ଓଡିଶା

odisha

By

Published : Aug 4, 2021, 12:34 PM IST

ETV Bharat / bharat

ଏକ ମାସର ଶିଶୁ ପେଟରେ ମୃତ ଭୃଣ, ଅସ୍ତ୍ରୋପଚାରରେ ସଫଳ ମୁମ୍ବାଇ ଡାକ୍ତର

ବିରଳ ଅସ୍ତ୍ରୋପଚାର ।ଏକ ମାସର ଶିଶୁର ପେଟରୁ ସଫଳତାର ସହିତ ଏକ ମୃତ ଭ୍ରୁଣକୁ ବାହାର କଲେ ମୁମ୍ବାଇ ଡାକ୍ତର । ଅଧିକ ପଢନ୍ତୁ...

ବିରଳ ଅସ୍ତ୍ରୋପଚାର, ଏକ ମାସ ଶିଶୁର ପେଟରୁ ମୃତ ଭୃଣ ବାହାର କଲେ ମୁମ୍ବାଇ ଡାକ୍ତର
ବିରଳ ଅସ୍ତ୍ରୋପଚାର, ଏକ ମାସ ଶିଶୁର ପେଟରୁ ମୃତ ଭୃଣ ବାହାର କଲେ ମୁମ୍ବାଇ ଡାକ୍ତର

ମୁମ୍ବାଇ: ଗର୍ଭସ୍ଥ ଶିଶୁର ପେଟରେ ମୃତ ଭୃଣ । ଏକଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ । ଏଭଳି ଘଟଣା ଦେଖିବାକୁ ମିଳିଛି ମୁମ୍ବାଇରେ । ସେଠାରେ ଏକ ମାସର ଶିଶୁର ପେଟରୁ ଡାକ୍ତରମାନେ ସଫଳତାର ସହିତ ଏକ ମୃତ ଭ୍ରୁଣକୁ ବାହାର କରିଛନ୍ତି । ଶିଶୁଟି ବର୍ତ୍ତମାନ ସୁରକ୍ଷିତ ଥିବାବାଳେ ତାକୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି ।

ଡାକ୍ତରଖାନା ପ୍ରଶାସନର ସୂଚନାନୁସାରେ, ଏକ ଗର୍ଭବତୀ ଗର୍ଭରେ ଥିବା ଶିଶୁର ପେଟରେ ଏକ ଭ୍ରୁଣ ବଢୁଛି ବୋଲି ଜାଣିବାକୁ ମିଳିଥିଲା। ମହିଳା ଜଣକ ପାଞ୍ଚ ମାସର ଗର୍ଭବତୀ ଥିବାବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା। ଏହା ପରେ ଡାକ୍ତରଙ୍କ ପରାମର୍ଶରେ ଶିଶୁର ଜନ୍ମ ପରେ ତା ପେଟରୁ ଗର୍ଭସ୍ଥ ଶିଶୁକୁ ବାହାର କରିବାକୁ ନିଷ୍ପତ୍ତି ନେଇଥିଲେ ଦମ୍ପତ୍ତି। ଏହା ପରେ ମହିଳା ଏକ ସୁନ୍ଦର ଶିଶୁ ଜନ୍ମ ଦେଇଥିଲେ। ଏବଂ ଡାକ୍ତରମାନେ ଶିଶୁକୁ ଏକ ମାସ ହେବା ପରେ ଶିଶୁର ପେଟରୁ ଗର୍ଭସ୍ଥ ଶିଶୁକୁ ବାହାର କରିବାକୁ ନିଷ୍ପତ୍ତି ନେଇଥିଲେ। ପରେ ଶିଶୁକୁ ଅସ୍ତ୍ରୋପଚାର ପାଇଁ ହାଜିଆଲି ନିକଟ ନାରାୟଣ ହେଲ୍‌ଥ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶିଶୁରୋଗ ବିଶେଷଜ୍ଞ ଡାକ୍ତର ସରିତା ଭାଗବତ ଏହି ଜଟିଳ ଅସ୍ତ୍ରୋପଚାର ସଫଳତାର ସହ କରି ଶିଶୁର ପେଟରୁ ମୃତ ଭୃଣକୁ ବାହାର କରିଥିଲେ ।

ଜୁଲାଇର ପ୍ରଥମ ସପ୍ତାହରେ ଏହି ଅସ୍ତ୍ରୋପଚାର କରାଯାଇଥିଲା। ଅସ୍ତ୍ରୋପଚାରର ଏକ ସପ୍ତାହ ପରେ ଶିଶୁଟିକୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା। ବର୍ତ୍ତମାନ ଶିଶୁର ଅବସ୍ଥା ଭଲ ଅଛି ବୋଲି ଡାକ୍ତରଖାନା ପ୍ରଶାସନ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ କହିଛନ୍ତି । ତେବେ ଦମ୍ପତିଙ୍କ ଅନୁରୋଧ କ୍ରମେ ଡାକ୍ତରଖାନା ପ୍ରଶାସନ ସେମାନଙ୍କ ନାମ ଗୁପ୍ତ ରଖିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details