ଓଡିଶା

odisha

By

Published : May 30, 2022, 3:31 PM IST

ETV Bharat / bharat

The Last Ride: ମୃତ୍ୟୁର ଆଭାସ ପାଇଯାଇଥିଲେ ସିଦ୍ଧୁ !

ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେୱାଲାଙ୍କ ଅକସ୍ମାତ ମୃତ୍ୟୁ ପରେ ଫ୍ୟାନ୍ସ ଏହାକୁ ତାଙ୍କ ଶେଷ ଗୀତ 'The Last Ride' ସହିତ ଯୋଡ଼ିଛନ୍ତି । ଗୀତର କାହାଣୀ ଭଳି ସିଦ୍ଧୁଙ୍କ ମୃତ୍ୟୁ ମଧ୍ୟ ସେହିପରି କାରରେ ଗୁଳିକାଣ୍ଡ ଦ୍ବାରା ଘଟିଛି । ଅଧିକ ପଢନ୍ତୁ

The Last Ride: ମୃତ୍ୟର ଆଭାସ ପାଇଯାଇଥିଲେ ସିଦ୍ଧୁ !
The Last Ride: ମୃତ୍ୟର ଆଭାସ ପାଇଯାଇଥିଲେ ସିଦ୍ଧୁ !

ନୂଆଦିଲ୍ଲୀ: ଲୋକପ୍ରିୟ ପଞ୍ଜାବ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେୱାଲାଙ୍କ ମୃତ୍ୟୁ ଦେଶବାସୀଙ୍କୁ ଝଟକା ଦେଇଛି । ତାଙ୍କ ଫ୍ୟାନ୍ସ ଏହାକୁ ସହଜରେ ଗ୍ରହଣ କରିପାରୁନଥିବାବେଳେ ଏବେ ସାରା ଦେଶରେ ଘଟଣାଟି ଚର୍ଚ୍ଚାର ବିଷୟ ପାଲଟିଛି । ସିଦ୍ଧୁ ମୃତ୍ୟୁ ପୂର୍ବରୁ ଏହାର ଆଭାସ ପାଇଯାଇଥିଲେ ବୋଲି ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଉଛି । ଗତ ମେ ୧୫ ତାରିଖରେ ସିଦ୍ଧୁଙ୍କ ଟ୍ରାକ ସଙ୍ଗ 'ଦି ଲାଷ୍ଟ ରାଇଡ଼'(The Last Ride) ରାଇଡ଼ । ତାଙ୍କ ମୃତ୍ୟୁ ପରି ଗୀତର କାହାଣୀ ମଧ୍ୟ ସମାନ ରହିଥିଲା । ଏହି ଗୀତଟି ମଧ୍ୟ ଏବେ ଖୁବ ଭାଇରାଲ ହେଉଛି ।

ଏହା ବି ପଢନ୍ତୁ- କଂଗ୍ରେସ ନେତା ଗାୟକ ସିଦ୍ଧୁ ମୁସେଓ୍ବାଲାଙ୍କୁ ଗୁଳି କରି ହତ୍ୟା, 2 ବନ୍ଧୁ ଗୁରୁତର

ସିଦ୍ଧୁଙ୍କ ଫ୍ୟାନ୍ସ ଓ ଫଲୋୟର୍ସ ଏହି ଗୀତଟିକୁ ଏବେ ସୋସିଆଲ ମିଡ଼ିଆରେ ସେୟାର କରୁଛନ୍ତି । ୟୁଟ୍ୟୁବରେ ଏହି ଗୀତର ଭିୱର୍ସ(Viewers) ବଢୁଥିବା ବେଳେ ଏଯାବତ ୧୧ ମିଲିୟନ ପାର କରିସାରିଛି । ଏହି ଗୀତରେ ରାପ୍ପର ତୁପାକ ଶକୁରଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଯିଏକି ୧୯୯୬ ମସିହାରେ ମାତ୍ର ୨୫ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ । ସେ ମଧ୍ୟ ନିଜ କାରରେ ଥିବା ବେଳେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଦୁର୍ଭାଗ୍ୟବଶତଃ ଗତ ରବିବାର ମଧ୍ୟ ନିଜ କାର ଚଲାଉଥିବା ବେଳେ ସିଦ୍ଧୁଙ୍କୁ ଜୱାହରକେ ଗ୍ରାମ ନିକଟରେ ଗୁଳି କରି ହତ୍ୟା କରାଯାଇଛି ।

ଏହା ବି ପଢନ୍ତୁ- Sidhu Moosewala Killing: ହତ୍ୟା ପଛରେ ଗୋଲ୍ଡି, ଜାଣନ୍ତୁ କିଏ ଏହି ଗ୍ୟାଙ୍ଗଷ୍ଟାର ?

ସିଦ୍ଧୁଙ୍କ ଏହି ଶେଷ ଗୀତର କିଛି ଲିରିକ୍ସକୁ ଫ୍ୟାନ୍ସ ସେୟାର କରି କହିଛନ୍ତି ଯେ ସେ ମଧ୍ୟ ନିଜ ମୃତ୍ୟୁ ସମ୍ପର୍କରେ ପୂର୍ବରୁ ଆଭାସ ପାଇଯାଇଥିଲେ । ଆଉ ଜଣେ ଫ୍ୟାନ୍ସ କହିଛନ୍ତି ଯେ ,"ଦି ଲାଷ୍ଟ ରାଇଡ଼ ଗୀତ ପରି ସିଦ୍ଧୁ ମଧ୍ୟ ନିଜ ଶେଷ ରାଇଡ଼ ସମୟରେ ମୃତ୍ୟୁବରଣ କରିଛନ୍ତି । ଯାହାକି ଖୁବ ଦୁଃଖର ବିଷୟ । ତାଙ୍କ ଅମର ଆତ୍ମାକୁ ସଦଗତି ମିଳୁ ।" ସିଦ୍ଧୁ ଏହି ଗୀତରେ ରାପର ତୁପାକଙ୍କ ମୃତ୍ୟୁର ଦୃଶ୍ୟକୁ ସେ କଭର ଫଟୋ ଭାବେ ବ୍ୟବହାର କରିଥିଲେ ।

ABOUT THE AUTHOR

...view details