୁକନ୍ୟାକୁ ଝୁଣି ଖାଇଲେ ବୁଲା କୁକୁର - 5 ବର୍ଷର ଶିଶୁକନ୍ୟାକୁ ଝୁଣି ଖାଇଲେ ବୁଲା କୁକୁର

ଉତ୍ତରପ୍ରଦେଶରେ କୁକୁର ଆତଙ୍କ । ପାର୍କରେ ଖେଳୁଥିବା ବେଳେ ଶିଶୁକନ୍ୟାକୁ ଝୁଣି ଖାଇଲେ କୁକୁର । ଅଧିକ ପଢନ୍ତୁ

dogs attacked on two girls
dogs attacked on two girls

By

Published : Jun 13, 2023, 10:06 AM IST

ଲକ୍ଷ୍ନୌ:କେରଳ ପରେ ଉତ୍ତରପ୍ରଦେଶରେ କୁକୁର ଆତଙ୍କ । 5 ବର୍ଷର ଶିଶୁକନ୍ୟାକୁ ଝୁଣି ଖାଇଲେ କୁକୁର ପଲ । ଆଗ୍ରା ଜିଲ୍ଲାର ଡାଉକି ଅଞ୍ଚଳ କୁଇ କୁମାରଗଡ ଗ୍ରାମରେ ଏହି ଘଟଣା ଘଟିଛି । ଏକ ପାର୍କରେ ଦୁଇ ଜଣ ଶିଶୁକନ୍ୟା ଖେଳୁଥିବା ବେଳେ 6ଟିକିଆ କୁକୁର ପଲ ତାଙ୍କୁ ଆକ୍ରମଣ କରିଥିଲେ । ଫଳରେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଥିଲେ । ଆହତ ଶିଶୁକନ୍ୟାକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-Kerala: ଭିନ୍ନକ୍ଷମ ନାବାଳକଙ୍କୁ ଝୁଣିଦେଲେ ବୁଲା କୁକୁର ପଲ

ସୋମବାର କୁଇ କୁମାରଗଡ ଗାଁର ବାସିନ୍ଦା ସୁଗ୍ରିଭାଙ୍କ 5ବର୍ଷର ଝିଅ କାଞ୍ଚନ ପଡୋଶି ଘରର ଶିଶୁକନ୍ୟା ରଶ୍ମିଙ୍କ ସହ କିନୁ ପାର୍କରେ ଖେଳୁଥିଲେ । ଏହି ସମୟରେ ହଠାତ 6 ଟିକିଆ କୁକୁର ପଲ ଉଭୟଙ୍କୁ ଗୋଡ଼ାଇବା ସହ ଆକ୍ରମଣ କରିଥିଲେ । ଉଭୟ ଭୟରେ ଦୌଡୁଥିବା ବେଳେ କାଞ୍ଚନଙ୍କୁ କୁକୁରଗୁଡ଼ିକ ଝୁଣି ପକାଇଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ଭୂତ ଖୋଜିବାକୁ ଯାଇ ବ୍ୟବସାୟୀଙ୍କୁ ଲୁଟିଲେ ବାବୁ, ୭ ପୋଲିସ କର୍ମୀ ନିଲମ୍ବିତ

ମୃତ ଶିଶୁକନ୍ୟାଙ୍କ ସମ୍ପର୍କୀୟ କହିଛନ୍ତି ଯେ, ଦୁଇ ଶିଶୁକନ୍ୟା ପାର୍କରେ ଖେଳୁଥିବା ବେଳେ 6ଟି କୁକୁର ତାଙ୍କୁ ଆକ୍ରମଣ କରିଥିଲେ । ଦୁଇ ଶିଶୁକନ୍ୟାଙ୍କୁ କୁକର ମାନେ ପାଖ ଏକ କ୍ଷେତକୁ ଟାଣି ନେଇଥିଲେ । ଏହି ସମୟରେ କାଞ୍ଚନ ଚିତ୍କାର କରିଥିଲା । କିନ୍ତୁ କିଛି ସମୟ ପରେ ତାର ମୃତ୍ୟୁ ହୋଇଥିଲା ।

ଏନେଇ ଖବର ପାଇଁ ଦୁଇ ଶିଶୁକନ୍ୟାଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । କାଞ୍ଚନ ଓ ରଶ୍ମିକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେଠାରେ କାଞ୍ଚନଙ୍କୁ ମୃତ ଘୋଷଣା କରିଥିଲେ । ରଶ୍ମୀ ବର୍ତ୍ତମାନ ଚିକିତ୍ସାଧିନ ଅବସ୍ଥାରେ ରହିଛନ୍ତି । କୁକୁର ଆକ୍ରମଣରେ ଜଣେ ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ଡିସିପି ସୌମେନ୍ଦ୍ର ମୀନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ନା ନାହିଁ ସେନେଇ ସୂଚନା ହସ୍ତଗତ ହୋଇନାହିଁ ।

ଗତକାଲି କେରଳରେ ସମାନ ଘଟଣା ସାମ୍ନାକୁ ଆସିଥିଲା । ବୁଲା କୁକୁରଙ୍କ ଆକ୍ରମଣରେ ଜଣେ ଭିନ୍ନକ୍ଷମ ନାବାଳକଙ୍କର ମୃତ୍ୟୁ ହୋଇଥିଲା । କେରଳର କନ୍ନୁର ଜିଲ୍ଲା ମୁଜାପିଲାଙ୍ଗଡରେ ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା । ପ୍ରାଣ ହରାଇଥିବା 10 ବର୍ଷୀୟ ନାବାଳକ ସ୍ଥାନୀୟ ଅଞ୍ଚଳର ନିହାଲ ବୋଲି ଜଣାପଡିଥିଲା । ତେବେ ଏହି ନାବଳକଟି କଥା କହିପାରୁନଥିଲା । ସୋମବାର ସନ୍ଧ୍ୟା ସମୟରେ ସେ ଘର ନିକଟରେ ଖଳୁଥିବା ବେଳେ ବୁଲା କୁକୁରଙ୍କ ଏକ ପଲ ତାକୁ ଆକ୍ରମଣ କରିଥିଲେ ।

ABOUT THE AUTHOR

...view details