ନୂଆଦିଲ୍ଲୀ: ଦିଲ୍ଲୀରେ ୪ଟି ଆଫ୍ରିକୀୟ ଦେଶର ଶିକ୍ଷାମନ୍ତ୍ରୀଙ୍କ ସହ ପୃଥକ ପୃଥକ ବୈଠକ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ(Minister of Education, Govt. of India, Dharmendra Pradhan) । ଶିକ୍ଷା ଓ ଦକ୍ଷତା ବିକାଶକୁ ମଜଭୂତ କରିବା ନେଇ ମରିସୟସ, ତାଞ୍ଜାନିଆ, ଜିମ୍ବାଓ୍ୱେ ଏବଂ ଘାନାର ଶିକ୍ଷା ମନ୍ତ୍ରୀଙ୍କ ସହ ବୈଠକ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ । ଏହି ବୈଠକରେ ଶିକ୍ଷା, ଦକ୍ଷତା ବିକାଶ, ଦ୍ୱିପାକ୍ଷିକ ସମ୍ପର୍କ ଏବଂ ଶିକ୍ଷା କ୍ଷେତ୍ରରେ ସହଯୋଗୀ ହେବା ଦିଗରେ ବିସ୍ତୃତ ଆଲୋଚନା ହୋଇଥିଲା । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ୪ଟି ଆଫ୍ରିକୀୟ ଦେଶର ଶିକ୍ଷାମନ୍ତ୍ରୀଙ୍କୁ ଓଡ଼ିଶାର ପାରମ୍ପରିକ ପଟ୍ଟଚିତ୍ର ଓ ଖଣ୍ଡୁଆ ପାଟକୁ ଉତ୍ତରୀୟ ଭାବରେ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ ।
ଆଫ୍ରିକୀୟ ଦେଶର ଶିକ୍ଷାମନ୍ତ୍ରୀଙ୍କ ସହ ବୈଠକ କଲେ ଧର୍ମେନ୍ଦ୍ର ପ୍ରଧାନ ଏହା ମଧ୍ୟ ପଢନ୍ତୁ-ଶ୍ରଦ୍ଧାଙ୍କ ହତ୍ୟାକାରୀଙ୍କୁ ନିଶ୍ଚିତ ଶାସ୍ତି ମିଳିବ: ଅମିତ ଶାହ
କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ, ''ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମରିସିୟସ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି । ଭାରତ ମରିସିୟସକୁ ଆଫ୍ରିକା ଏବଂ ଦକ୍ଷିଣ ପୂର୍ବ ଏସିଆର ଜ୍ଞାନ ଏବଂ ଦକ୍ଷତା ବିକାଶର ପେଣ୍ଠସ୍ଥଳୀ ଭାବରେ ପରିଣତ କରିବା ପାଇଁ କାର୍ଯ୍ୟ କରୁଛି । ଭାରତ ତାଞ୍ଜାନିଆକୁ ଆଇଆଇଟି ପ୍ରକଳ୍ପ ପ୍ରତିଷ୍ଠା କରିବାରେ ସହଯୋଗ କରୁଛି ।
ଫଳସ୍ୱରୂପ ତାଞ୍ଜାନିଆରେ ଥିବା ଆଇଆଇଟି ଆଫ୍ରିକାର ପ୍ରଯୁକ୍ତିବିଦ୍ୟା ଶିକ୍ଷା କ୍ଷେତ୍ରରେ ଏକ ପେଣ୍ଠସ୍ଥଳୀ ଭାବରେ ପରିଣତ ହୋଇପାରିବ । ଆଫ୍ରିକା ଓ ତାଞ୍ଜାନିଆ ଛାତ୍ରଛାତ୍ରୀଙ୍କୁ ଭାରତରେ ପାଠ ପଢିବା ପାଇଁ ନିମନ୍ତ୍ରଣ କରାଯାଇଛି । ଓଡ଼ିଶାର ପଟ୍ଟଚିତ୍ର ହେଉଛି, ଭାରତ ଆଉ ଆଫ୍ରିକା ଭିତରେ ସମ୍ପର୍କର ସେତୁ । ଉଭୟ ଦେଶର ବନ୍ଧୁତାର ଏହି ପଟ୍ଟଚିତ୍ର ଅନନ୍ୟ ନିଦର୍ଶନ ବୋଲି କହିଥିଲେ ଧର୍ମେନ୍ଦ୍ର ।''