ଓଡିଶା

odisha

By

Published : Mar 9, 2022, 3:40 PM IST

Updated : Mar 9, 2022, 4:10 PM IST

ETV Bharat / bharat

Devendra Fadnavis detained ! ପ୍ରଦର୍ଶନ ବେଳେ ଦେବେନ୍ଦ୍ର ଫଡନାଭିସ ଅଟକ

ପ୍ରଦର୍ଶନବେଳେ ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାସିଭଙ୍କୁ ମୁମ୍ବାଇ ପୋଲିସ ଅଟକ ରଖିଥିବା ଦଳ ପକ୍ଷରୁ ଦାବି । ଗିରଫ ମନ୍ତ୍ରୀ ନଓ୍ବାବ ମଲ୍ଲିକଙ୍କ ଇସ୍ତାଫା ନେଇ ବଧାନସଭା ସମ୍ମୁଖରେ ଜାରି ରହିଥିଲା ପ୍ରଦର୍ଶନ । ଅଧିକ ପଢନ୍ତୁ

ପ୍ରଦର୍ଶନ ବେଳେ ଦେବେନ୍ଦ୍ର ଫଡନାଭିସ ଅଟକ !
ପ୍ରଦର୍ଶନ ବେଳେ ଦେବେନ୍ଦ୍ର ଫଡନାଭିସ ଅଟକ !

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କୁ ଅଟକ ରଖିଛି ପୋଲିସ । ଗିରଫ ହୋଇ ନ୍ୟାୟିକ ହେପାଜତରେ ଥିବା ମହାରାଷ୍ଟ୍ର ମନ୍ତ୍ରୀ ତଥା ବରିଷ୍ଠ ଏନସିପି ନେତା ନଓ୍ବାବ ମଲ୍ଲିକଙ୍କ ଇସ୍ତଫା ଦାବିରେ ଆଜି ବିଜେପି ପକ୍ଷରୁ ବିଧାନସଭା ସମ୍ମୁଖରେ ପ୍ରଦର୍ଶନ ଜାରି ରହିଥିବାବେଳେ ଫଡନାସିଭଙ୍କୁ ପୋଲିସ ଅଟକ ରଖିଥିବା ଦଳ ପକ୍ଷରୁ ଦାବି କରାଯାଇଛି । ଏନେଇ ମୁମ୍ବାଇ ପୋଲିସ ପକ୍ଷରୁ କୌଣସି ଔପଚାରିକ ସୂଚନା ମିଳିପାରିନାହିଁ ।

ଏନସିପି ବରିଷ୍ଠ ନେତା ତଥା ମନ୍ତ୍ରୀ ନଓ୍ବାବ ମଲିକ ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମ ସହ ସମ୍ପୃକ୍ତି ତଥା ମନିଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହୋଇ ନ୍ୟାୟିକ ହାଜତରେ ଅଛନ୍ତି । ସଙ୍ଗୀନ ଅଭିଯୋଗ ପରେ ମଧ୍ୟ ସେ ମନ୍ତ୍ରୀ ପଦରୁ ଇସ୍ତାଫା ଦେଇ ନଥିବାରୁ ଆନ୍ଦୋଳନକୁ ଓହ୍ଲାଇଥିଲା ବିଜେପି । ଆଜି ବିଧାନସଭା ସମ୍ମୁଖର ଫଡନାଭିସଙ୍କ ସମେତ ଅନ୍ୟ କିଛି ବରିଷ୍ଠ ବିଜେପି ନେତା ପ୍ରଦର୍ଶନ ଜାରି ରଖିଥିବା ବେଳେ ପୋଲିସ ଏପରି କରିଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 9, 2022, 4:10 PM IST

ABOUT THE AUTHOR

...view details