ଓଡିଶା

odisha

ETV Bharat / bharat

ଥିରୁଅନନ୍ତପୁରମରେ ଏୟାର ଇଣ୍ଡିଆ ବିମାନର ଜରୁରୀକାଳୀନ ଅବତରଣ - ଥିରୁଅନନ୍ତପୁରମ ବିମାନ ବନ୍ଦର

କେରଳ ଥିରୁଅନନ୍ତପୁରମ ବିମାନ ବନ୍ଦରରେ ଏୟାର ଇଣ୍ଡିଆ ବିମାନର ଜରୁରୀକାଳୀନ ଅବତରଣ । ବିମାନରେ ଥିଲେ ୧୭୬ଜଣ ଯାତ୍ରୀ । ଅଧିକ ପଢନ୍ତୁ

Air India flight
Air India flight

By

Published : Feb 24, 2023, 9:39 PM IST

ଥିରୁଅନନ୍ତପୁରମ:କେରଳର କଲିକଟରୁ ସାଉଦି ଆରବ ଅଭିମୁଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆ ବିମାନର ଥିରୁଅନନ୍ତପୁରମ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନଟି ସୁରକ୍ଷିତ ଭାବେ ଜରୁରୀକାଳୀନ ଅବତରଣ କରିଥିବା ଜଣାପଡ଼ିଛି । ଏହି ବିମାନରେ ପ୍ରାୟ ୧୭୬ଜଣ ଯାତ୍ରୀ ଯାତ୍ରା କରୁଥିବା ଜଣାପଡ଼ିଛି । ବିମାନରେ ହାଇଡ୍ରୋଲିକ ଗିୟର ଖରାପ ହେବା ପରେ ବିମାନକୁ ଅବତରଣ କରାଯାଇଥିଲା ।

ଶୁକ୍ରବାର ସକାଳେ ସାଉଦ ଆରବକୁ ଉଡାଣ ଭରିଥିଲା ବିମାନ ଏୟାର ଇଣ୍ଡିଆ IX 385 । ମାତ୍ର କିଛି ବାଟ ଯିବା ପରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ଜଣାପଡ଼ିଥିଲା । ଏହାପରେ ଥିରୁଅନନ୍ତପୁରମ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ ନେଇ ଘୋଷଣା ହୋଇଥିଲା । ଏହାପରେ ବିମାନ ସୁରକ୍ଷିତ ଭାବେ ଏଠାରେ ଅବତରଣ କରିଥିଲା । ଏହା କ୍ରାସ ଲ୍ୟାଣ୍ଡିଂ ନୁହେଁ ଏମରଜେନ୍ସି ଲ୍ୟାଣ୍ଡିଂ ବୋଲି ବିମାନ ବନ୍ଦର କର୍ତ୍ତୃପକ୍ଷ ପକ୍ଷରୁ କୁହାଯାଇଛି ।

ଏହା ବି ପଢନ୍ତୁ- Nude Photo Gang: ଧର୍ମ ନାଁରେ ଅଶ୍ଳୀଳତା, ୨୫ମହିଳାଙ୍କୁ ଠକି ବନ୍ଧା ହେଲେ ୪ ଅଭିଯୁକ୍ତ

ପ୍ରଥମେ ଏହି ଏୟାର ଇଣ୍ଡିଆ ବିମାନକୁ କୋଚିନ ବିମାନ ବନ୍ଦରରେ ଅବତରଣ କରିବା ଲାଗି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଥିରୁଅନନ୍ତପୁରମ ବିମାନ ବନ୍ଦରରେ ବିମାନକୁ ଅବତରଣ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା । ଏହାପରେ ଯାତ୍ରୀଙ୍କୁ ଅନ୍ୟ ଏକ ବିମାନରେ ପଠାଇବା ଲାଗି ବ୍ୟବସ୍ଥା କରାଯାଇଥିଲା । ସାଉଦ ଆରବର ଡାମମକୁ ଯାତ୍ରା କରୁଥିବା ଏହି ବିମାନ । ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ଘୋଷଣା ହେବା ପରେ ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଅବତରଣ କରାଯାଇଥିଲା ।

ସୂଚନା ଥାଉ କି ବିମାନରେ ମୋଟ ୧୭୬ଜଣ ଯାତ୍ରୀଙ୍କ ସହିତ ୬ କ୍ୟାବିନ କ୍ରୁ ରହିଥିଲେ । ବିମାନ ସକାଳ ୯.୩୪ ମିନିଟରେ ଉଡାଣ ଭରିଥିବା ବେଳେ ୧୧.୧୦ରେ ଅବତରଣ କରିବା ଲାଗି ଅନୁମତି ଲୋଡାଯାଇଥିଲା । ଏହାପରେ ୧୨.୧୫ରେ ବିମାନ ଅବତରଣ କରିଥିଲା । ବିମାନରେ ଇନ୍ଧନକୁ ଶେଷ କରିବା ଲାଗି ବିମାନ ବନ୍ଦର ଓ ସମୁଦ୍ର ଉପରେ ବହୁ ସମୟ ଧରି ବିମାନକୁ ଉଡାଯାଇଥିଲା । ଅନ୍ୟପଟେ କୌଣସି ପ୍ରତିକୂଳ ପରିସ୍ଥିତିକୁ ଏଡାଇବା ଲାଗି ବିମାନ ବନ୍ଦରରେ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ତେବେ ଇନ୍ଧନ ଶେଷ ହେବା ପରେ ବିମାନକୁ ସୁରକ୍ଷିତ ଭାବେ ଥିରୁଅନନ୍ତପୁରମ ବିମାନରେ ଅବତରଣ କରାଯାଇଥିଲା ।

ABOUT THE AUTHOR

...view details